Odisha news

ଧନୁଆଁ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବିକଳ୍ପ ବ୍ୟବସ୍ଥା ମୋର ପ୍ରାଥମିକତା, ଜୟଦେବ ବିଧାୟକ

0

ବାଲିପାଟଣା,୨୫/୦୯ : ପ୍ରତିବର୍ଷ ଭାର୍ଗବୀ ନଦୀର ବନ୍ୟା ଜଳ ଅଚ୍ୟୁତପୁର କାଜ ଦେଇ ଧନୁଆଁ ନଦୀରେ ପ୍ରଵେଶ କରି ବାଲିପାଟଣା ବ୍ଲକର ଛଅଟି ପଞ୍ଚାୟତ ର ନାହିଁ ନଥିବା କ୍ଷତି  ହେବାରେ ଲାଗିଛି ।ଏହି ବନ୍ୟାର ପ୍ରଭାବ ରେ କେବଳଯେ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି ତାହା ନୁହେଁ ବରଂ ଲୋକ ମାନଙ୍କ ଆର୍ଥିକ ମାନଦଣ୍ଡ ପ୍ରଭାବିତ ହେଉଛି। ତେଣୁ ପ୍ରାଥମିକତା ଭିତ୍ତିରେ ଆଗ ଏହି ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବିକଳ୍ପ ବ୍ୟବସ୍ଥା  ମୋର ପ୍ରାଥମିକତା ।ଜୟଦେବ ବାସୀଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟିକୁ ଆଣିବି ଓ ସମାଧାନ କରିବି।ଆଜି ବାଲିପାଟଣା ବ୍ଲକ ଆଳଶୀ ଶାସନ ଗ୍ରାମ ଠାରେ ବିଜେଡି ସାଂଗଠନିକ ବୈଠକରେ ଯୋଗଦେଇ ଜୟଦେବ ବିଧାୟକ ଡ ଅରବିନ୍ଦ ଢ଼ାଲି ଲୋକ ମାନଙ୍କ ଉଦେଶ୍ୟରେ ଏହା କହିଥିଲେ।ବିଧାୟକ ଗ୍ରାମରେ ପହଂଚିବା କ୍ଷଣି ଗ୍ରାମଲୋକେ ବାଜା ବଜାଇ ପଟୁଆରରେ ବିଧାୟକ ଙ୍କୁ ଗ୍ରାମ ପରିକ୍ରମା କରାଇବା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।ଏହି ଉପଲକ୍ଷେ ଆୟୋଜିତ ସଭାରେ ସଭାପତିତ୍ୱ କରିଥଲେ ଉମା ଶଙ୍କର ମିଶ୍ର।ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି କୈଳାଶ ଚନ୍ଦ୍ର ସେଠୀ, ନିରଞ୍ଜନ ମିଶ୍ର,ଚୈତନ୍ୟ ବେହେରା,ଚିତ୍ତ ରଞ୍ଜନ ମିଶ୍ର, ସୁକାନ୍ତ ନାୟକ,ବାବୁଲି ସ୍ଵାଇଁ,ନରେନ୍ଦ୍ର ପାଳ ପ୍ରମୁଖ ମଞ୍ଚାସିନ ହୋଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ବିଧାୟକ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଯଥାଶୀଘ୍ର ତାର ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ।

Nalco
Leave A Reply