Odisha news

ଓ.ଏମ୍.ସି ଗନ୍ଧମାର୍ଦନ ସି.ଏସ.ଆର ତରଫରୁ ଖଣି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ଆଇ.ଟି.ଆଇ. କୋଇଡା ମହାବିଦ୍ୟାଳୟରେ ପଢ଼ିବାର ସୁଯୋଗ

0
କେନ୍ଦୁଝର ସଦର,୨୪।୯ : ଓ.ଏମ.ସି. ଗନ୍ଧମାର୍ଦନ ଓ ଆଇ.ଟି.ଆଇ. କୋଇଡା ମହାବିଦ୍ୟାଳୟର ସହଯୋଗରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଅଛି । ଏଥିପାଇଁ ଓ.ଏମ.ସି. ଏବଂ ଆଇ.ଟି.ଆଇ. କୋଇଡା ମହାବିଦ୍ୟାଳୟ ତରଫରୁ ଗନ୍ଧମାର୍ଦନ ଅଂଚଳର ନିକଟବର୍ତୀ ଖଣି ପ୍ରଭାବିତ ଗ୍ରାମମାନଙ୍କରୁ ୪୨ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଅଛି । ଏଥିପାଇଁ ସର୍ବ ନିମ୍ନ ଯୋଗ୍ୟତା ଦଶମ ପାସ ରଖା ଯାଇଥିଲା । ଖଣି ସମ୍ବନ୍ଧୀୟ ବିଭିନ୍ନ ଷ୍ଟ୍ରିମ୍ ରେ ଛାତ୍ରଛାତ୍ରୀ ମାନେ ପ୍ରବେଶ ନେଇଛନ୍ତି । ମନୋନୀତ ହୋଇଥିବା ଛାତ୍ର ଛାତ୍ରୀମାନଙ୍କର ସମସ୍ତ ଖର୍ଚ ଯଥା ଛାତ୍ରାବାସ ରେ ରହିବା , ଖାଇବା , ପାଠ ପଢା ଜନିତ ଅନ୍ୟାନ୍ୟ ଖର୍ଚ ଓ.ଏମ.ସି ଦ୍ବାରା ବହନ କରାଯିବା ସହିତ , ସଫଳତାର ସହିତ ପାଠ୍ୟକ୍ରମ ସମାପନ ପରେ , ଏହି ଛାତ୍ରଛାତ୍ରୀମାନେ ବିଭିନ୍ନ ଖଣିରେ ନିଯୁକ୍ତି ପାଇବାର ଯଥେଷ୍ଟ ସୁଯୋଗ ରହିଛି ।
Nalco
Leave A Reply