Odisha news

ଯୁବ ମହୋତ୍ସବ ମହକ ଉଦଘାଟିତ : ତ୍ରିରଙ୍ଗା ଶୋଭାଯାତ୍ରା ରେ ସାମିଲ ହେଲେ ଶତାଧିକ ଛାତ୍ର ଛାତ୍ରୀ

0
ଦଶପଲ୍ଲା  ୧୧/୧ : ମହାନ ପୁରୁଷ ସ୍ୱାମୀ ବିବେକା ନନ୍ଦ ଙ୍କ ଜନ୍ମ ଜୟନ୍ତୀ ଓ ଯୁବ ମହୋତ୍ସବ ଉପଲକ୍ଷେ ସୀତାରାମ ୟୁଥ କ୍ଲବ ପକ୍ଷରୁ  ଦଶପଲ୍ଲା ଯୁବ ମହୋତ୍ସବ ‘ମହକ’ ଉଦଘାଟିତ ହୋଇ ଯାଇଛି । ଏହି ମହୋତ୍ସବ ରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଛନ୍ତି । ଉଦଘାଟନୀ ଉତ୍ସବ ରେ ଅନ୍ୟତମ ସମ୍ମାନିତ ଅତିଥିଭାବେ, ଦଶପଲ୍ଲା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର, ଦଶପଲ୍ଲା ଥାନା ଅଧିକାରୀ ମୁକେଶ ବେହେରା, ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ, କାଉନସିଲର ଚିତ ରଞ୍ଜନ ଗୋଛି ପ୍ରମୁଖ ଯୋଗ ଦେଇଥିଲେ । ମହୋତ୍ସବ ର ପ୍ରାରମ୍ଭରେ ସୀତାରାମ ଯୁବକ ସଂଘ ପକ୍ଷରୁ  ଅଦ୍ୟ ପର୍ବ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହା ସ୍ଥାନୀୟ ମହାବୀର ମନ୍ଦିର ଠାରୁ ବାହାରି  ମହୋତ୍ସବ ସ୍ଥଳ ରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରା ରେ ଶତାଧିକ ଯୁବକ ଯୁବତୀ ଯୋଗ ଦେଇଥିବା ବେଳେ ଅବସର ସୈନିକ, ଯୁବକ ସଂଘ ର କର୍ମକର୍ତା ଯୋଗ ଦେଇଥିଲେ । ଯାହାକି ଜନସାଧାରଣ ଙ୍କ  ମଧ୍ୟରେ ଦେଶାତ୍ମ ଭାବ ଜାଗ୍ରତ କରିଥିଲା । ପରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବ ର ସନ୍ଧ୍ୟା ସମୟ ରେ ଅନୁଷ୍ଠିତ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ ଏ ସି ଅଧ୍ୟକ୍ଷା  ଇଂ ପୁନମ ପ୍ରିୟ ଦର୍ଶିନୀ ,ସମାଜସେବୀ ବଂଶୀଧର ନାହାକ,  ପ୍ରମୁଖ ଯୋଗ ଦେଇଥିଲେ । ଏହି ଅଧିବେଶନ କୁ ହଡିବନ୍ଧୁ ମହାଖୁଡ ପରିଚାଳନା କରିଥିବା ବେଳେ ସମ୍ପାଦକ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Govt
Leave A Reply