ଦଶପଲ୍ଲା ୯/୧୦ : ରାଜ୍ୟର ୧୬ ଟି ଜିଲ୍ଲା ର ୨୯ ଗୋଟି ବ୍ଲକ କୁ ଆକାଂକ୍ଷା ବ୍ଲକ ଭାବେ ଚିହ୍ନଟ କରାଯାଇଥିବା ବେଳେ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ କୁ ଆକାଂକ୍ଷା ବ୍ଲକ ଭାବେ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ସହ ସମସ୍ତଙ୍କ ଆକାଂକ୍ଷା ଓ ସମସ୍ତଙ୍କ ବିକାଶ ସମ୍ପର୍କରେ ସଚେତନ କରାଇବା ଏହାର ମୁଲଲକ୍ଷ । ଏହି କାର୍ଯ୍ୟକ୍ରମ ସଂକଳ୍ପ ସପ୍ତାହ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତର ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଫେଇ ଠାରୁ ଆରମ୍ଭ କରି ସଚେତନ ଶୋଭାଯାତ୍ରା ସହ ବିଦ୍ୟାଳୟ ମାନଙ୍କରେ ଚିତ୍ରାଙ୍କନ, ବକୃତା,ସଙ୍ଗୀତ, ଡ୍ରଇଂ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ରୁ କ୍ଲସ୍ଟର ,କ୍ଲସ୍ଟର ରୁ ବ୍ଲକ ଓ ବ୍ଲକ ରୁ ଜିଲ୍ଲା ସ୍ତର ରେ କୃତି ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଚଳିତ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସଂକଳ୍ପ ଅଭିଯାନ ୯ ତାରିଖ ରେ ଉଦଯାପିତ ହୋଇ ଯାଇଛି। ଦଶପଲ୍ଲା ବ୍ଲକ ପରିସରରେ ଅନୁଷ୍ଠିତ ଏହି ଉଦଯାପନି ସଭାରେ ମୁଖ୍ୟ୍ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଅତିରିକ୍ତ ଯୋଜନା ନିର୍ଦ୍ଧେଶକ ବିଦ୍ୟାଧର ମହାପାତ୍ର, ମୁଖ୍ୟ ଉର୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ନୟାଗଡ଼ ସ୍ୱରୂପ କୁମାର ବଳ, କୃଷି ବିଭାଗ ଅଧିକାରୀ ଗୌରିସଙ୍କର ମହାପାତ୍ର, ଶିଶୁ ପ୍ରକଳ୍ପ ଅଧିକାରୀ ରୀନା ସରିତା ଲରେନ୍ସ, ସ୍ୱାସ୍ଥ୍ୟ ଅଧିକାରୀ ସନ୍ଦୀପ କୁମାର ସ୍ୱାଇଁ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ବର ମହାପାତ୍ର, ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହ ପ୍ରତ୍ୟେକ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଯୋଜନା ସମ୍ପର୍କ ରେ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇ ଥିଲେ। ଏହି କାର୍ଯ୍ୟକ୍ରମକୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଷ୍ଠାନିକ ଭାବେ ଉଦଘାଟନ କରି ବା ପରେ ସାରା ଦେଶ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।