Odisha news

ଦଶପଲ୍ଲା ଲଙ୍କାପୋଡି ଚତୁର୍ଥ ଦିବସ : ବିରାୟୁଦ୍ଧ ବଧ,ବେଢ଼ାପରିକ୍ରମା,ସୀତା ହରଣ

0

ଦଶପଲ୍ଲା : ଦଶପଲ୍ଲା ଲଙ୍କାପୋଡି ଯାତ୍ରାର ଷଷ୍ଠ ଦିବସ ରେ ବିରାୟୁଦ୍ଧ ବଧ ,ବେଢ଼ା ପରିକ୍ରମା ଓ ସୀତାହରଣ ନାଟକ ଅନୁଷ୍ଠିତ ହୋଇ ଯାଇଛି । ଗୋଟିଏ ପଟେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ବିରାୟୁଧକୁ ବଧ କରି ଅସୁର ନିପାତ କରିଥିବା ବେଳେ ପଞ୍ଚବଟି ରୁ ସୀତା ହରଣ ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରିଥିଲା ।ରାମାୟଣ କଥାବସ୍ତୁ ଅନୁଯାଇ ରାମ,ଲଷ୍ମଣ ଓ ସୀତା ଗୋଦାବରୀ ନଦୀ ତଟରେ ପଞ୍ଚବଟି ଅରଣ୍ୟରେ ବସବାସ କରୁଥିଲେ ।ସେଠାରେ ସୁପନଖାର ନାସା ଓ କର୍ଣ ଛେଦନ ପରେ ତାର ତିନି ଭାଇକୁ ବଧ କଲେ ରାମଚନ୍ଦ୍ର,ଶେଷରେ ରାବଣ ମାରିଚି ଅସୁର କୁ ସ୍ୱର୍ଣ୍ଣ ମୃଗ ରୂପରେ ପଞ୍ଚବଟି କୁ ପଠାଏ, ରାମଚନ୍ଦ୍ର ତାଙ୍କୁ ବଧ କରିବା ପାଇଁ ଜଙ୍ଗଲ ମଧ୍ୟକୁ ଚାଲି ଯାଆନ୍ତି ଓ ବଧ କରନ୍ତେ ଅସୁର ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ଡାକ ଛାଡେ,ଏ କଥା ଶୁଣି ସୀତା ପୁଣି ଲକ୍ଷ୍ମଣ ଙ୍କୁ ରାମଙ୍କ ନିକଟକୁ ପଠାନ୍ତି ।ଏହି ସୁଯୋଗ ରେ ରାବଣ ମାୟା ଋଷି ବେଶ ଧାରଣ କରି ସୀତାଙ୍କୁ ହରଣ କରି ପୁଷ୍ପକ ଜାନରେ ନେଇଯାଏ। ମାତ୍ର ଅଧାବାଟରେ ପକ୍ଷୀରାଜ ଜଟାୟୁ ରାବଣକୁ ଆକ୍ରମଣ କରି ପରାସ୍ତ ହୁଏ ।ରାବଣ ସୀତାଙ୍କୁ ନେଇ ଅଶୋକ ବନରେ ରଖି ଅସୁରି ମାନଙ୍କୁ ଜଗାଏ ।ଏହିପରି ସୀତା ଚୋରି ନାଟକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ମଞ୍ଚରେ ସୀତାଙ୍କ ପୂର୍ଣ କୁଟୀର ଅତ୍ୟନ୍ତ ମନୋହର ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଥା ଅନୁଯାଇ ଦଶପଲ୍ଲା ରାଜ ଦାଣ୍ଡରେ ୩୫ ଫୁଟ ଉଚତା ବିଶିଷ୍ଟ କାଷ୍ଠ ନିର୍ମିତ ରାବଣ ଦଣ୍ଡାୟମାନ ହୁଏ ।ଯାହାକୁ ଦେଖବାକୁ ବହୁ ଜନ ସମାଗମ ହୋଇଥିଲା ।

Leave A Reply