Odisha news

ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଙ୍କ ତିରୋଧାନ ଦିବସ ପାଳିତ

0

ଦଶପଲ୍ଲା ୨୬/୬ : ଏକାଧାରାରେ ଜଣେ ଆଇନିଜୀବୀ ,ଲେଖକ, ସାହିତ୍ୟିକ, ନାଟ୍ୟକାର ଦଶପଲ୍ଲା ମାଟିର ସୁଯୋଗ୍ୟ ସନ୍ତାନ ତଥା ବିଶିଷ୍ଟ ନାଟ୍ୟକାର ସ୍ୱର୍ଗତ ରାମଚନ୍ଦ୍ର ମିଶ୍ରଙ୍କର ୩୧ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ନାଟ୍ୟକାର ରମଚନ୍ଦ୍ର ମିଶ୍ର ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ସକାଳ ସମୟରେ ଦଶପଲ୍ଲା ଠାରେ ଥିବା ସ୍ୱର୍ଗତ ମିଶ୍ରଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ସଂମ୍ମାନିତ ଅତିଥି ଭାବେ ନାଟ୍ୟକାର ବିଶ୍ଵନାଥ ମହାପାତ୍ର ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଆଇନ ଜୀବୀ ସୁଶାନ୍ତ ପାତ୍ର, ସମାଜସେବୀ ସନ୍ତୋଷ କୁମାର ସାହୁ , ସ୍ବର୍ଗତ ମିଶ୍ର ଙ୍କ ସୁପୁତ୍ର ଆଇନିଜୀବୀ ଗୌର ଚନ୍ଦ୍ର ମିଶ୍ର, ଅଇନଜୀବୀ ଦିଲ୍ଲୀପ କୁମାର ପଣ୍ଡା , ସଂଯୁକ୍ତା ଦାସଗୁପ୍ତା ଓ ବୈକୁଣ୍ଠ ନାଥ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଆଇନଜିବି ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

Nalco
Leave A Reply