Odisha news

ଗୋଟିଏ ଚୌକିରେ ଆଠ ବର୍ଷ ଧରି ଗାଦି ମାଡି ବସିଛନ୍ତି ଅଧିକାରୀ

0

ଆନନ୍ଦପୁର ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକଙ୍କ ବିରୁଦ୍ଧରେ ଦୀର୍ଘଦିନ ଧରି ଦୁର୍ନୀତି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଓଡିଶା ରାଜ୍ୟ କୃଷି ବିପଣନ ପରିଷଦ କିଭଳି ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଏଠାରେ ଦୀର୍ଘଦିନ ଧରି ଅବସ୍ଥାପିତ କରି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି ତାହା ତଦନ୍ତ ସାପେକ୍ଷ l ଆନନ୍ଦପୁର ଉପଖଣ୍ଡରେ ଥିବା ଏବେକାର ଆର ଏମ ସି ସମ୍ପାଦକ ଏକାଦଶୀ ଦାସ 2015 ମସିହାରେ କୋପରେଟିଭ ଇନିସ୍ପେକଟର ଭବେ ଯୋଗ ଦେଇଥିଲେ l ପରମୁର୍ତରେ 16-09-2015 ପଦନ୍ନତି ପାଇ ଅନ୍ୟତ୍ର ବଦଳି ନହୋଇ ରାଜନୈତିକ  ଚାପ ସୃଷ୍ଟି କରି ଆନନ୍ଦପୁର ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଭାବେ ରହିବାକୁ ସକ୍ଷମ ହେଲେ ତାହା ବିଚାର ଯୋଗ୍ୟ l ପାଞ୍ଚ ବର୍ଷ ଧରି ସମ୍ପାଦକ ରହିବା ପରେ 2020ରେ ଶ୍ରୀ ଦାସ ବିଭାଗ ପତ୍ର ସଂଖ୍ୟା ନଂ 13180 ତା 16-02-2020 ରେ ସୁନ୍ଦରଗଡ଼ ଜିଲ୍ଲା ପାନପୋଷ କୁ ଏ ଆର ସି ଏସ ଭାବେ ବଦଳି ହେଲା ପରେ ଆନନ୍ଦପୁର ମୋହରେ ବାୟା ଥିବା ସମ୍ପାଦକ ନିଜ ବଦଳିକୁ ବାତିଲ କରିବାକୁ ସକ୍ଷମ ହେଲେ l ପୁନର୍ବାର 2022 ମସିହାରେ ସରକାର ଙ୍କ ପତ୍ର ସଂଖ୍ୟା 846 ତା 07-01-2022 ରେ ସମ୍ପାଦକ ଭାବେ ଆନନ୍ଦପୁର କୁ ସୁରଞ୍ଜନ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ନେବାପାଇଁ ନିର୍ଦେଶ ମିଳିଲା l ମାତ୍ର ସୁରଞ୍ଜନଙ୍କୁ ସମ୍ପାଦକଙ୍କ ଚକ୍ରାନ୍ତରେ ଯୋଗ ଦେବାକୁ ଦିଆଗଲା ନାହିଁ l ସେହିଦିନ ଠାରୁ ଶ୍ରୀ ଏକାଦଶୀ ଦାସ ଆନନ୍ଦପୁର ନିୟନ୍ତ୍ରତ ବଜାର କମିଟିର ଦାୟିତ୍ୱ ରେ ଅଛନ୍ତି l ଏ ସମସ୍ତ ଘଟଣାର ଏକ ଉଚ୍ଚ ସ୍ତରୀୟ ପାଇଁ ସାମାଜିକ କର୍ମୀ ଡ଼ ଶମ୍ଭୁନାଥ ରାଉତ ଦାବି କରିବା ସହ ସୂଚନା ଅଧିକାର ଆଇନ ଅନୁସାରେ ବିଭିନ୍ନ ତଥ୍ୟ ପାଇଁ ଦରଖାସ୍ତ କରିଛନ୍ତି l

Nalco
Leave A Reply