କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ହୃଷୀକେଶ ନାଏକ ବିଜେଡି ଦଳରୁ ଇସ୍ତଫା ଦେଇଥିବା ଜଣାଯାଇଛି। ଶ୍ରୀ ନାଏକ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଶିକ୍ଷକତା ଚାକିରି ଛାଡ଼ି ୧୯୮୦ରେ ଲୋକ ଦଳ ନିକଟରୁ ପାଟଣା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୫ ଓ ୧୯୯୫ରେ ଦୁଇ ଥର କଂଗ୍ରେସ ଟିକେଟରୁ ପାଟଣା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୨୦୦୪ରେ କଂଗ୍ରେସ ଟିକେଟ ପାଇବାରୁ ବଞ୍ଚିତ ହୋଇ ସ୍ବାଧୀନ ଭାବେ ଲଢ଼ି ହାରି ଯାଇଥିଲା ।୨୦୦୭ମସିହାରେ ବିଜେଡିରେ ଯୋଗ ଦେବାପରେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୨୦୧୯ ନିର୍ବାଚନରେ ବିଜେଡ଼ି ଟିକେଟରୁବଞ୍ଚିତ ହୋଇଥିଲେ। ୨୦୨୩ରେ ବିଜେଡିରୁ ଇସ୍ତଫା ଦେବାପରେ ଭବିଷ୍ୟତରେ ନିର୍ବାଚନରେ ଲଢ଼ିବାକୁ ମତବ୍ୟକ୍ତ କରିଛନ୍ତି। ମାତ୍ର କେଉଁ ଦଳରୁ ଲଢ଼ିବେ ବୋଲି ସ୍ପଷ୍ଟ କରିନାହାନ୍ତି।