Odisha news

ବିଦେଶକୁ ଚୋରା ଚାଲାଣ ବେଳେ ଦିଲ୍ଲୀ ବିମାନ ବନ୍ଦରରୁ ଠାବ ଦର୍ପଣଗଡ଼ରୁ ଚୋରି ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ପ୍ରାଚୀନ ମୂର୍ତ୍ତି ଏଠାକୁ ଫେରୁନି କାହିଁକି??

0

ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ଦର୍ପଣଗଡ ଗ୍ରାମରୁ ଚୋରି ହୋଇଥିବା ପ୍ରାୟ ଦୁଇଶହ ବର୍ଷ ତଳେ ସ୍ଥାପିତ ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲ୍ଲଭ ମୂର୍ତ୍ତି ବିଦେଶକୁ ଚୋରା ଚାଲାଣ ବେଳେ ଦୀର୍ଘଦିନ ପୂର୍ବେ ଦିଲ୍ଲୀ ବିମାନ ବନ୍ଦରରୁ ଠାବ ହୋଇଥିଲା! ଠାବ ହୋଇଥିବା ମା’ଙ୍କ ଏହି ଦୁର୍ଲଭ ମୂର୍ତ୍ତି ଖୁବଶୀଘ୍ର ଏଠାକୁ ଫେରିବ ବୋଲି କୁହା ଯାଇଥିଲେ ମଧ୍ୟ ଦୀର୍ଘ ଦିନ ପରେବି ମୂର୍ତ୍ତି ଫେରିନଥିବାରୁ ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି! ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ୨୦୨୧ ମସିହା ଜାନୁୟାରୀ ୧୧ତାରିଖ ରାତିରେ ଏହି ମୂର୍ତ୍ତି ଚୋରି କରି ନେଇଥିଲେ ! ଏଥିନେଇ ବଡ଼ଚଣା ଥାନାରେ ଏକ ମାମଲା ରୁଜୁ ହେବା ପରେ ପୋଲିସ ପକ୍ଷରୁ ସେତେବେଳେ କିଛି ଦିନ ଧରି ତନାଘନା ହେଲା ଏବଂ ତତ୍କାଳିନ ଯାଜପୁର ଏସପି ରାହୁଲ୍ ପି ଆର୍ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସରଜମିନ ଯାଞ୍ଚ୍ କରିଥିଲେ ! ସେହି ସମୟ ମଧ୍ୟରେ ପୋଲିସ  ମୂର୍ତ୍ତିକୁ ଉଦ୍ଧାର କରିବା କିମ୍ୱା ଦୂର୍ବୁତ୍ତଙ୍କୁ ଠାବ କରିବା ସମ୍ଭବ ହୋଇନଥିବା! ତେବେ ଚୋରିର ୭ମାସ ଧରି ଦେବୀଙ୍କ ବିନା ଖାଲି ପଡ଼ିଥିବା ମନ୍ଦିରକୁ ଦେଖି ଗ୍ରାମବାସୀମାନେ ମା’ଙ୍କର ଆଉ ଏକ ନୂତନ ମୂର୍ତ୍ତି ନିର୍ମାଣ କରାଇ‌ ମନ୍ଦିରରେ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ! ତେବେ ଦୁବୃର୍ତ୍ତ ମାନେ ମୂର୍ତ୍ତିଟିକୁ ବିଦେଶକୁ ଚୋରା ଚାଲାଣ କରିବାକୁ ୨୦୨୨ ମସିହା ସେପ୍ଟେମ୍ବର ମାସରେ ତାହାକୁ କାର୍ଗୋରେ ବୁକ୍ କରିଥିଲେ !କିନ୍ତୁ ସେଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ(ଏଏସଆଇ)ରୁ ଏନଓସି ହାସଲ କରିବା ପାଇଁ ହୋଇଥିବା ଦରଖାସ୍ତ ଉପରେ କଷ୍ଟମ ବିଭାଗ ଯାଞ୍ଚ୍ କରିବାପରେ ତାହା ଦର୍ପଣଗଡ଼ରୁ ଚୋରି ହୋଇଥିବା କୋଟ୍ରାକ୍ଷୀଙ୍କ ପ୍ରାଚୀନ ମୂର୍ତ୍ତି ବୋଲି ଏଏସଆଇ ଜାଣି ପାରିଥିଲା! ପରେ କଷ୍ଟମ ବିଭାଗ ଅଧିକାରୀ ମାନେ ତାହାକୁ ଜବତ୍ କରି ନିଜ ହେପାଜତରେ ରଖି ଥିଲେ ଏବଂ ଏଏସଆଇ ପକ୍ଷରୁ ବିଧିବଦ୍ଧ ଭାବେ ଯାଜପୁର ଏସପିଙ୍କୁ ମଧ୍ୟ ସେଥିନେଇ ଚିଠି ଦ୍ୱାରା ଅବଗତ କରାଯାଇଥିଲା !

ଏହାପରେ ବାରମ୍ବାର ଗ୍ରାମବାସୀ ମାନେ ମୂର୍ତ୍ତିଟିକୁ ଫେରାଇ ଆଣିବା ପାଇଁ ଯାଜପୁର ଏସପି ରାହୁଲ୍ ପି ଆରଙ୍କୁ ଅନୁରୋଧ କରିବା ପରେ ସେ ୫ମାସ ତଳେ ଯାଜପୁର ଜିଲ୍ଲାର ଦୁୁୁଇ ଇନ୍ସପେକ୍ଟରଙ୍କୁ ସେଥିପାଇଁ ଦିଲ୍ଲୀକୁ ପଠାଇଥିଲେ ! କିନ୍ତୁ ସେଠାରେ କଣ ହେଲା କେଜାଣି ସେହି ଦୁଇ ଅଧିକାରୀ ଦିଲ୍ଲୀରୁ ଖାଲି ହାତରେ ଫେରିଥିଲେ! ସେତେବେଳେ ଶିିଘ୍ର ଖୁବଶୀଘ୍ର ମା’ଙ୍କ ମୂର୍ତ୍ତି ଏଠାକୁ ଫେରିବ ବୋଲି ପୋଲିସ ସୂଚନା ଦେଇଥିଲା! ହେଲେ ସେହି ସମୟ ମଧ୍ୟରେ ଏସପି ରାହୁଲ୍ ପି ଆରଙ୍କର ଅନ୍ୟତ୍ର ବଦଳି ହୋଇ ତାଙ୍କ ସ୍ଥାନରେ ବିନିତ୍ ଅଗ୍ରୱାଲ ନୂତନ ଏସପି ଭାବେ ଏଠାରେ ଯୋଗ ଦେଇଥିଲେ! ତେବେ ରାହୁଲ ପିଆରଙ୍କ ବଦଳି ପରେ ଏଯାଏଁ ସେହି ମୂର୍ତ୍ତିକୁ ଆଉ ଫେରାଇ ଆଣିବା ଦିଗରେ କୌଣସି ବି ପଦକ୍ଷେପ ଗ୍ରହଣ କରା ଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି! ବିଶ୍ୱସ୍ତ ସୂତ୍ରରୁ ଯାହା ଜଣାପଡ଼ିଛି ଏହି ମୂର୍ତ୍ତି ଚୋରି ହେବା ଏବଂ ତାହା ଦିଲ୍ଲୀରେ ଜବତ୍ ହେବା ଘଟଣା କୁଆଡ଼େ ନୂତନ ଏସପିଙ୍କୁ ଏଯାଏଁ ତାଙ୍କ ଅଧସ୍ତନ ଅଧିକାରୀ ମାନେ ଅବଗତ କରାଇ ନାହାନ୍ତି ! ଯେଉଁଥି ପାଇଁ ମୂର୍ତ୍ତି ଫେରାର ଆଣିବା ପ୍ରକ୍ରିୟା ଏବେ ଶିତଳ ଭଣ୍ଡାରକୁ ଚାଲିଯାଇଥିବା ଆଲୋଚନା ହେଉଛି! ତେବେ ସେ ଯାହାବି ହେଉ ନା କାହିଁକି ମା’ଙ୍କ ମୂର୍ତ୍ତି ତାଙ୍କ ନିଜ ସ୍ଥାନକୁ ଫେରି ପାରି ନ ଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି! ଏଥିନେଇ ତ୍ୱରୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଏସପିଙ୍କ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି!

Leave A Reply