Odisha news

ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

0
ଦଶପଲ୍ଲା ୨୬/୬ : ସୋମବାର ଦିନ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଙ୍କ ସହ ଆରକ୍ଷୀ ଅଧିକ୍ଷକ ଅଲେଖ ପହି, ଉପ-ଜିଲ୍ଲାପାଲଙ୍କ ସମେତ ଜିଲ୍ଲାର ବହୁ ପଦାଧିକାରୀ ଯୋଗ ଦେଇ ଥିବାବେଳେ ସ୍ଥାନୀୟ ଗୋଷ୍ଟି ଉର୍ନ୍ନୟନ ଅଧିକାରୀ, ଅତିରିକ୍ତ ତହସିଲଦାର, ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପା-ଧକ୍ଷ, ଏନଏସି କାର୍ଯ୍ୟନିର୍ବାହୀ ଅଧିକରୀ , ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଦଶପଲ୍ଲା ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ସରକାରୀ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଯୋଗ ଦେଇ ବିଭିର୍ଣ୍ଣ ଆଞ୍ଚଳରୁ ଆସିଥିବା ଲୋକ ମାନଙ୍କର ଅଭିଯୋଗର ଶୁଣାଣି କରିବି ସମାଧାନ କରିଥିଲେ।ଏମୋଟ ୬୦ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୪୦ ଟି ଥିବା ବେଳେ ଗ୍ରାମାଞ୍ଚଳ ସାମୁହିକ ଅଭିଯୋଗ ୪ଟି ହୋଇଥିଲା । ଏଥି ମଧ୍ୟରୁ ୨୭ ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏଥି ସହ ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଜଣଙ୍କୁ ଜିଲ୍ଲାପାଳ ସହାୟତା ରାଶି ପ୍ରଦାନ କରିଥିଲେ ।
Nalco
Leave A Reply