Odisha news

କୋଣାର୍କ ମତ୍ସ୍ୟଜୀବିଙ୍କ ଡ଼ଙ୍ଗା ଓ ଜୀବନ ପ୍ରତି ବିପଦ : ବେଳାଭୂମିରେ ପଡ଼ି ରହିଛି ପୋର୍ଟ ବଏ (ବଇଁଆ) ।

0

କୋଣାର୍କ : ରାମଚଣ୍ଡୀ  କୁଶଭଦ୍ରା ମୁହାଣ ଠାରୁ ପୁରୀ ପଟକୁ ପ୍ରାୟ ୭ କିମି ଦୁରତାରେ ଏକ ପୋର୍ଟ ବଇଁଆ ଲାଗିଥିବାର ଜଣାପଡ଼ିଛି ।ପୂର୍ବରୁ ମାର୍ଚ୍ଚ ମାସରେ ତଣ୍ଡାହାର ସମୁଦ୍ର ଉପକୁଳରୁ ପାରାଦ୍ବୀପ ପୋର୍ଟ‌ର ଏକ ବଇଁଆ ଉଦ୍ଧାର କରାଯାଇଥିଲା ।ଏହି ଘଟଣାକୁ ଏକମାସରୁ ଅଧିକ ସମୟ ବିତିଥିବା ସମୟରେ ଆଜି ପୁର୍ନବାର ଆଉ ଏକ ବଇଁଆ ବେଳାମୂିରେ ଲାଗି ରହିଥିବାର ଦେଖାଯାଇଛି । ବଇଁଆ କୁହାଯାଉଥିବା ଏହି ପୋର୍ଟ ଯନ୍ତ୍ରାଶଂ ର ଇଂଗ୍ରାଜୀ ନାମ ବଏ ଅଟେ ।ଏହା ପୋର୍ଟ(ବନ୍ଦର)ରେ ସର୍ବଦା ଭାସମାନ ଅବସ୍ଥାରେ ଥାଏ ।

ପୋର୍ଟକୁ ଆସୁଥିବା ଜାହାଜ ଗୁଡ଼ିକୁ ଏହା ପାଣିର ଗଭୀରତା ସଂପର୍କରେ ସିଗନାଲ ଦେଇଥାଏ ।ଏହା ଏକ ଇଲୋକେଟ୍ରାନିସ ଡ଼ିଭାଇସ ଓ ଏହା ମଧ୍ୟରେ ବ୍ୟାଟେରୀ ରହିଥିବାର ଜଣାପଡ଼ିଛି ।ଏହା ଏକପ୍ରକାରର ରାଡ଼ାର ଭଳି କାର୍ଯ୍ୟ କରିଥାଏ । ତଣ୍ଡାହାର ଉପକୁଳରେ ଉଦ୍ଧାର ହୋଇଥିବା ବଇଁଆଟି ଆଜି ପର୍ଯ୍ୟନ୍ତ   ପଡ଼ି ରହିଛି ।

ରାମଚଣ୍ଡୀ ନିକଟରେ ଲାଗିଥିବା  ଯନ୍ତ୍ରାଶଂ ଉପରେ ଏ-୧୦/ଆର ଲେଖାଯାଇଥିବାର ଦେଖିବାକୁ ମିଳିଛି ।ତଣ୍ଡାହାର ଉପକୁଳରେ ପଡ଼ି ରହିଥିବା ବଏଟି ଗତ ଫନି ସମୟରେ ସମୁଦ୍ରରେ ଭାସି ଆସିଥିବାର ସୂଚନା ରହିଥିବା ବେଳେ ଆଜି ଭାସି ଆସିଥିବା ଏହି ବଏ ଟି କେଉଁ ବନ୍ଦରର ତାହା ର ସୂଚନା ନାହିଁ ।ଅନ୍ୟପକ୍ଷରେ ସମୁଦ୍ରକୁଳକୁ ଭାସି ଆସିଥିବା ଏହି ବଏ ଟିକୁ ଉଦ୍ଧାର ନକରାଗଲେ ଏହା ପୁନଶ୍ଚ ସମୁଦ୍ରକୁ ଭାସିଯିବାର  ସମ୍ଭାବନା  ରହିଛି ।ଯାହାକି ମାଛଧରିବାକୁ ଯାଉଥିବା ମତ୍ସ୍ୟଜୀବିଙ୍କ ଡ଼ଙ୍ଗା ଓ ଜୀବନ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।

Leave A Reply