Odisha news

ଗୋଲାଗାଁ ହାଇସ୍କୁଲ ରେ ଫାଇଭ’ଟି କାମ ନିମ୍ନ ମାନର ଅଧା କାମକରି କରାଯାଇଛି ଲୋକାର୍ପଣ : ତଦନ୍ତ ପାଇଁ ଜିଲ୍ଲାପାଳ ଙ୍କୁ ନିବେଦନ କଲେ ଗ୍ରାମବାସୀ

0
ଦାନଗଦି, ତା ୧୨/୫ : ଦନାଗଦି ବ୍ଲକ ଚାନ୍ଦିଆ ପଂଚାୟତ ଅନ୍ତର୍ଗତ ଗୋଲାଗାଁ ହାଇସ୍କୁଲ ଟି ସରକାର ଫାଇଭ ଟି ଯୋଜନାରେ ସାମିଲ କରିଛନ୍ତି । ଗତ ୮ ତାରିଖ ରେ ମୁଖ୍ୟମନ୍ତ୍ରୀ ଏହାକୁ ପ୍ରଭାସି ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଅତ୍ୟନ୍ତ ତରବରିଆ ଭାବେ କାମ ନ ସରୁଣୁ ଏହାକୁ ଉଦ୍ଘାଟନ କରାଯାଇଛି । ଯାହା କିଛି କାମ ହୋଇଛି ତାହା ଅତ୍ୟନ୍ତ ନିମ୍ନ ମାନର ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ସ୍କୁଲ ରେ ଶ୍ରେଣୀଗୃହ ଅଭାବ ରହିଥିବା ସତ୍ତ୍ୱେ ଗୋଟିଏ ବି ନୂଆ ଘର ନିର୍ମାଣ ହୋଇନାହିଁ l କରୋନା ସମୟରେ ଟାଇଲ୍ ଓ ରଙ୍ଗ କାମ ହୋଇଥିବା ପୁରୁଣା ଘର କାନ୍ଥ ରେ ନୂଆ ରଙ୍ଗ ବୋଳି କେବଳ ଚକମକ ଦେଖାଇବା ପ୍ରୟାସ କରାଯାଇଛି l ଏପରିକି ଡେସ୍କ, ବେଞ୍ଚ, ପ୍ରୋଜେକ୍ଟର ଓ ଧଳା ବୋର୍ଡ ପୂର୍ବରୁ ବିଦ୍ୟାଳୟ ରେ ରହିଥିଲା l କେବଳ ଦୁଇଟି ଛୋଟ ଶ୍ରେଣୀଗୃହ କୁ ନବୀକରଣ କରାଯାଇ ଶ୍ରେଣୀଗୃହ କୁ ଫାଇଭ ଟି ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି l
ବିଦ୍ୟାଳୟର ପୁରୁଣା ପରିତ୍ୟକ୍ତ ଶୌଚାଳୟ ବାହାରେ ରଙ୍ଗ ବୋଳି ଦେଇ ତାକୁ ନୂଆ ଘର ଦେଖାଇବା ମଧ୍ୟ ଉଦ୍ୟମ କରାଯାଇଛି l ବିଦ୍ୟାଳୟ କୁ ୧୦ ଟି କମ୍ପ୍ୟୁଟର ଯୋଗାଇ ଦେବା ପରିବର୍ତ୍ତେ ମାତ୍ର ୫ଟି କମ୍ପ୍ୟୁଟର ଦିଆଯାଇଛି l କମ୍ପ୍ୟୁଟର ଚାଲିବା ପାଇଁ ଏଯାଏ ୱାରିଙ୍ଗ କରାଯାଇନାହିଁ l ପିଲାମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ର କୌଣସି ବ୍ୟବସ୍ଥା କରାଯାଇନାହିଁ l ସମ୍ପୂର୍ଣ୍ଣ ରାସ୍ତା ରେ ଫେବର ବ୍ଲକ ପକାଯିବା ପରିବର୍ତ୍ତେ କେବଳ ୬ ଫୁଟ ରାସ୍ତା କୁ ଫେବର ପକାଯାଇଛି l ସେଥିରୁ କେତେକ ସ୍ଥାନରେ ଫେବର ଦବି ଯାଇଥିବା ଦେଖିବାକୁ ମିଳିଛି l ଫେବର ଠାରୁ ଶ୍ରେଣୀଗୃହ ତଳକୁ ରହିଥିବାରୁ ବର୍ଷା ଦିନେ ବର୍ଷାଜଳ ଶ୍ରେଣୀ କକ୍ଷରେ ନିଶ୍ଚୟ ପଶିବ ଏହା ଏବେଠାରୁ ଜଳ ଜଳ ଦିଶୁଛି l ବିଦ୍ୟାଳୟ ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ଵରେ ଦୁଇଟି ସୁନ୍ଦର ବଗିଚା ନିର୍ମାଣ କରିବାକୁ ନିର୍ଦ୍ଧେଶ ଥିବା ବେଳେ କେବଳ ମାଟି ପକାଯାଇଥିବା ଦେଖିବାକୁ ମିଳିଛି l ବିଦ୍ୟାଳୟ ପରିସରର କୌଣସି ଠାରେ ଜଳ ସିଞ୍ଚନ ପାଇଁ ଗୋଟିଏ ବି ଟ୍ୟାପ ବ୍ୟବସ୍ଥା କରାଯାଇନାହିଁ l ବିଦ୍ୟାଳୟ ର ଜମି କୁ ଚିହ୍ନଟ କରାଯାଇ ସମ୍ପୂର୍ଣ ଜାଗାରେ ପାଚେରୀ ନିର୍ମାଣ କରାଯାଇନାହିଁ। ମାତ୍ର ଅଳ୍ପ କିଛି ଜାଗାରେ ପାଚେରୀ କାମ କରି ଅନ୍ୟ ଯାଗାକୁ ଛାଡ଼ି ଦିଆ ଯାଇଛି। ଯାହାକି ସ୍କୁଲ ପିଲାମାନେ ଖୋଲାରେ ବୁଳୁଛନ୍ତି।
କାର୍ଯ୍ୟ ତଦାରଖ କରୁଥିବା ଯନ୍ତ୍ରୀଙ୍କ ସୂଚନା ମୁତାବକ ଏପର୍ଯ୍ଯନ୍ତ ବିଦ୍ୟାଳୟ ରେ ୧୭ଲକ୍ଷ ଟଙ୍କା ବ୍ୟୟରେ କାମ ହୋଇଛି ଓ ବାକି କାମ ଜାରି ରହିଛି l ଅନ୍ୟପକ୍ଷରେ କିଛି ଆଖି ଦୃଶିଆ କାମ ହୋଇ ନଥିଲେ ମଧ୍ୟ ଠିକାଦାର ୧୦ ଲକ୍ଷ ଟଙ୍କା ବିଲ ଉଠାଇ ନେଇଥିବା ଅଭିଯୋଗ ହେଉଛି l ଫାଇଭ ଟି ନାମରେ ଅତ୍ୟନ୍ତ ତରବରିଆ ଭାବେ କରାଯାଇଥିବା ଏହି ବିଦ୍ୟାଳୟ ର କାମକୁ ନିରୀକ୍ଷଣ କରିବା ପାଇଁ ଜିଲାପାଳ ନିଜ ପକ୍ଷରୁ ଗୋଲାଗାଁ ବିଦ୍ୟାଳୟ ଗସ୍ତ କରିବାକୁ ସେମାନେ ଦାବି କରିଛନ୍ତି  l ଏ ସମ୍ପର୍କରେ ଦାନଗଦି ବିଡିଓ ସାରଦା ପ୍ରସାଦ ପଣ୍ଡାଙ୍କୁ ପଚାରିବାରୁ ସେ ସ୍କୁଲ ପରିଦର୍ଶନ କରି ଦେଖିବେ ବୋଲି କହିଥିଲେ।
Leave A Reply