ଦାନଗଦୀ : ଗତକାଲି କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ନୀଳାଚଳ କାରଖାନା ସମ୍ମୁଖରେ ବିସ୍ଥାପିତ ଙ୍କ ଆନ୍ଦୋଳନ ପାଇଁ ପ୍ରଶାସନ 163 ଧାରା ଜାରୀ କରିବା ସ୍ୱତେ ସେ ସବୁକୁ ଭୟ ନ କରି ବିସ୍ଥାପିତ ପରିବାର ର ମହିଳା ପୁରୁଷ ମାନେ ପୂର୍ବ ପ୍ରସ୍ତୁତି ଅନୁସାରେ ବିକ୍ଷୋଭ କରିବା ପାଇଁ ମଧ୍ୟାହ୍ନ ରେ ଆଗେଇ ଆସିଥିବା ଦେଖିବାକୁ ମିଳିଛି, ଏକ ଲାଲ ରଙ୍ଗର ବ୍ୟାନର ରେ ବିସ୍ଥାପିତ ପରିବାର ନିଜର ତିନୋଟି ଦାବୀ ଲେଖିବା ସହ ଆମକୁ ନିଯୁକ୍ତି ଦିଅ ନଚେତ ଗୁଳିମାରିଦିଅ ବୋଲି ଲେଖିକି ବିଭିନ୍ନ ନାରା ଦେଇ ଡ଼ୁବୁରୀ ରୁ ବାରଗଡିଆ ଦେଇ ନୀଳାଚଳ ଅଭିମୁଖେ ଆସି ନିଷିଦ୍ଧାଞ୍ଚଳ ପାଖରେ ଅଛନ୍ତି,ନିଜ ଭିଟା ମାଟି ଟାଟା କୁ ଦେଇ ଚାକରି ନ ପାଇ ଦୀର୍ଘ ଦିନ ହେବ ଶୀତ କାକର ଖରା ରେ ଆନ୍ଦୋଳନ କରି ମିଛ ପ୍ରତିଶୃତି ପ୍ରଶାସନ, କମ୍ପାନୀ ପାଖରୁ ପାଇ ନିରାଶ ହେବା ପରେ. ଆଜି ଆମେ ଚାକିରୀ ନେବୁ ନଚେତ ନୀଳାଚଳ ଫାଟକ ସମ୍ମୁଖରେ ମରିବୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି.. ବହୁତ ହେଲା ଆଉ ନୁହେଁ ଏହା ଆମର ଶେଷ ଲେଢେଇ ବୋଲି କହିବା ସହ ଜିଲ୍ଲା ପ୍ରଶାସନ କମ୍ପାନୀ ଯାହା ହୁଏ ସେଥିପାଇଁ ଦାୟୀ ରହିବେ ବୋଲି ପ୍ରତିକ୍ରିୟା ରେ ଆନ୍ଦୋଳନକାରୀ କହିଛନ୍ତି,ରାସ୍ତାରେ ନାର୍ଯ୍ୟ ଦାବୀ ପାଇଁ ନାରା ଦେଇ ମାଡି ଆସିବା ସମୟରେ ନିଶୀଦ୍ଧାଞ୍ଚଳ ର 500 ମିଟର ଦୂର ରେ ଥିବା ବାରଗଡିଆ ପୁରୁଣା ଟୋଲ ଗେଟ ପାଖରେ ପୋଲିସ ପ୍ରଶାସନ ସହ ମୁହାଁମୁହିଁ ହୋଇଥିବା ବେଳେ ପ୍ରଶାସନ ଡକାଵାଜି ଯନ୍ତ୍ର ଦ୍ୱାରା ସତର୍କ ସୂଚନା ଦେଇ ରୋକ ଲଗାଇ ଥିଲେ , ପରିସ୍ଥିତି ଶାନ୍ତ ଅଛି ଆନ୍ଦୋଳନକାରୀଙ୍କ ସହ ସବୁ ସମୟରେ ତାଙ୍କ ଦାବୀ ଉପରେ ଆଲୋଚନା ଚାଲିଛି ବୋଲି କଳିଙ୍ଗନଗର ଅତିରିକ୍ତ ଜିଲ୍ଲପାଳ ପ୍ରତିକ୍ରିୟା ଦେବା ସହ ଦାବୀ ଗୁଡିକ ଆମର ଆଲୋଚନା ପରିସରରର ବାହାରେ ତେଣୁ ଆଲୋଚନା ପାଇଁ ସମୟ ଲାଗିବ ବୋଲି କହିଛନ୍ତି, ଦାୟିତ୍ୱ ରେ ଥିବା ଆଡିସିନାଲ ଏସ. ପି. କହିଛନ୍ତି ପୋଲିସ ଶାନ୍ତି ଶୃଙ୍ଖଳା ପାଇଁ ଅଛନ୍ତି, ସେମିତି କିଛି ପରିସ୍ଥିତି ହେବ ନାହଁ, ଆନ୍ଦୋଳନକାରୀ ମାନେ ତାଙ୍କ ଦାବୀ ପାଇଁ ନାରା ଦେବା ସ୍ୱାଭାବିକ କଥା, ପରିସ୍ଥିତି ସେପରି କିଛି ହେବ ନାହଁକହିଛନ୍ତି ଶେଷରେ ବିସ୍ଥାପିତ ଆନ୍ଦୋଳନକାରୀ,ଅତିରିକ୍ତ ଜିଲ୍ଲା ପାଳ , ଆଦିସିନାଲ ଏସ. ପି.ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ରାସ୍ତାରେ ହେଉଥିବା ଆଲୋଚନା ବିଫଳ ହୋଇଛି . ଆନ୍ଦୋଳନ କାରୀ ମାନେ ଦାବୀ ପୂରଣ ପ୍ରଯ୍ୟନ୍ତ ନୀଳାଚଳ ଫାଟକ ସମ୍ମୁଖକୁ ଯାଇ ବସିବେ ବୋଲି ଅଡ଼ି ବସିଛନ୍ତି, ନିଷିଦ୍ଧାଞ୍ଚଳ ଭିତରକୁ ପଶିବା ପାଇଁ ଚେଷ୍ଟା ଜାରୀ ରଖିଛନ୍ତି,ଆଜିର ଆନ୍ଦୋଳନ ରେ 6 ପ୍ଲାଟୁନ ପୋଲିସ ଫୋର୍ସ ଙ୍କ ସମେତ 7 ଥାନା ଅଧିକାରୀ, ଏସ. ଡି. ପି. ଓ ସଞ୍ଜୟ ପଟ୍ଟନାୟକ, ଆଡ଼ିସିନାଲ ଏସ. ପି. ତୁଷାରକାନ୍ତ କାନନୁଗୋ ଉପସ୍ଥିତ ଥିଲେ