Odisha news

ନରସିଂହପୁରରେ ବିଡ଼ିଓ ପଦବୀ ଖାଲି ଉନ୍ନୟନ ମୂଳକ କାର୍ଯ୍ୟ ଠପ୍

0
ନରସିଂହପୁର: ଏକ ମାସ ହେବ ନରସିଂହପୁର ବ୍ଳକରେ ବିଡ଼ିଓ ପଦ ଖାଲି ପଡିଥିବା ଦେଖିବାକୁ ମିଳିଛି। ନିର୍ବାଚନ ପରେ ନରସିଂହପୁର ବ୍ଳକ ର ତହସିଲ ଓ ବ୍ଲକ ରୁ ଅନେକ ପୁରୁଖା ଅଧିକାରୀ ଓ କର୍ମଚାରୀ ଙ୍କୁ ବଦଳି କରାଯାଇଛି। ଏହାରି ମଧ୍ୟ ରେ ନରସିଂହପୁର ତତ୍କାଳୀନ ବିଡ଼ିଓ ଶ୍ରୀ ନୀଳମାଧବ ସୁନା ଙ୍କର ମଧ୍ୟ ବଦଳି ନିର୍ଦ୍ଦେଶ ଆସିଥିଲା। ଏହା ପରେ ରାଜ୍ୟ ସରକାର ଙ୍କର ଚିଠି ପରେ ନରସିଂହପୁର ବ୍ଳକରୁ ଶ୍ରୀ ସୁନା ଙ୍କର ବଦଳି ପରେ ଆଉ କୌଣସି ବିଡ଼ିଓ ଙ୍କୁ ଏଠାକୁ ନିଯୁକ୍ତି ଦିଆ ଯାଇନାହିଁ। ଯାହା ଫଳ ରେ କାର୍ଯ୍ୟ କରୁଥିବା ଏବିଡ଼ିଓ ଏବେ ଦାଇତ୍ୱ ତୁଲାଉଛନ୍ତି। ତେବେ ବିଡ଼ିଓ ପଦ ଆଜିକୁ ଏକ ମାସ ହେବ ଖାଲି ପଡ଼ିଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳିଛି। ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ଠପ୍ ହୋଇ ପଡିଛି। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କିମ୍ବା ତଦାରଖ ପାଇଁ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଙ୍କୁ ତୁରନ୍ତ ନିଯୁକ୍ତି ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।

Leave A Reply