Odisha news

ଚେନ୍ନାଇର ଟାର୍ଗେଟ୍‌ ୨୧୭ ରନ

0

ସାରଝା, ୨୨ା୯(ଏଜେନ୍ସି): ଗତଥରର ଉପବିଜେତା ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷ ମ୍ୟାଚରେ ରାଜସ୍ଥାନ ୨୧୬/୭ରନ୍‌ର ବିଶାଳ ସ୍କୋର କରିଥିଲା । ଶେଷ ଖବର ସୁଦ୍ଧା ଚେନ୍ନାଇ ୨୧୭ରନ୍‌ର ଟାର୍ଗେଟକୁ ପିଛା କରି ୨ ଓଭରରେ ୧୨ରନ୍‌ କରିଥିଲା । ମୁରଲୀ ବିଜୟ ୧୪ରନ୍‌ ଓ ସେନ୍‌ ୱାଟସନ୍‌ ୩ରନ୍‌ କରି ବ୍ୟାଟିଂ ଜାରି ରଖିଥିଲେ । ଟସ୍‌ ଜିତି ଚେନ୍ନାଇ ସୁପରକିଙ୍ଗସ୍‌ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଫିଲï ନିଷ୍ପତ୍ତି ନେଇଥିଲେ । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ୍ରଆମନ୍ତ୍ରଣ ପାଇଥିବା ରାଜସ୍ଥାନ ଆରମ୍ଭରୁ ଝୁଣ୍ଟି ଥିଲେ ବି ବିଶାଳ ସ୍କୋର କରିବାକୁ ସମର୍ଥ ହୋଇପାରିଥିଲା । ଓପନର ଯଶସଭି ଜୈସ୍ୱାଲ ୬ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅଧିନାୟକ ଷ୍ଟିଭ ସ୍ମିଥ୍‌ ୪୭ ବଲରୁ ୬୯ରନ୍‌, ସଞ୍ଜୁ ସାମସନ୍‌ ୩୨ ବଲରୁ ୭୪ରନ୍‌( ଗୋଟିଏ ଚୌକା ଓ ୯ଟି ଛକା), ରାହୁଲ ତିୱାତିଆ ୧୦ରନ୍‌, ତଥା ଜୋଫ୍ରା ଆର୍ଚ୍ଚର ଅପରାଜିତ ୨୭ରନ୍‌ କରିଥିଲେ । ବୋଲିଂରେ ଚେନ୍ନାଇର ସାମ କୁରନ୍‌ ସର୍ବାଧିକ ୩ଟି ୱିକେଟ୍‌
ସଫଳତା ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପକ ଚହର, ଲୁଙ୍ଗି ଏନଗିଡି ଓ ପିୟୁସ୍‌ ଚାୱଲା ଗୋଟିଏ କରି ୱିକେଟ୍‌ ସଫଳତା ହାସଲ କରିଥିଲେ । ୨୧୭ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଚେନ୍ନାଇ ସୁପର କିଙ୍ଗସ୍‌ ୪ ଓଭରରେ ୨୯ରନ୍‌ ସଂଗ୍ରହ କରିନେଇଥିଲା । ବିଜୟ ୧୯ ରନ୍‌ ଓ ୱାଟସନ୍‌ ୧୦ରନ୍‌ କରି ଅପରାଜିତ ଥିଲେ । ମ୍ୟାଚ୍‌ ଜିତିବା ପାଇଁ ଚେନ୍ନାଇକୁ ୯୧ ବଲରୁ ୧୮୭ରନ୍‌ର ଆବଶ୍ୟତକା ଥିଲା ।

Leave A Reply