Odisha news

କାଲଦାପଲ୍ଲୀରେ କୁମ୍ଭୀର ମାଂସ ଖାଇବା ଛାଞ୍ଚଲ୍ୟ : କୁମ୍ଭୀର ଧରାଳୀ ଗିରଫ

0
ମାଲକାନଗିରି  ତା:୩.୭.୨୦୨୦(ବରିଷ୍ଠ ସାମ୍ବାଦିକକେଶବ ଚନ୍ଦ୍ର ନାୟକ,ମାଲକାନଗିରି) :ପଡିଆ ଠାରୁ ମାତ୍ର ୫ କିମି ଦୁରରେ ଅବସ୍ଥିତ କାଲଦାପଲ୍ଲୀରେ ଗତ ମଙ୍ଗଳବାର ଦିନ ଶାବେରୀ ନଦୀରୁ ଏକ କୁମ୍ଭୀରକୁ ଆଣି କାଲଦାପଲ୍ଲୀର କିଛି ଲୋକ ଖାଇଯାଇଥିବା ଘଟଣା ସାରା ରାଜ୍ଯରେ ଚାଞ୍ଚଲ୍ଯ ଖେଳାଇ ଦେଇଥିବା ବେଳେ କାଲିମେଳା ବନାଞ୍ଚାଳ ଅଧିକାରୀ ରାମ ଚନ୍ଦ୍ର ମାଡକାମୀ ଏବଂ ବନ କର୍ମଚାରୀଂକ ତଦନ୍ତ ପରେ ମାଷ୍ଟର ମାଇଣ୍ଡ କୁମ୍ଭୀର ଧରାଳୀ ଆସାମୀଂକୁ ଗିରଫ କରିବାରେ ସଫଳ ହୋଇଥିବା ଜଣା ପଡିଛି !
ଘଟଣାରୁ ପ୍ରକାଶ ଯେ ଗତ ମଂଗଳବାର ଦିନ ଶାବେରୀ ନଦୀରୁ ଏମପିଭି-୬୧ ଗ୍ରାମର ସଂଜୟ ସର୍ଦ୍ଦାର(୨୭)ବାପା ଗୋପାଲ ସର୍ଦ୍ଦାର ୧୦ ଫୁଟିଆ ମଲା କୁମ୍ଭୀରକୁ ଉଦ୍ଧାର କରି ଆଣି ନିକଟସ୍ଥ ଆଦିବାସୀ ଗ୍ରାମକୁ ନେଇଥିଲେ l ସେଠାରେ ଥିବା ଏକ ଅଙ୍ଗନବାଡୀ କେନ୍ଦ୍ର ନିକଟସ୍ଥ ତେନ୍ତୁଳି ଗଛରେ କୁମ୍ଭୀରକୁ ଓହଳାଇ କଟାଯାଇଥିଲା l ସେହି କୁମ୍ଭୀର ମାଂସକୁ କାଲଦାପଲ୍ଲୀର ଲୋକମାନେ ନେଇ ତରକାରୀ କରି
ଖାଇଥିଲେ l
କାଲଦାପଲ୍ଲୀର କିଛି ଯୁବକ କୁମ୍ଭୀରର ଫଟୋ ମୋବାଇଲରେ ସେଲଫି ଉଠାଇ ଭାଇରାଲ କରିଥିବା ବେଳେ ଏ ଘଟଣା ଗଣ ମାଧ୍ଯମରେ ବଡଧରଣର ଚର୍ଚ୍ଚା ହୋଇଥିଲା l ଗତ କାଲି ମାଲକାନଗିରି ଡିଏଫଓଂକ ନିର୍ଦ୍ଦେଶ କ୍ରମେ ଘଟଣାସ୍ଥଳକୁ ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ନାୟକ ଏବଂ କଲିମେଳା ରେଞ୍ଜ କର୍ମଚାରୀମାନେ କାଲଦାପଲ୍ଲୀ ଯାଇ ସମସ୍ତ ତଥ୍ଯ ସଂଗ୍ରହ କରିଥିଲେ l ତେବେ କୁମ୍ଭୀରକୁ ନଦୀରୁ ଆଣିବା ଯୁବକ ସଂଜୟ ସର୍ଦ୍ଦାର ଜଣା ପଡିବା ପରେ
ତାଂକୁ ବନ କର୍ମଚାରୀମାନେ କାଲିମେଳା ରେଞ୍ଜକୁ ଆଣି ପଚରା ଉଚରା କରଥିଲେ lମୁଖ୍ଯ ଆସାମୀ ଭାବେ ସଂଜୟକୁ ଆଜି ଗିରଫ କରାଯାଇ ଅନ୍ଯ ଆସାମୀମାନଂକୁ ଖୋଜାଚାଲିଛି l ତେବେ କୁମ୍ଭୀର ଚମଡାକୁ ଜବତ କରାଯାଇନଥିବା ଦଣା ପଡିଛି l
Leave A Reply

Your email address will not be published.