Odisha news

ବଡ଼ବିଲରେ କରୋନା ସଚେତନତା କାର୍ଯ୍ୟକ୍ରମ

0

କଣ୍ଟାପଡ଼ା : କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟୀ ପଞ୍ଚାୟତ ଅନ୍ତର୍ଗତ ବଡ଼ବିଲ ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ବଡ଼ବିଲ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଏକ ଶୋଭାଯାତ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବାହାରି ଗ୍ରାମ ଓ ସାହି ପରିକ୍ରମା କରିଥିଲା । ଏଥିରେ ଆଶା, ଅଙ୍ଗନବାଡ଼ି କର୍ମୀ ଓ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସମେତ ସାମାଜିକ ସଂଗଠନ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।

ସର୍ବଦା ମାସ୍କ ବ୍ୟବହାର କରିବା, ପରସ୍ପରଠାରୁ ଅନୁ୍ୟନ ଏକ ମିଟର ଦୂରତା ରକ୍ଷା କରିବା, ବାରମ୍ବାର ସାବୁନରେ ହାତ ଧୋଇବା, ଛିଙ୍କ, କାଶ ହେଲେ ମୁହଁକୁ ରୁମାଲରେ ବନ୍ଦ ରଖିବା, ମୁହଁ, ଆଖି ଓ ନାକକୁ ସ୍ପର୍ଶ ନକରିବା ଆଦି ବିଷୟରେ ସେମାନେ ସ୍ଳୋଗାନ ଓ ପ୍ଲାକାର୍ଡ଼ ପ୍ରଦର୍ଶନ କରି ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବଡ଼ବିଲ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଦର୍ଶକ ଗଜେନ୍ଦ୍ର ବର୍ଦ୍ଧନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଅନିତା ନାୟକ, ସୁମତି ଆଚାର୍ଯ୍ୟ, ସୁକାନ୍ତି ତରାଇ, ମନ୍ଦାକିନୀ ମିଶ୍ର ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲାବେଳେ ଅନ୍ୟ ସଦସ୍ୟାମାନେ ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.