Odisha news

ସରଳ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟସରକାର : ଯୁବମୋର୍ଚ୍ଚା

0

 ଛାତ୍ରଛାତ୍ରୀଙ୍କ ହିତକୁ ପ୍ରାଧାନ୍ୟ ଦିଅନ୍ତୁ ବିପିୟୁଟି କର୍ତୃପକ୍ଷ
 ଶେଷ ସେମିଷ୍ଟାର ଛାତ୍ରଛାତ୍ରମାନଙ୍କ ପାଇଁ ଅନଲାଇନ କରିବା ନିଷ୍ପତି ତୃଟ୍ରିପୂର୍ଣ୍ଣ
 କଟେଂଟମେଂଟ ଜୋନ ତଥା ବାହାର ରାଜ୍ୟରୁ ଆସି ପାଠ ପଢୁଥିବା ପିଲା ପରୀକ୍ଷା କେନ୍ଦ୍ରକୁ ଯିବା ଏକ ବଡ ସମସ୍ୟା
 ହରିୟାଣା, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସରକାର ତଥା ଆଇଆଇଟି, ଏନଆଇଆଇଟି ଭଳି ସଂସ୍ଥା ନର୍ମାଲାଇଜେସନ ପ୍ରଣାଳୀ ଆପଣାଇଛନ୍ତି

ଭୁବନେଶ୍ୱର,ତା.୦୩/୦୭: ଦୀର୍ଘ ୨୦ ବର୍ଷ ନିରଙ୍କୁଶ ଶାସନ ପରେ ବି ତୃଟ୍ରିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଯୋଗୁଁ ଆଜି ଓଡିଶାର ଛାତ୍ର ଓ ଯୁବକମାନେ ଶିକ୍ଷା, ରୋଜଗାର, ଉଦ୍ୟମତାର ବହୁ ପଛରେ । ଓଡିଶାର ବୈଷୟିକ ବିଦ୍ୟାଳୟ(ବିପିୟୁଟି)ର ଶେଷ ସେମିଷ୍ଟାର ଛାତ୍ରଛାତ୍ରମାନଙ୍କ ପାଇଁ ଅନଲାଇନ କରିବା ନିଷ୍ପତି ଅତ୍ୟନ୍ତ ତୃଟ୍ରିପୂର୍ଣ୍ଣ ।

ବିପିୟୁଟିର ଛାତ୍ରଛାତ୍ରୀମାନଙ୍କ ଅନଲାଇନ ପରୀକ୍ଷା ପାଇଁ ଦେଇଥିବା ୨୭ ପୃଷ୍ଠାର ନିୟମାବଳୀକୁ ପୂରଣ କରିବା ବହୁ ଛାତ୍ରଛାତ୍ରୀମାନଙ୍କ ପକ୍ଷରେ ଅସମ୍ଭବ ବ୍ୟାପାର । ନୀୟମାବଳୀ ଲେଖାଯାଇଥିବା କଂପ୍ୟୁଟର ଆବଶ୍ୟକତା ଯେମିତିକି ୪ ଜିବି ରାମ, ୱେବ କ୍ୟାମ, ମାଇକ, ୩ ଘଂଟା ଲଗାତାର ବିଦୁ୍ୟତ ସରାବରାହ ଗ୍ରାମାଚଂଳରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୂରଣ କରିବା ସମ୍ଭବ ପର ନୁହେଁ । ଏହି ସୁବିଧା ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ଯିବାର ବ୍ୟବସ୍ଥା ଯଥା କଟେଂଟମେଂଟ ଜୋନ ତଥା ବାହାର ରାଜ୍ୟରୁ ଆସି ପାଠ ପଢୁଥିବା ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ରାଜ୍ୟସରକାର ସବୁ ଜାଣି ସରଳ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, କରୋନା ସମୟରେ ଏଭଳି ପରକ୍ଷା କେନ୍ଦ୍ର କରିବା କିମ୍ବା ନୂତନ ପରୀକ୍ଷା ପ୍ରଣାଳୀର ମଡେଲ ଫର୍ମାଟ ଏପର୍ଯ୍ୟନ୍ତ ଛାତ୍ର ଏବଂ ଶିକ୍ଷକ ମାନଙ୍କୁ ଠିକ୍ ଭାବରେ ଅବଗତ ନକରାଯିବା ବିପିୟୁଟିକୁ ସନେ୍ଦହ ଘେରକୁ ଆଣୁଛି । କରୋନା ଭଳି ସଙ୍କଟ ସମୟରେ ଛାତ୍ରଛାତ୍ରୀମାନେ କଲେଜ ହଷ୍ଟେଲ ଛାଡି ଘରକୁ ଆସିଥିବାରୁ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟ ପୁସ୍ତକ ଉପଲବ୍ଧ ନାହିଁ । ଏଭଳି ପରିସ୍ଥିତିରେ ନୂଆ ପ୍ରଣାଳୀରେ ଖୋଲା ବହି ପରୀକ୍ଷା (ଓପନ ବୁକ ଟେଷ୍ଟ) ଏକ ହାସ୍ୟାସ୍ପଦ ବିଷୟ । କଂପେଟ ଏଜୁଟେକ ନାମକ ସଂସ୍ଥା(ଯାହାକି ପୂର୍ବରୁ ଗ୍ଲୋବ ଏରିନା) କୁ ପରୀକ୍ଷା ପରିଚାଳନା ପାଇଁ ଯେଉଁ ଦାୟୀତ୍ୱ ଦିଆଯାଇଛି ସେ ସଂସ୍ଥା ସଂପର୍କରେ ବିପିୟୁଟି ଅଧିକ ତର୍ଜମା କରିବାର ଆବଶ୍ୟକତା ରହିଛି ।

ରାଜ୍ୟସରକାର ଓ ବିପିୟୁଟି କର୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ହଇରାଣ କରିବା ଉଦେ୍ଦଶ୍ୟ ନରଖି କିଭଳି ସେମାନଙ୍କର ଭବିଷ୍ୟତକୁ ଆଗାମୀ ଦିନରେ ସଠିକ ଦିଗରେ ନେଇପାରିବେ ସେ ବିଷୟରେ ଚିନ୍ତା କରନ୍ତୁ । ହରିୟାଣା, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସରକାର ତଥା ଆଇଆଇଟି, ଏନଆଇଆଇଟି ଭଳି ସଂସ୍ଥା ନର୍ମାଲାଇଜେସନ ପ୍ରଣାଳୀ ଆପଣାଇଛନ୍ତି । ଏହି ସବୁକୁ ଦୃଷ୍ଟିରେ ରଖି ବିପିୟୁଟି ନିଜର ପରୀକ୍ଷା ପ୍ରଣାଳୀକୁ ପରିବର୍ତନ କରି ଛାତ୍ରଛାତ୍ରୀଙ୍କ ହିତରେ କାର୍ଯ୍ୟକରୁ । ଯଦି ବିପିୟୁଟି ପରୀକ୍ଷା ପ୍ରଣାଳୀରେ ପରିବର୍ତନ ନଆଣେ ତେବେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେପି ଯୁବମୋର୍ଚ୍ଚା ଆଗାମୀ ଦିନରେ ତୀବ୍ର ପ୍ରତିବାଦ କରିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଏହି ଅବସରରେ ଯୁବମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ ଏବଂ କଟକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭକ୍ତବତ୍ସଳ ବସ୍ତିଆ ଉପସ୍ଥିତ ଥିଲେ ।

Nalco

Leave A Reply