Odisha news

ଥାନପତି କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ୟାପିତ : ମହାବୀର ଚମ୍ପିଅନ

0

ପାଣିକୋଇଲି, ୧୦ା୧:କୋରାଇ ବ୍ଲକ ଅନ୍ତର୍ଗତ କରଦା ପଂଚାୟତର ବର୍ତମଣା ଗ୍ରାମରେ ଅନୁଷ୍ଠିତ ଥାନପତି କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଛି । ଆଜିର ଫାଇନାଲ ମ୍ୟାଚ ମହାବୀର କ୍ରିକେଟ କ୍ଲବ ସୋତି ବନାମ ମା ମଙ୍ଗଳା କ୍ରିକେଟ କ୍ଲବ ଖୋସାଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ ଚଳିତ ବର୍ଷର ଚମ୍ପିଅନ ଭାବେ ମହାବୀର ସୋତି ବାଜିମାତ କରିଛି । ମା ମଙ୍ଗଳା ପ୍ରଥମେ ଟସ ଜିଣି ବୋଲିଙ୍ଗ କରିବାର ନିଷ୍ପତି ନେଇଥିଲା ।

ମହାବୀର ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୫ ଓଭରରେ ମଧ୍ୟରୁ ୧୪.୫ ଓଭରରେ ସମସ୍ତ ୱିକେଟ ହରାଇ ୧୪୮ରନ ସଂଗ୍ରହ କରିଥିଲେ । ଜବାବରେ ମା ମଙ୍ଗଳା ୧୫ ଓଭରରେ ୮ ୱିକେଟ ବିନିମୟରେ ସମସ୍ତ ୱିକେଟ ହରାଇ ୧୨୬ ରନ କରି ପରାଜୟ ବରଣ କରିଥିଲା । ଏହି ମ୍ୟାଚକୁ ଦୀପକ ବାବୁ, ରାଧେଶ୍ୟାମ ପାଢୀ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ବିବେକାନନ୍ଦ ସାହୁ ଓ ଦେବୀ ପ୍ରସାଦ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।

ଶେଷରେ ଆଇନଜିବୀ ବିଜୟ କୁମାର ସାହୁଙ୍କ ସଂଚାଳନାରେ ପୁରସ୍କାର ବିତରଣୀ ସଭାରେ ଅତିଥି ଭାବେ ପାଣିକୋଇଲି ଥାନାଧିକାରୀ ଚକ୍ରପତି କଅଁର, ସରପଂଚ ଗଣେଷ ସାହୁ, କୃଷକ ନେତା ବଳରାମ ସାହୁ, ଯୁବ ନେତା କରୁଣାକର ମାଝୀ, ଅଶୋକ ସାହୁ ପ୍ରମଉଖ ଯୋଗଦେଇ ମ୍ୟାଅଫ ଦି ମ୍ୟାଚ ସୋତିର ମନୋଜ ଦଳାଇ, ମ୍ୟାନ ଅଫ ଦି ସିରିଜ ବିଜୟ ଦାସଙ୍କ ସମେତ ବିଜୟୀ ଓ ରନରସଅପ ଦଳକୁ ପୁରସ୍କୃତ କରିଥିଲେ । ରଘୁନାଥ ସାହୁ, ଘୁରୁଡ ମଳିକ, ନିରଂଜନ ବାରିକ, ରମୋଶ ବାରିକ, ନାଣ୍ଡୁ ମଳିକ, ରଘୁନାଥ ମଳିକ, ଦୁଶାସନ ମଳିକ, ବସନ୍ତ ମଲିକ, ଜୟ ପ୍ରକାଶ ମଳିକ, ସନାତନ ମଳିକ ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନାରେ ସହଯୋଗ କରିଥିଲେ

Leave A Reply