Odisha news

ମହାବୀର କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ, ଆନାକୁଣ୍ଡା ଚମ୍ପିଅନ

0

ପାଣିକୋଇଲି, ୧୦ା୧:କୋରାଇ ବ୍ଲକ ଅନ୍ତର୍ଗତ କରଦା ପଂଚାୟତର ପଳସା-ଆମ୍ବଗଡିଆ ଗ୍ରାମର ମହାବୀର କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଛି । ଗତ ବର୍ଷ ପରି ଚଳିତ ବର୍ଷ ଆନାକୁଣ୍ଡା ଆମ୍ବଗଡିଆ ଚମ୍ପିଅନ ହୋଇଛି । ଆଜିର ଫାଇନାଲ ମ୍ୟାଚ ଆନାକୁଣ୍ଡା ଆମ୍ବଗଡିଆ ବନାମ ବ୍ଲୁ ଷ୍ଟାର ପାଣିକୋଇଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆନାକୁଣ୍ଡା ପ୍ରଥମେ ଟସ ଜିଣି ବ୍ୟାଂଟି କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୦ ରନ ସଂଗ୍ରହ କରିଥିଲା । ଜବାବରେ ବ୍ଲୁଷ୍ଟାର ୧୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୮ ରନ କରି ପରାଜୟ ବରଣ କରିଥିଲା । ଏହି ମ୍ୟାଚକୁ ସନ୍ତୋଷ ସାହୁ, ଅନନ୍ତ ବେହରା ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ପୁରସ୍ତମ ଖଣ୍ଡାଇ ଓ ସୁଦାମ ବେହେରା ପ୍ରମୁଖ ଯୋଗଦେଇଥିଲେ । ଅମୂଲ୍ୟ ସାହୁ, ହରେକୃଷ୍ଣ ସତପଥି ଧାରା ବିବରଣୀ ପ୍ରଦାନ କରିଥିଲେ । ଗଙ୍ଗାଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉସôବରେ ଅତିଥିଭାବେ କରଦା ସରପଂଚ ଗଣେଷ ସାହୁ, କୋରାଇ ପ୍ରେସ କ୍ଲବ ସଭାପତି ସୁବାସ ଧଳ, ବଲ୍ଲଭାନନ୍ଦ ପଣ୍ଡା, ଦାୟାନିଧି ସେନାପତି, ପ୍ରଫୁଲ୍ଲ ପଣ୍ଡା, ବ୍ରଜ କିଷଶାର ସାହୁଙ୍କ ସମେତ ଗ୍ରାମ୍ୟ ମୁରବୀମାନେ ଯୋଗ ଦେଇଥିଲେ । ମ୍ୟାଚ ଅଫ ଦି ମ୍ୟାଚ ଶ୍ରୀକାନ୍ତ ସାହୁଙ୍କ ସମେତ ରନରସ ଅପ ଓ ବିଜେତା ଟିମକୁ ନଗଦ ଅର୍ଥ ରାଶି ସହ ଟଫି ଦେଇ ପୁରସ୍କୃତ କରାଯାଇଥିଲା । ସନ୍ତୋଷ ସାହୁ, ଅଶୋକ ବେହେରା, ଅକ୍ଷୟ ବେହେରା, ଶରତ ବେହେରା, ଅଜୟ ସାହୁ, ଗୋପାଳ ସାହୁ, ପ୍ରଫୁଲ୍ଲ ଖଣ୍ଡାଇ ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply