ଭାରତ ନିୟୁଜିଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିଛି , ଯାହାକୁ ନେଇ କୋଚ ଗମ୍ଭୀରଙ୍କ ପାଇଁ ଉଠିଛି ପ୍ରଶ୍ନ, ଏବଂ ସୋସିଆଲ ମିଡିଆରେ ଗମ୍ଭୀର ହୋଇଛନ୍ତି ସମାଲୋଚନା ର ଶିକାର l ଭାରତ ଓ ନିୟୁଜିଲ୍ୟାଣ୍ଡ ମଧ୍ୟରେ ରବିବାର ଦିନ ତୃତୀୟ ନିର୍ଣ୍ଣାୟକ ମ୍ୟାଚ ହୋଇଯାଇଛି, ଏହି ମ୍ୟାଚ ରେ ୪୧ ରନ ରେ ଭାରତ ପରାସ୍ତ ହୋଇଥିଲା, ଏବଂ ନିୟୁଜିଲ୍ୟାଣ୍ଡ ୨ – ୧ ବିଜୟ ଲାଭ କରିଥିଲା l ଏହା ପ୍ରଥମ ଥର ଥିଲା ଯେତେବେଳେ ନିୟୁଜିଲ୍ୟାଣ୍ଡ ଭାରତ ମାଟିରେ ପ୍ରଥମଥର ଇଣ୍ଟରନେଶନାଲ ଦ୍ୱିପାକ୍ଷିକ ସିରିଜ ରେ ବିଜୟଲାଭ କରିଥିଲା l
ସବୁଠୁ ଆଶ୍ଚର୍ଯ୍ୟ ର ଘଟଣା ହେଲା ନିୟୁଜିଲ୍ୟାଣ୍ଡ ର ଏହି ଟିମ ରେ କେନ ଉଇଲିୟମ, ରଚିନ ରବୀନ୍ଦ୍ର, ଯେକବ ଡଫି ଭଳି ବଡ଼ ଖେଳାଳି ସାମିଲ ନଥିଲେ, ଏହା ସତ୍ୱେ ମଧ୍ୟ ବ୍ରେସବେଲ ଙ୍କ ଅଧିନାୟକତ୍ୱ ରେ ଟିମ ଖୁବ ଭଲ ପ୍ରଦର୍ଶନ କରି ଭାରତକୁ ତା ମାଟିରେ ହରାଇଥିଲା l
ଏହି ପରାଜୟ କୁ ନେଇ ଭାରତୀୟ ଦଳ ଓ ହେଡ଼ କୋଚ ଗୌତମ ଗମ୍ଭୀର ଙ୍କୁ ନେଇ ପ୍ରଶ୍ନ ଉଠିଛି, କିନ୍ତୁ ଏହା ମଧ୍ୟରେ ସୋସିଆଲ ମିଡିଆରେ ଗୌତମ ଗମ୍ଭୀର ଙ୍କୁ ନେଇ ଚର୍ଚା ମଧ୍ୟ ଜୋର ଧରିଛି , କିନ୍ତୁ ଏହି ମ୍ୟାଚ ସମୟରେ ଏଭଳି କିଛି ଘଟିଥିଲା ଯେ ଯାହା କୁ ସମସ୍ତେ ନିନ୍ଦା କରୁଛନ୍ତି l ବିରାଟ କୋହଲି ଓ ହର୍ଷିତ ରାଣା ଲୟରେ ମ୍ୟାଚ ଖେଳୁଥିଲେ, ଏବଂ ଠିକ ଏହି ସମୟରେ ଗମ୍ଭୀର ଙ୍କର ଗୋଟିଏ ମେସେଜ ପଠାଇଥିଲେ ଓ ତୁରନ୍ତ ଆଉଟ ହୋଇଥିଲେ ହର୍ଷିତ ରାଣା l
୩୩୮ ରନ ର ଲକ୍ଷକୁ ପିଛା କରି ଭାରତ ର କୋହଲି ଓ ରାଣା ଯୋଡି ୯୯ ରନ ର ଗୋଟିଏ ଭଲ ଯୋଗଦାନ ରହିଥିଲା, ଯେତେବେଳେ ଏହି ଦୁଇ ବ୍ୟାଟର ପଡିଆରେ ଥିଲେ, ସେତେବେଳେ ଭାରତୀୟ ମାନଙ୍କର ବିଜୟ ର ଆଶା ରହିଥିଲା l ମ୍ୟାଚ ଭାରତ ପକ୍ଷରେ ରହିଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ୪୨ ଓଭର ପୁରା ହେବାପରେ ଅଚାନକ ଖେଳ ସମ୍ପୂର୍ଣ ବଦଳି ଯାଇଥିଲା, ଏହି ସମୟରେ ହେଡ଼ କୋଚ ଗୌତମ ଗମ୍ଭୀର ଡ୍ରେସିଂ ରୁମ୍କୁ ଯାଇ ଧୃବ ଜୁରେଲ ଙ୍କ ଜରିଆରେ ପଡିଆକୁ କିଛି ମେସେଜ ଦେଇଥିଲେ, ଯାହାପରେ ଭାରତର ଖେଳ ସମ୍ପୂର୍ଣ ବଦଳି ଯାଇଥିଲା l
ଭାରତକୁ ଶେଷ ୮ ଓଭର ରେ ବିଜୟ ପାଇଁ ୮୯ ରନ ର ଆବଶ୍ୟକତା ଥିଲା, ୪୩ ଓଭର ଆରମ୍ଭରେ ହର୍ଷିତ ଗୋଟିଏ ଚୌକା ମାରିଥିଲେ, ଏବଂ କୋହଲି ମଧ୍ୟ ଏହି ଓଭର ରେ ଛକା ମାରିଥିଲେ, ଏବଂ ଏହି ଓଭର ଶେଷ ବଲରେ ହର୍ଷିତ ଗୋଟିଏ ୬ ମାରି , ଏହି ଗୋଟିଏ ଓଭର ରେ ୨୧ ରନ ସଂଗ୍ରହ କରିଥିଲେ ବିରାଟ-ହର୍ଷିତ ଯୋଡି, ଏହାପରେ ଡ୍ରେସିଂ ରୁମ ରେ ଉତ୍ସାହ ଦେଖିବାକୁ ମିଳିଥିଲା ଓ ଫ୍ୟାନ୍ସ ଙ୍କ ମଧ୍ୟରେ ଖୁସିର ମାହୋଲ ଦେଖା ଯାଇଥିଲା l
କିନ୍ତୁ ଠିକ ସେହି ସମୟରେ ଗମ୍ଭୀର ଜୁରେଲ ଙ୍କ ଜରିଆରେ ଗୋଟିଏ ମେସେଜ ଦେଇଥିଲେ, ଯାହା ହର୍ଷିତ ଙ୍କ ପାଇଁ ଥିଲା, କାହିଁକିନା ବିରାଟ ମେସେଜ ଶୁଣିବା ମାତ୍ରକେ କ୍ରିଜ ଆଡକୁ ଚାଲିଯାଇଥିଲେ, କିନ୍ତୁ ହର୍ଷିତ ପୁରା ମେସେଜ କୁ ଶୁଣିଥିଲେ l ଗୌତମ ଙ୍କର ଏହି ମେସେଜ ପରେ ୭ ଓଭର ରେ ଭାରତକୁ ୭୮ ରନ ର ଆବଶ୍ୟକତା ଥିଲା, ୪୪ ଓଭର ର ପ୍ରଥମ ବଲ ରେ କୋହଲି ସିଙ୍ଗଲ ରନ ନେଇଥିଲେ, ହର୍ଷିତ ଆଗାମୀ ବଲରେ ଛକା ମାରିଥିଲେ, ତୃତୀୟ ବଳରେ କୌଣସି ରନ ଆସିଲା ନାହିଁ, ଏବଂ ଆଗାମୀ ବଲରେ ରାଣା ବଡ଼ ସଟ ଖେଳିବା ଚକର ରେ ଆଉଟ ହୋଇଗଲେ l
ବୋଧହୁଏ ଗମ୍ଭୀର ଙ୍କର ମେସେଜ ଥିଲା ପ୍ରତ୍ୟେକ ବଲକୁ ହିଟ କରିବା l ଗମ୍ଭୀର ମ୍ୟାଚ କୁ ଆହୁରି ଶୀଘ୍ର ଜିତିବାକୁ ଚାହୁଁଥିଲେ, କିନ୍ତୁ ଏହା ଓଲଟା ପରିଣାମ ଦେଇଥିଲା ଓ ଭାରତ ୪୧ ରନରେ ମ୍ୟାଚ ହାରିଗଲା l ହର୍ଷିତ ରାଣା ଆଉଟ ହେବାପରେ ବିରାଟ କୋହଲି ଙ୍କ ନିକଟରେ କେହି ଠିକ ପାର୍ଟନର ଆଉ ନଥିଲେ, ଏବଂ ଏକାକୀ କୋହଲି ନିୟୁଜିଲ୍ୟାଣ୍ଡ ବିପକ୍ଷରେ ୧୦୮ ବଲରେ ୧୨୪ ରନ କରିଥିଲେ, ଏବଂ କୋହଲି କ୍ୟାଚ ଆଉଟ ହେବାପରେ ଭାରତ ବିଜୟର ଆଶା ମଉଳି ଯାଇଥିଲା l
ସୌଜନ୍ୟ – ଜାତୀୟ ଗଣମାଧ୍ୟମ ଆଜ ତକ l