ଅଲିଭ ରିଡ଼ଲେ କଇଁଛ ଙ୍କ ର ସୁରକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଶୀତ ଋତୁ ରେ ଅଲିଭ ରିଡ଼ଲେ କଇଁଛ ମୁଖ୍ୟତଃ ପୁରୀ ଠାରୁ ଅସ୍ତରଙ୍ଗ କେଳୁଣୀ ମୁହାଣ ପର୍ଯ୍ୟନ୍ତ ଅଣ୍ଡା ଦେବାକୁ ଆସିଥାନ୍ତି।ତେଣୁ ସେମାନେ କିପରି ସୁରକ୍ଷିତ ଭାବେ ଆସି ଅଣ୍ଡା ଦେଇ ଯିବେ ସେଥିପାଇଁ ଆଜି କୋଣାର୍କ ଥାନା ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକ କେଳୁଣୀ ମୁହାଣ ନିକଟରେ ସମ୍ପୂର୍ଣ୍ଣ ବେଳମାର୍ଗ କୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ଅନେକ କୁନି କୁନି ଛାତ୍ରଛାତ୍ରୀ, ଗ୍ରାମ କମିଟିର ସଦସ୍ୟ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ବନ ବିଭାଗର କର୍ମଚାରୀ, ପରିବେଶ ସୁରକ୍ଷା ସମିତି
ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ ରୂପାୟନ କରିଛନ୍ତି।
ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବେଳାମାର୍ଗ କୁ ସଫା ରଖିବା ଓ ବେଳାମାର୍ଗ କୁ ସଂପୂଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ଯାହା ଦ୍ବାରା ପ୍ରଜ୍ଵନନ ସମୟ ରେ ଅଣ୍ଡା ଦେବାକୁ ଆସୁଥିବା ଅଲିଭ ରିଡ଼ଲେ କଇଁଛ ନିଜକୁ ସହଜ ମଣିବେ ଓ ସୁରକ୍ଷିତ ଭାବେ ବାଲୁକା ରାଶି ରେ ପ୍ରଚଳିତ ହୋଇ ନିରାପଦ ରେ ଅଣ୍ଡା ଦାନ କରିବେ। ସେଥିପାଇଁ କେଳୁଣୀ ମୁହାଣ ନିକଟରେ ଆଜି ଯୁବ ପରିବେଶବିତ ସରୋଜ କୁମାର ଜେନା ଙ୍କ ନେତୃତ୍ୱରେ, କୋଣାର୍କ ରେଞ୍ଜର ବେଣୁଧର ବେହେରା, ନଡ଼ିଆ ମଠ ବିଟ ଅଧିକାରୀ ପ୍ରଫୁଲ୍ଲ ବିଶ୍ବାଳ ଙ୍କ ସହିତ ଅନ୍ୟ ସମସ୍ତେ ଏକାଠି ହୋଇ କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରିବା ସହ ଏକତ୍ରିତ ହୋଇ ଶପଥ ପାଠ କରିଥିଲେ ଯେ ପରିବେଶ ସୁରକ୍ଷା ଓ ସାମୁଦ୍ରିକ ଜୀବ ଜନ୍ତୁ ଙ୍କ ସୁରକ୍ଷା ପାଇଁ ସଦା ସର୍ବଦା କାମ କରିବା ଏବଂ ଅଲିଭ ରିଡ଼ଲେ କଇଁଛ ଙ୍କ ଵଂଶ ବିସ୍ତାର ପାଇଁ ସବୁବେଳେ ବେଳାମାର୍ଗ କୁ ପ୍ଲାଷ୍ଟିକ ଓ ପରିଷ୍କାର କରିବା। କୋଣାର୍କ ରୁ ସଂଗ୍ରାମ କେଶରୀ ମହାପାତ୍ରଙ୍କ ରିପୋର୍ଟ ସମୟ ଲାଇଭି।
