Odisha news

କେଉଁ ସମୟରେ ସୂର୍ଯ୍ୟ ଦେବଙ୍କୁ ଆରାଧନା କଲେ ଆରୋଗ୍ୟ ଲାଭ କରି ପାରିବେ

0

ବୈଦିକ କାଳରୁ ସୂର୍ଯ୍ୟଙ୍କୁ ଉପାସନା କରିବାର ଉଲେଖ ରହିଛି l ସୂର୍ଯ୍ୟଙ୍କୁ ବେଦରେ ଜଗତର ଆତ୍ମା ଓ ଇଶ୍ଵରଙ୍କର ନେତ୍ର କୁହାଯାଇଛି l ସୂର୍ଯ୍ୟଙ୍କୁ ଜୀବନ ,ସ୍ୱାସ୍ଥ୍ୟ ଏବଂ ଶକ୍ତିର ଦେବତା ଭାବରେ ଆମ ହିନ୍ଦୁ ଧର୍ମରେ ମାନ୍ୟତା ଦିଆଯାଇଛି l ତାଙ୍କରି କୃପାରୁ ହିଁ ପୃଥିବୀ ଉପରେ ଜୀବଜଗତ ସମ୍ଭବ ହୋଇ ପାରିଛି l ରବିବାର ଦିନଟି ସୂର୍ଯ୍ୟ ଦେବଙ୍କୁ ସମର୍ପିତ ଅଟେ l ଏହି ଦିନ ଭଗବାନ ସୂର୍ଯ୍ୟଙ୍କର ସାଧନା ଓ ଆରାଧନା କରିବା ଦ୍ୱାରା ତାଙ୍କର କୃପା ପ୍ରାପ୍ତ ହୋଇଥାଏ l ଏହି ଦିନ ସେ ତାଙ୍କ ଭକ୍ତଙ୍କର ପୂଜା ଦ୍ୱାରା ପ୍ରସନ ହୋଇ ଆରୋଗ୍ୟର ଆଶୀର୍ବାଦ ପ୍ରଦାନ କରନ୍ତି l

ଏହି ବିଧିରେ କରନ୍ତୁ ସୂର୍ଯ୍ୟଙ୍କ ପୂଜା –

ସନାତନ ପରମ୍ପରାରେ ପ୍ରତ୍ୟକ୍ଷ ଦେବତା ସୂର୍ଯ୍ୟଙ୍କର ସାଧନା ଓ ଉପାସନା ଦ୍ୱାରା ଶୀଘ୍ର ଫଳ ପ୍ରାପ୍ତି ହୋଇଥାଏ l ରବିବାର ଦିନ ସୂର୍ଯ୍ୟଦୟ ପୂର୍ବରୁ ସାନ୍ନ ସାରନ୍ତୁ l ଏହା ପରେ ସୂର୍ଯ୍ୟଙ୍କ ଦର୍ଶନ କରି ଓଃ ସୂର୍ଯ୍ୟାୟ ନମଃ କହି ଜଳ ସମର୍ପଣ କରନ୍ତୁ l

ସୂର୍ଯ୍ୟଙ୍କୁ ଯେଉଁ ଜଳ ପ୍ରଦାନ କରୁଛନ୍ତି ସେଥିରେ ସିନ୍ଦୁର ଲାଲ ଫୁଲ ସହିତ ଅର୍ପଣ କରନ୍ତୁ l ଏହା ପରେ ଗୋଟିଏ ଲାଲ ଆସନ ପକାଇ ପୂର୍ବ ଦିଗକୁ ମୁଖ କରି ୧୦୮ ଥର ସୂର୍ଯ୍ୟଙ୍କ ନାମ ଜପ କରନ୍ତୁ l

କେବଳ ଉଦୟ ସୂର୍ଯ୍ୟର ନୁହେଁ ଅସ୍ତ ସୂର୍ଯ୍ୟଙ୍କୁ ମଧ୍ୟ ଅର୍ଘ୍ୟ ଦେଇ ଧ୍ୟାନ କରନ୍ତୁ l ଯେଉଁ ଦିନ ଆପଣ ସୂର୍ଯ୍ୟ ଦେବଙ୍କୁ ପୂଜା କରୁଛନ୍ତି ମାନେ ରଖନ୍ତୁ ଯେ ଏହି ଜନ୍ମ ସହିତ ପୂର୍ବ ଜନ୍ମର ମଧ୍ୟ ପାପ ନଷ୍ଟ ହୋଇଯାଇଥାଏ l ଅସ୍ତ ହେଉଥିବା ସୂର୍ଯ୍ୟର ପୂଜା ପଛର ଗୋଟିଏ କାରଣ ରହିଛି ଯେ ପୂର୍ବ କାଳରେ ରୁଷି ମାନେ କହୁଥିଲେ ହେ ସୂର୍ଯ୍ୟ ଦେବା ଆମେ ଆଜି ତୁମକୁ ଆମତ୍ରିତ କରୁଛୁ କାରଣ ଆପଣ ଆସନ୍ତା କଲି ମଧ୍ୟ ଉଦୟ ହୋଇ ଆମକୁ ଶକ୍ତି ,ଉର୍ଜା ଓ ସ୍ୱାସ୍ଥ୍ୟ ପ୍ରଦାନ କରିବେ l

କାହିଁକି କରାଯାଇ ଥାଏ ସୂର୍ଯ୍ୟଙ୍କୁ ତିନି ପ୍ରହର ପର୍ଯ୍ୟନ୍ତ ସାଧନା –

ସୂର୍ଯ୍ୟଙ୍କୁ ଦିନରେ ତିନି ପ୍ରହର ପର୍ଯ୍ୟନ୍ତ ସାଧନା କରିବାର ଏକ ବିଶେଷ କାରଣ ରହିଛି l ସକାଳର ସୂର୍ଯ୍ୟଙ୍କୁ ସାଧନା କରିବା ଦ୍ୱାରା ଆରୋଗ୍ୟ ପ୍ରାପ୍ତି ହୋଇଥାଏ l ଦ୍ୱିପ୍ରହରର ସୂର୍ଯ୍ୟଙ୍କୁ ସାଧନା କଲେ ମାନସମ୍ମାନ ବୃଦ୍ଧି ହୋଇଥାଏ l ସନ୍ଧ୍ୟା ସମୟରେ ସୂର୍ଯ୍ୟଙ୍କୁ ସାଧନା କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l

Nalco
Leave A Reply