କଣ ସେହି ଜିନିଷ ଗୁଡିକ –
୧) ଅଗ୍ନି – ଅଗ୍ନି ଙ୍କୁ ଶାସ୍ତ୍ର ଅନୁସାରେ ଦେବତାଙ୍କ ସ୍ଥାନ ଦିଆ ଯାଇଥାଏ l ଯେ କୌଣସି ଶୁଭ କାର୍ଯ୍ୟରେ ଅଗ୍ନି ଙ୍କୁ ସାକ୍ଷୀ ରଖି ସମ୍ପୂର୍ଣ କରଯାଇ ଥାଏ l ଯଜ୍ଞ ରେ ଅଗ୍ନି ପ୍ରଜ୍ବଳନ କରି ଶୁଦ୍ଧି କରାଯାଇ ଥାଏ l ଅଗ୍ନି କୁ ଅସମ୍ମାନ ଦେବତା ଙ୍କ ଅସମ୍ମାନ ସହିତ ତୁଳନୀୟ ଅଟେ l ଅଗ୍ନିରେ କଦାପି ଗୋଡ଼ ବାଜିବା ଉଚିତ ନୁହେଁ l ତେଣୁ ଚୁଲିରେ ଗୋଡ଼ ବାଜିଲେ ବ୍ରହ୍ମ ଦୋଷ ଲାଗିଥାଏ ବୋଲି କୁହା ଯାଇଛି l
୨) ବ୍ରାହ୍ମଣ – ଆମ ସମାଜରେ ବ୍ରାହ୍ମଣ ମାନଙ୍କ ସ୍ଥାନ ଖୁବ ଉଚ୍ଚ ରେ l ଶୁଭ ହେଉ କି ଅଶୁଭ କାର୍ଯ୍ୟ ହେଉ ଆମେ ବ୍ରାହ୍ମଣ ଭୋଜନ କରାଇ ଥାଉ l ତେଣୁ ସେମାନଙ୍କ ତିରସ୍କାର କଦାପି କରିବା ଉଚିତ ନୁହେଁ l
୩) ଗୁରୁ – ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ଈଶ୍ୱର ଙ୍କ ସ୍ଥାନରେ ରଖାଯାଇ ଥାଏ l ଗୁରୁଙ୍କୁ ସର୍ବଦା ଆଦର ଓ ସମ୍ମାନ କରିବା ଆବଶ୍ୟକ l ଗୁରୁଙ୍କର ଅପମାନ କଲେ ସର୍ବନାଶ ହୋଇଥାଏ l
୪) କୁଆଁରୀ କନ୍ୟା – କୁଆଁରୀ କନ୍ୟା ଦେବୀଙ୍କ ସହିତ ତୁଳନୀୟ l ତେଣୁ କନ୍ୟାଙ୍କୁ କଦାପି ଗୋଡ଼ ଲଗାଇବା ଉଚିତ ନୁହେଁ l
୫) ବୟସ୍କ – ଘରେ ବୟସ୍କ ଓ ଗୁରୁଜନ ଙ୍କର ସର୍ବଦା ସମ୍ମାନ କରିବା ଆବଶ୍ୟକ l ବୟସ୍କ ଓ ଗୁରୁଜନ ମାନଙ୍କୁ ଅପମାନିତ କଲେ ବ୍ରହ୍ମ ଦୋଷ ଲାଗିଥାଏ l
୬) ଗାଈ – ଗାଈ କୁ ମାତା ର ସ୍ଥାନ ଦିଆ ଯାଇଥାଏ l ଯଦି ଗାଈକୁ ମାରି ଥାଉ, କିମ୍ବା ଅସମ୍ମାନ କରିଥାଉ ତେବେ ଗୃହରେ କଳହ ଓ ସଙ୍କଟ ଦେଖା ଯାଇଥାଏ l
୭ ) ଶିଶୁ – ଶାସ୍ତ୍ର ଅନୁସାରେ ଶିଶୁମାନେ ଭଗବାନ ଙ୍କ ଅବତାର l ଶିଶୁ ମାନଙ୍କୁ କଦାପି ପାଦ ଲଗାଇବା ଉଚିତ ନୁହେଁ l ଏହାଦ୍ୱାରା ବ୍ରହ୍ମ ଦୋଷ ଲାଗିଥାଏ l