Odisha news

ଟିକିନା ଗ୍ରାମରେ କରେଣ୍ଟ ଲାଗି ଦୁଇ ଗାଈ ଙ୍କ ମୁତ୍ୟୁ

0
କୋଣାର୍କ:୨୮/୮କୋଣାର୍କ ପୁରୀ ବେଳାମାର୍ଗ ମୁଖ୍ୟରାସ୍ତା ଲିଆଖିଆ ବ୍ରିଜି ନିକଟ ଟିକିନା ଗ୍ରାମର ଦୁଇଗୋଟି ଗାଈ କରେଣ୍ଟ ଲାଗି ମୁତ୍ୟୁ ହୋଇଯାଇଥିବା ଜଣାପଡିଛି ।ଖବର ନେବାରେ ଜଣାପଡେକି ଚନ୍ଦ୍ରଭାଗା ମେରାଇନି ଥାନା ଅନ୍ତର୍ଗତ ଟିକିନା ଗ୍ରାମର କେତେକ ଗାଈ ପ୍ରତିଦିନ ପରି ଖାଦ୍ୟ ଅନେଶ୍ୱଣ ଯାଇ ଲିଆଖିଆ ବ୍ରିଜି ନିକଟରେ ଘାସ ଖାଇବାକୁ ଯିବା ସମୟରେ ପୂର୍ବରୁ ସେଠାରେ ଚିଙ୍ଗୁଡ଼ି ଘେରି କରି ଚିଙ୍ଗୁଡ଼ି ଚାଷ କରିବା ନିମନ୍ତେ ବହୁ ଦୂର ପର୍ଯ୍ୟନ୍ତ ରାସ୍ତା ନିକଟରେ ଥିବା ଏକ ଆଶ୍ରମ ମଧ୍ୟ ରେ ଥିବା ଖୁଣ୍ଟି ରୁ  ବେଆଇନି ଭାବେ  ତାର ପକାଇ ଚିଙ୍ଗୁଡ଼ି  ପୋଖରୀ ନିକଟକୁ ବିଦ୍ୟୁତ ନେଇଥିଲେ ।ମାତ୍ର ଗତ ବନ୍ୟା ସମୟରେ ପାଣି ଅଚାନକ ମାଡ଼ିଆସି ଚିଙ୍ଗୁଡ଼ି ପୋଖରୀ ସମେତ ସମଗ୍ର ଅଂଚଳ ବୁଡିରହିଥିଲା । ଚିଙ୍ଗୁଡ଼ି ପୋଖରୀ ର ମାଲିକ ମାନେ ଉକ୍ତ ସ୍ଥାନକୁ ନେଇ ଥିବା ବିଦ୍ୟୁତ ତାର କୁ ବନ୍ୟା ପାଇଁ  ବିଦ୍ୟୁତ ସଂଯୋଗ ବିଛିର୍ଣ୍ଣ ନକରି ସେପରି  ବେପରୁଆ ଭାବେ ଛାଡ଼ିଦେଇଥିଲେ ।ମାତ୍ର ବନ୍ୟା ଛାଡିବାପରେ ଉକ୍ତ ତାର ଗୁଡିକ ଛିଣ୍ଡି ପଡିରହିବା ଫଳରେ ସେଥିରେ କରେଣ୍ଟ ଲାଗିରହିଥିଲା  ଫଳରେ ତାର ପଡି ରହିଥିବା ସ୍ଥାନ ଗୁଡିକ କରେଣ୍ଟ ହୋଇ ରହିଥିଲା ।ଗାଈ ମାନେ ଖାଦ୍ୟ ପାଇଁ ଉକ୍ତ  ସ୍ଥାନ ରେ ପହଂଚି କରେଣ୍ଟ ସଂସ୍ପର୍ଶରେ ରେ ଆସିବା ଫଳରେ ଦୁଇଟି ଗାଈ ମୁତ୍ୟୁ ହୋଇଯାଇଥିଲା । ଏନେଇ ଟିକିନା  ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ଚନ୍ଦ୍ରଭାଗା ମେରାଇନି ଥାନା ଏ ଏସ ଆଇ ପ୍ରକାଶ ଚନ୍ଦ୍ର ମହାନ୍ତି ତୁରନ୍ତ  ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ସଂଯୋଗ କର୍ମଚାରୀ ଡକାଇ କାଟିବା ସହିତ ତଦନ୍ତ କରି ଥିଲେ ।ଟିକିନା ଗ୍ରାମର ବୁଲା ବେହେରା ଓ ଫକୀର ବେହେରା ନାମକ ବ୍ୟକ୍ତି ଙ୍କ ର ଉକ୍ତ ଗାଈ ହୋଇଥିବା ଓ ଏନେଇ ସେମାନେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ  ରବୀନ୍ଦ୍ର କୁମାର ସେଠୀ  ଙ୍କ ନିର୍ଦେଶ ରେ  ୧୫/୨୨ ରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି  ।ଚିଙ୍ଗୁଡ଼ି ଘେରି କୁ ବେଆନି ବିଦ୍ୟୁତ ସଂଯୋଗ କୁ ନେଇ ଗ୍ରାମବାସୀ ଉତେକ୍ତ , ଅଘଟଣ ପାଇଁ ଦାୟୀ ହେବ କିଏ । ସୂଚନାଯୋଗ୍ୟ ଚିଙ୍ଗୁଡ଼ି ଘେରି କୁ ବେଆନି ବିଦ୍ୟୁତ ସଂଯୋଗ କୁ ନେଇ ଗ୍ରାମବାସୀ  ମାନେ ଉତେକ୍ତ ହେବା ଓ ଏପରି ବେପାରୁଆ ଅଘଟଣ ପାଇଁ ଦାୟୀ ହେବ କିଏ  ତାକୁ ନେଇ ସାଧାରଣରେ ଅଲୋଚନା ଜୋର ଧରିଛି ।
Nalco
Leave A Reply