ନାମରେ ପରିଚିତ ପୂର୍ତ୍ତ ବିଭାଗର ଏହି ଅଣ ଓସାରିଆ ରାସ୍ତାଟି କୁ ରାଜ୍ୟ ସରକାର ରାଜ୍ୟ ରାଜପଥ ର ମାନ୍ୟତା ଦେଇ ପ୍ରଶସ୍ତିକରଣ ପାଇଁ ଅର୍ଥ ମଂଜୁର କରିବା ସହିତ ଭାଗ ଭାଗ କରି ଠିକାଦାର ମାନଙ୍କୁ କାର୍ଯ୍ୟାଦେଶ ଦେଇଥିଲେ। ମାତ୍ର ଚାରିବର୍ଷ ଧରି କାର୍ଯ୍ୟ ଚାଲୁ ରହିଥିବା ବେଳେ କେବେ ସରିବ ତାର ହିସାବ କିନ୍ତୁ ସରକାରଙ୍କ ପାଖରେ ନଥିବାର ମନେ ହେଉଛି। କାରଣ ସରକାର ଓ ଠିକାଦାରଙ୍କ ମଧ୍ୟରେ କିଛି ଗୁପ୍ତ ସମ୍ପର୍କ ଥିବାରୁ ଜନସାଧାରଙ୍କ ହିତ ସାଧନ ହୋଇପାରୁ ନାହିଁ । ଏହି ରାସ୍ତାର ଗୋଟିଏ ଭାଗ ବୈଶିଙ୍ଗା -ମାଣତ୍ରୀ ମଧ୍ୟରେ ଅନ୍ଧାରୀନାଳ ଉପରେ ଉଚ୍ଚତା ବିଶିଷ୍ଟ ପୋଲ ଓ ଉଭୟ ପାର୍ଶ୍ଵର ଏକ କି.ମି.ରାସ୍ତା କାର୍ଯ୍ୟ ପାଇଁ ଦାୟିତ୍ଵ ନେଇଥିବା ଠିକାଦାର ନିଜ ମନଇଚ୍ଛାରେ କାର୍ଯ୍ୟ କରୁଥିବା ଯୋଗୁଁ ତାହା କଚ୍ଛପ ଗତିରେ ଚାଲୁ ଥିବାର ଅଭିଯୋଗ ହେଉଛି। ବୁଢାବଳଙ୍ଗ ଅବବାହିକାର ବନ୍ୟାଞ୍ଚଳ ମଧ୍ୟରେ ଏହି ରାସ୍ତାଟି ଥିବାରୁ ଲୋକମାନେ ନାହିଁନଥିବା ସମସ୍ୟାରେ ଜର୍ଜରିତ ହେଉଥିଲେ ମଧ୍ୟ କାହାରି ତିଳେମାତ୍ର ଚିନ୍ତା ନାହିଁ। ଅଧିକାଂଶ ସମୟରେ ନଦୀରେ ଛୋଟ ଧରଣର ବନ୍ୟା ପାଣି ଆସିଲେ ବି ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଉଛି। ବିଳମ୍ବିତ ଏବଂ ନିମ୍ନମାନର କାର୍ଯ୍ୟପାଇଁ ଅଞ୍ଚଳବାସୀ ବାରମ୍ବାର ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଗୋଚର କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ରାସ୍ତାକାମ ସମୟରେ କେତେ ଯାନ ବାହନ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ତାର ହିସାବ ନାହିଁ। ଗତ ସପ୍ତାହରେ ଲଘୁଚାପ ଜନିତ ବର୍ଷାରେ ବୁଢାବଳଙ୍ଗ ରେ ବନ୍ୟା ଜଳ ପ୍ରବାହିତ ହୋଇଥିବାବେଳେ ଦୁଇଦିନ ବୈଶିଙ୍ଗା – ମାଣତ୍ରୀ ଯୋଗା ଯୋଗ ବିଛିନ୍ନ ହୋଇଥିବା ବେଳେ ରାସ୍ତାର ଗୋଟିଏ ସ୍ଥାନରେ ହ୍ୟୁମ ପାଇପ ଦିଆଯାଇ ଠିକ୍ ଭାବରେ କଂକ୍ରିଟ କରାଯାଇ ନ ଥିବାରୁ ରାସ୍ତାଟି ଦବି ଯିବା ଯୋଗୁଁ ଯାତାୟତ ବନ୍ଦ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ବାଲିବସ୍ତା ଦେଇ ସାମୟିକ ଭାବେ ମରାମତି କରାଯାଇଥିଲା ବେଳେ ସଂପୂର୍ଣ୍ଣ କେବେ ହେବ ଜଣାନାହିଁ। ବାରମ୍ଵାର ଏହି ଠିକାଦାର ଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ଥିବା ପରିଲକ୍ଷିତ ହୋଇଛି। ତେବେ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ସରକାର କେବେ ଚିନ୍ତା କରିବେ ତାହା ଦେଖିବାକୁ ବାକି ରହିଲା।
