Odisha news

ଦେଓଦା ବଳଦେବଜୀୟୁ ଯୁବକ ସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

0

ଧର୍ମଶାଳା,୨୪ ।୫(Basudev Tripathy)  ଧର୍ମଶାଳା ବ୍ଲକ ଦେଓଦା ପଂଚାୟତ ବଳଦେବଜୀୟୁ ଯୁବକ ସଂଘ ପକ୍ଷରୁ ଆଜି ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଠ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ, ଡାକ୍ତର ପ୍ରତୁ୍ୟଷ ମହାରଣା ଓ ଯୁବ ସାମ୍ବାଦିକ ଅବିନେଶ୍ୱର ଶତପଥୀଙ୍କୁ କରୋନା ଯୋଦ୍ଧା ଭାବେ ଅବିହିତ କରାଯାଇ ଯୁବକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂଘର ସଭାପତି ପ୍ରତାପ କିଶୋର ନାଥ, ସଂପାଦକ ପ୍ରସନ୍ନ କୁମାର ପାଣି, ମଠର ମହନ୍ତ କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ କରୋନା ଯୋଦ୍ଧାମାନଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଯୁବକ ସଂଘର ସଭ୍ୟ ମକରଧ୍ୱଜ ଦାସ, ପ୍ରକାଶ ମିଶ୍ର, ଦେବଦତ ପଟ୍ଟନାୟକ, ସ୍ୱରାଜ ପାଣି, ଦିଲ୍ଲୀପ ସାହୁ, ସୁଜିତ ସାହୁ, ରଂଜିତ ଦାସ, ଲଳିତ ନାଥ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ସମ୍ବର୍ଦ୍ଧିତ ପ୍ରତିଭାମାନେ ଯୁବକ ସଂଘର ଉଦ୍ୟମକୁ ପ୍ରଶଂସା କରିବା ସହ ଏହି ଲଢେଇରେ ଯୁବକମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.