Odisha news

ଏହି ଦେଶରେ କରୋନା ସଂକ୍ରମିତ ମହିଳାଙ୍କ ସହିତ ଦୁର୍ବ୍ୟବହାର ହେବାରୁ ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

0

ନୂଆଦିଲ୍ଲୀ :ଏମିତିରେ ଦେଖିବାକୁ ଗଲେ ବର୍ତମାନ ମଧ୍ୟ ବିଶ୍ୱରୁ କରୋନା ଭୟ ଯାଇନାହିଁ l ଆଜି ମଧ୍ୟ ବିଶ୍ୱର ଅଧିକାଂଶ ଦେଶ କରୋନାରେ ପ୍ରଭାବିତ ହେଉଛନ୍ତି l ଥରେ ଭାବି ଦେଖନ୍ତୁ ତ ଯଦି ଗୋଟିଏ ରାଜା ନିଜ ପ୍ରଜା ମାନଙ୍କ ପାଇଁ ସଚେତନ ରହିବ ତେବେ ସେହି ଦେଶର ନାଗରିକ ମାନେ କେତେ ଭାଗ୍ୟବାନ ହୋଇଥିବେ l ହଁ ଆଜ୍ଞା ବିଶ୍ୱରେ ଆଜି ମଧ୍ୟ ସେହି ଭଳି ଦେଶ ରହିଛି ,ଯିଏ ନିଜ ଜନସାଧାରଣଙ୍କ ପ୍ରତି ଖୁବ ସଚେତନ l ଯାହାର ଜ୍ୱଳନ୍ତ ଉଦାହରଣ ମଙ୍ଗୋଲିଆ l

ସେହିଭଳି ମଙ୍ଗୋଲିଆ ମଧ୍ୟ କରୋନାରେ ପ୍ରଭାବିତ ଅଟେ l ଏହି ଦେଶ ତାର ଜନସାଧାରଣଙ୍କ ପାଇଁ ବେସ ସଚେତନ l ଏହି ଦେଶର ଜଣେ ମହିଳା କରୋନା ସଂକ୍ରମିତ ହୋଇଥିଲେ l ତାଙ୍କ ସହିତ ଖରାପ ବ୍ୟବହାର କରା ଯିବାରୁ ମଙ୍ଗୋଲିଆ ପ୍ରଧାନମନ୍ତ୍ରୀ ନିଜ ଇସ୍ତଫା ପତ୍ର ସଂସଦକୁ ଦେଇଛନ୍ତି l ମିଳିଥିବା ସୂଚନା ଅନୁସାରେ ମହିଳା ଜଣଙ୍କୁ କରାଯାଇଥିବାର ଖରାପ ବ୍ୟବହାରର ଭିଡିଓ ଭାଇରାଲ ହେବାକୁ ଲାଗିଲା l ଏହା ପରେ ମଙ୍ଗୋଲିଆର ରାଜଧାନୀରେ ଖୁବ ପ୍ରତିବାଦ ହୋଇଥିଲା l

ଏହି ଭିଡିଓ ଟିରେ ଦେଖିବାକୁ ମିଳିଥିଲା ଜଣେ ମହିଳା କରୋନା ପଜିଟିଭ ମିଳିଥିଲେ ,ଏହାପରେ ତାଙ୍କୁ ଡାକ୍ତର ଖାନାରୁ -୨୫ ଡିଗ୍ରୀ ସେଲ୍ସିୟସ ଥଣ୍ଡାରେ ଡାକ୍ତରଖାନାର ପୋଷାକରେ ଖଣ୍ଡିଏ ପ୍ଲାଷ୍ଟିକ ଚପଲ ପିନ୍ଧିଥିବା ଅବସ୍ଥାରେ ନିଜର ନବଜାତକ ଶିଶୁଟି ସହିତ ନିର୍ମମ ଭାବରେ ଡାକ୍ତରଖାନା ନିଆଯାଉଛି l ଏହି ଭିଡ଼ିଓଟିକୁ ଦେଖି ଲୋକମାନେ ଅତ୍ୟନ୍ତ ଦୁଃଖିତ ହୋଇଥିଲେ ଓ କ୍ରୋଧରେ ଆନ୍ଦୋଳନ କରିଥିଲେ l

ମଙ୍ଗୋଲିଆର ପରମ୍ପରା ଅନୁସାରେ ନବଜାତକର ମା କୁ ଗୋଟିଏ ମାସ ପର୍ଯ୍ୟନ୍ତ ବାହାରକୁ ବାହାରିବାକୁ ଦିଆଯାଇନାହିଁ l ଭିଡ଼ିଓଟି ଭାଇରାଲ ହେବାପରେ ପାଖାପାଖି ୫ ହଜାର ପ୍ରଦର୍ଶନକାରୀ ମଙ୍ଗୋଲିଆର ରାଜଧାନୀ ଉଲାନବାତର ଠାରେ ଏକାଠି ହୋଇଥିଲେ l ଏହି ବ୍ୟକ୍ତି ମାନେ ମଙ୍ଗୋଲିଆରେ ବେରୋଜଗାରୀକୁ ନେଇ ମଧ୍ୟ ନାରା ଦେଇଥିଲେ l ଏହାପରେ ମଙ୍ଗୋଲିଆ ପ୍ରଧାନମନ୍ତ୍ରୀ ଖୁରେଲସୁଖ ଉଖନା ନିଜର ଇସ୍ତଫା ପାତ୍ରରେ ଲେଖିଥିଲେ ଯେ “ମୁଁ ଜନସାଧାରଣଙ୍କ ଇଛାକୁ ସମ୍ମାନ ଦେଇ ଓ ଏହି ସମସ୍ତ ଘଟଣା ପାଇଁ ନିଜକୁ ଦୋଷୀ ଭାବି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି l ବର୍ତମାନ ତାଙ୍କର ଇସ୍ତଫା ପତ୍ର ସଂସଦରେ ଗୃହୀତ ହେବାକୁ ବାକି ଅଛି l

Leave A Reply