Odisha news

ଆସୁଛି କରୋନାର ଦ୍ୱିତୀୟ ଲହର

0

ନୂଆଦିଲ୍ଲୀ: ଦେଶର କେତେକ ସ୍ଥାନରେ କରୋନାର ଦ୍ୱିତୀୟ ଲହର ତୀବ୍ର ହେବାରେ ଲାଗିଛି । ସାମାଜିକ ଦୂରତା ପାଳନ ନକରିବା, ମାସ୍କ ପିନ୍ଧିବା କ୍ଷେତ୍ରରେ ଢ଼ିଲା ମନୋଭାବ ପୋଷଣ କରିବା ଯୋଗୁଁ ଏହି ସ୍ଥିତି ପହଞ୍ଚିଛି । ଦିଲ୍ଲୀ ଏହାର ପ୍ରକୃଷ୍ଟ ଉଦାହରଣ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦେଶକ ଡ଼. ଗୁଲେରିଆା ତେବେ ସେ କରୋନାର ତୃତୀୟ ଲହର ନେଇ ହେଉଥିବା ଚର୍ଚ୍ଚାକୁ ଅସ୍ୱୀକାର କରିଛନ୍ତିା କରୋନାର ତୃତୀୟ ଲହର ଆସିନାହିଁ, ବରଂ ଦ୍ୱିତୀୟ ଲହର ଅଧିକ ଦ୍ରୁତଗତିରେ ବୃଦ୍ଧି ପାଉଛି ବୋଲି ଡ଼. ଗୁଲେରିଆ ସୂଚନା ଦେବା ସହ ବିନା କାମରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ପ୍ରଦୂଷଣ ଓ କରୋନା ଭୂତାଣୁ ଉଭୟ ଫୁସଫୁସକୁ ପ୍ରଭାବିତ କରିଥାଏ । କରୋନା ଭୂତାଣୁ ଏଯାଏଁ ଶେଷ ହୋଇ ନାହିଁ ଓ ପ୍ରଦୂଷଣ ବଢ଼ିବାରେ ଲାଗିଛି । ତେଣୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି । ଯଦି ଲୋକମାନେ ସତର୍କ ନହୁଅନ୍ତି ଓ କରୋନା ସଂକ୍ରାନ୍ତ ନିୟମର ଅନୁପାଳନ ନକରନ୍ତି ତେବେ ଅଧିକ ସଂକ୍ରମଣ ଆଗକୁ ଘଟିବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ଯୁବକମାନେ ଏହି ଜୀବାଣୁ ପ୍ରତି ଅସାବଧାନତା ଅବଲମ୍ବନ କରୁଛନ୍ତି ।

Nalco
Leave A Reply