ହିମାଂଶୁ ଶେଖର ଆଚାର୍ଯ୍ୟ : ଦିନକୁ ଦିନ ମାହାମାରୀ କରୋନାର ସଂକ୍ରମଣ ବଢିବାରେ ଲାଗିଛି । ସବୁ ପ୍ରକାର ସତର୍କତା ଓ ସଚେତନତା ସତ୍ତ୍ୱେ ଏହା ଥମିବାର ନାଁ ଧରୁନି । କରୋନା କବଳରେ ଆଜି ସାରା ବିଶ୍ୱ । ତ୍ରାହିତ୍ରାହି ଡାକୁଛି ମାନବ ସମାଜ ଏହି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୫୮୪,୬୯୦ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୯,୫୩,୭୭୭ ରେ ପହଞ୍ଚିଛି ।
ବିଶ୍ୱ ପରିସଂଖ୍ୟାନକୁ ଦେଖିଲେ ଆମେରିକାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ଲକ୍ଷ ରହିଥିବା ବେଳେ ମୃତୁ୍ୟ ସଂଖ୍ୟା ୨ଲକ୍ଷ ଟପିଯାଇଛି । ଭାରତରେ କରୋନା ସ୍ଥିତି ଅଣାୟତ ହୋଇପଡିଛି । ପ୍ରତ୍ୟେକ ଦିନ ୯୦ହଜାରରୁ ଉଦ୍ଧ୍ୱର୍ ରୋଗୀ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୯୩,୩୩୭ ନୂଆ ମାମଲା ଚିହ୍ନଟ ହୋଇଛି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩,୦୮,୦୧୫ ରେ ପହଞ୍ଚିଛି । ସେହିପରି ଦିନକରେ ୧୨୪୭ଜଣ କରୋନା ଲଢେଇରେ ହାରି ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ମୃତକଙ୍କ ସଂଖ୍ୟା ୮୫,୬୧୯ କୁ ବୃଦ୍ଧି ପାଇଛି । ଆମେରିକା ପରେ ଭାରତ ଏବେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଦେଶ ରୂପେ ପରିଚିତ ହେଉଛି । ଏଥିରୁ ଭାରତରେ କରୋନାର ସ୍ଥିତି କେତେ ଭୟାବହ ତାହା ସ୍ପଷ୍ଟ ଅନୁମେୟ ।
ଡିସେମ୍ବର ଶେଷ ସପ୍ତାହରେ ଏହି ନୂଆ ପ୍ରକାର ଭାଇରସ୍କୁ ନେଇ ଆରମ୍ଭ ହୋଇଯାଇଥିଲା ତର୍କ ବିତର୍କ । ଉହାନ୍ ସହରରେ ମାତ୍ର କେତେଜଣଙ୍କ ନିକଟରେ ଥଣ୍ଡାହ, ସର୍ଦି, କାଶ, ଓ ନିମୋନିଆ ଭଳି ରୋଗର ଲକ୍ଷଣ ଦେଖାଯିବା ଓ ଭଲ ନହେବାର ଭୟାବହ ପରିଣତି କରୋନା ବୋଲି ଉଦ୍ଭାବନ କରାଗଲା ।ଏହା ମଣିଷକୁ ସହଜ ଭାବରେ ଆକ୍ରମଣ କରେ ଓ ଏହାର ଲକ୍ଷଣ ଏତେ ମାରାତ୍ମକ ନହେଲେ ମଧ୍ୟ ଜୀବନ ନେବାକୁ ଏହି ଭାଇରସ୍ ବେଶି ସମୟ ନିଏ ନାହିଁ ।ଏହା ଅତି ଦ୍ରୁତ ଗତିରେ ଜଣଙ୍କ ଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ । ଶ୍ୱାସ ପ୍ରଶ୍ୱାସରେ ବ୍ୟତିକ୍ରମ ଦେଖାଇ ହଠାତ୍ ମୃତୁ୍ୟ ମୁଖରେ ପକାଇଥାଏ । ଉହାନ୍ ସହରରେ ରୋଗ ବ୍ୟାପିବା ଓ ମୃତୁ୍ୟ ସଂଖ୍ୟା ବୃଦ୍ଧି ହେବା ଫଳରେ ଅନେକ ଲୋକ ସହର ଛାଡି ଚାଲିଯାଇଥିଲେ । ଏହି ଲୋକ ମାନେ ରୋଗ ବ୍ୟାପିବାର ମୂଳକାରଣ ହୋଇଗଲେ ଓ ରୋଗ ବାହକ ହୋଇ ବିଭିନ୍ନ ଦେଶକୁ ପଳାୟନ କରିଥିବାରୁ ବିଭିନ୍ନ ସ୍ଥାନରେ ମଧ୍ୟ କରୋନା ଅକ୍ରାନ୍ତ ଲୋକଙ୍କୁ ଦେଖିବାକୁ ମିଳିଥିଲା । କରୋନା ଭୂତାଣୁ ସଂକ୍ରମଣ ଦିକୁ ଦିନ ଅଧିକ ଘାତକ ହେଉଥିବାରୁ ବିଶ୍ୱ ବାସୀଙ୍କ ନଜର କେବଳ ଟୀକା ଉପରେ ରହିଛି ।
ଟୀକା ହିଁ ସଂଞ୍ଜିବନୀ ସାଜି କରୋନା କବଳରୁ ଉଦ୍ଧାର କରିପାରିବ ବୋଲି ସେମାନେ ଭାବୁଛନ୍ତି । ଆମ ଦେଶ କଥା ବିଚାରକୁ ନେଲେ ଦେଶର କରୋନା ଆକ୍ରାନ୍ତଙ୍କ ପାଇଁ ଖୁସି ଖବର ଆସିଛି । ଭାରତକୁ ରୁଷ୍ ୧୦କୋଟି ଟୀକା ଦେବ ବୋଲି ଭାରତର ରେଡିଜ୍ ଲାବୋରୋଟେରିଜ୍ ଓ ରୁଷିଆନ୍ ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ ଫଣ୍ଡ୍ ମଧ୍ୟରେ ଚୁକ୍ତି ସାକ୍ଷରିତ । ଯଦି ସବୁ ଠିକ୍ଠାକ୍ ଚାଲେ ନଭେମ୍ବରରେ ହିଁ ଭାରତରେ ମିଳବ ରୁଷ୍ର କରୋନା ଟୀକା ସ୍ପୁଟନିକ୍-ଭି । ଏତଦ୍ବ୍ୟତୀତ ଆମେରିକା ଓ ବ୍ରିଟେନ୍ ଭଳି ଆଗ ଧାଡିର ଦେଶ ମଧ୍ୟ ଟୀକା ବାହର କରିବା ଦୈାଡରେ ଅଛନ୍ତି । ଆମ ଦେଶରେ ମଧ୍ୟ ଏଦିଗରେ ଉଦ୍ୟମ ବେଶ୍ ଫଳପ୍ରଦ ହୋଇଛି ।
ଭାରତରେ ଦୈନିକ ମାମଲା ବିଶ୍ୱରେ ସବୁଠାରୁ ଅଧିକା ରହିଛି । ସେପ୍ଟେମ୍ବର ମାସରେ ଭାରତରେ ସର୍ବାଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୧୯ ଦିନରେ ୧୬ଲକ୍ଷ କରୋନା ଆକ୍ରାନ୍ତ ହୋଇଛନ୍ତି । ସପ୍ତାହେ ହେବ ଦେଶରେ ୧.୯୭ପ୍ରତିଶତ ହାରରେ ମାମଲା ବୃଦ୍ଧି ହେଉଛି । ଆମେରିକାରେ ମାତ୍ର ୦.୬ ପ୍ରତିଶତ ହାରରେ ମାମଲା ବଢୁଛି । ଯଦି ଏହି ଧାରା ଆଗକୁ ଜାରି ରୁହେ ତେବେ ଅକ୍ଟୋବର ୬ ସୁଦ୍ଧା ଭାରତ ସଂକ୍ରମିତ ଦେଶ ତାଲିକାର ଶୀର୍ଷରେ ପହଞ୍ଚିସାରିଥିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । କିନ୍ତୁ ଜନସଂଖ୍ୟା ଆଧାରରେ ଦେଶରେ ପଜେଟିଭ୍ ହାର ଯଥେଷ୍ଟ କମ୍ ରହିଛି । ଆମେରିକାରେ ପ୍ରତି ଦଶ ଲକ୍ଷ ଲୋକରେ ୨୦,୦୩୦ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବ୍ରାଜିଲ୍ରେ ପ୍ରତି ଦଶ ଲକ୍ଷ ଲୋକରେ ୨୦,୭୯୦ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ଭାରତରେ ପ୍ରତି ଦଶ ଲକ୍ଷ ଲୋକରେ ମାତ୍ର ୩,୬୩୮ ପଜେଟିଭ୍ ମାମଲା ସାମ୍ନାକୁ ଆସୁଛି ।
ଆମ ପାଇଁ ଆସ୍ୱସ୍ତିକର ବିଷୟ ଏହି କି ଯେ, ବିଶ୍ୱର ଅନ୍ୟାନ୍ୟ ସର୍ବାଧିକ ସଂକ୍ରମିତ ଦେଶ ତୁଳନାରେ ଭାରତର ମୃତୁ୍ୟ ହାର ତୁଳନାତ୍ମକ ଭାବେ କମ୍ ରହିଛି । ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ୧୧,୬୭,୪୯୬ ରୋଗୀ ଚିହ୍ନଟ ହୋଇଛନ୍ତି । ଏଠାରେ କରୋନା ୩୧,୭୯୧ଜଣଙ୍କର ଜୀବନ ନେଲାଣି । ଦ୍ୱିତୀୟ ସଂକ୍ରମିତ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୬,୦୯,୫୯୮ ରୋଗୀ ଚିହ୍ନଟ ହୋଇଛନ୍ତି । ଏଠାରେ ୫୨୪୪ ଜଣଙ୍କର ମୃତୁ୍ୟ ହୋଇଛି । ସେହିପରି ଆମ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୧,୩୪୧ ଥିଲା ବେଳେ ମୃତୁ୍ୟ ସଂଖ୍ୟା ୬୮୨ରେ ପହଞ୍ଚିଛି । ପରିସ୍ଥିତି ଏପରି ହୋଇଛି ଯେ, ଏହି ମହାମାରୀ ସଂକ୍ରମଣରୁ ବସ୍ତି ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ସେଲିବି୍ରଟି , ରାଜନେତା , ଡାକ୍ତର, ସ୍ୱାସ୍ଥ୍ୟକର୍ମୀ , ନର୍ସ, ଶିକ୍ଷକ, ପୋଲିସ, ସାମ୍ବାଦିକ କେହି ବାଦ୍ ପଡୁନାହାନ୍ତି ।
କରୋନାକୁ ନେଇ ଯେଉଁ ମହାମାରୀର ରୂପ ଦେଖାଦେଇଛି ଆଜି ତାହା ନୂଆ ନୁହେଁ । ବିଶ୍ୱ ଇତିହାସରେ ଅନେକ ସମୟରେ ଅନେକ ଦେଶ ଏମିତି ମହାମାରୀର ସାମ୍ନା କରିଛନ୍ତି ଓ ହଜାର ହଜାର ଲୋକବି ମୃତୁ୍ୟ ବରଣ କରିଛନ୍ତି । କିନ୍ତୁ ବିଜ୍ଞାନ ଜ୍ଞାନକୈାଶଳ ଓ ଡାକ୍ତରୀ ବିଦ୍ୟାର ଉନ୍ନତି ଫଳରେ କିଛି ମହାମାରୀ ବ୍ୟାଧିକୁ ମଣିଷ ରୋକିବାରେ ସକ୍ଷମ ହୋଇପାରିଛି ସତ କିନ୍ତୁ କିଛି ନୂଆ ପ୍ରକାର ବ୍ୟାଧିକୁ ଆପଣାର ମଧ୍ୟ କରିଛି । ବିଶେଷ କରି ଭାଇରସ୍ ଜନିତ ମୃତୁ୍ୟବି ବିଶ୍ୱ ପାଇଁ ନୂଆ ନୁହେଁ । ଏହା ପୂର୍ବରୁ ସ୍ପାନିସ୍ ଫ୍ଲୁ, ଆନ୍ଥ୍ରାକ୍ସ, ସ୍ୱାଇନ ଫ୍ଲୁ, ବାର୍ଡ ଫ୍ଲୁ ଭଳି ଭାଇରସ୍ ମଧ୍ୟ ଅନେକ ଲୋକଙ୍କ ଜୀବନ ନେଇସାରିଛି । ଯେତେବେଳେ କୈାଣସି ରୋଗ ମହାମାରୀର ରୂପ ନିଏ ସେତେବେଳେ ବ୍ୟାପୁଥିବା ଅଞ୍ଚଳରୁ ଯଦି କେହି ବାହାରକୁ ଯାଏ ସେତେବେଳେ ପର୍ଯ୍ୟବକ୍ଷଣ କରିବାକୁ ସେହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ଓ ସନେ୍ଦ ହ ମୁକ୍ତ ହେବାପାଇଁ କ୍ୱାରେଣ୍ଟାଇନ୍ ର ସହାୟତା ନେବାକୁ ପଡିଥାଏ । ଏପରିକି ସେମାନଙ୍କ ସହ ନିଜର ସଂପର୍କୀୟ ଅତ୍ମୀୟ ସଜନ କି ପି୍ରୟାପ୍ରୀତିଙ୍କୁ ମିଶିବାକୁ ମଧ୍ୟ ଦିଆଯାଇନଥାଏ ।
ସମ୍ପ୍ରତି ବିଶ୍ୱମହାମାରୀର ରୂପ ନେଇଥିବା କରୋନା ଆମକୁ ଭିନ୍ନ ଏକ ଚିନ୍ତା ଅଣିଦେଇଛି । ଏହି ରୋଗରେ ସାରା ବିଶ୍ୱରେ ଅଦ୍ୟାବଧି ନଅ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ମୃତୁ୍ୟ ବରଣ କରିସାରିଲେଣି । ତଥାପି ଏହି ରୋଗର ସଂକ୍ରମଣ କମିବାର ନା ଧରୁନି ବରଂ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ଓ ମୃତୁ୍ୟ ସଂଖ୍ୟା ବଢିବାରେ ଲାଗିଛି । ଆମ ଦେଶ ତଥା ରାଜ୍ୟ ମଧ୍ୟ ଏଥିରୁବି ବାଦ୍ ପଡିନି ।ଏହି ରୋଗର ନିରାକରଣ ପାଇଁ କୈ÷ାଣସି ଟୀକା ବାହାରି ନଥିବା ବେଳେ ସାମାଜିକ ଦୁରତା ସଙ୍ଗରୋଧ, ସାନିଟାଇଜର ବ୍ୟବହାର ସହ ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଉଛି ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ନିକଟରେ ଏହି ରୋଗରୁ ମୁକ୍ତି ପାଇବାର ସମ୍ଭାବନା ନାହିଁ ।
