ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁ ଅନେକ ଦେଶରେ ଯାତ୍ରାକରିବା ଉପରେ କଟକଣା ଲାଗିଛି l ତା ସହିତ କରୋନାର ଭୟ ମଧ୍ୟ ବର୍ତ୍ତମନ ମଧ୍ୟ ରହିଛି , ତେଣୁ ଅଧିକାଂଶ ଦେଶରେ ଲୋକ ମାନେ ବିମାନ ଯାତ୍ରାକୁ ମାନେ ପକାଉଛନ୍ତି l ଏମିତିରେ କିଛି ଏୟାରଲାଇନ୍ସ ଅଧୁଭୂତ ଉଡ଼ାଣର ସେବା ଆରମ୍ଭ କରିଛନ୍ତି l ଏହି ସେବାରେ ଯାତ୍ରୀମାନେ ଯାତ୍ରା ତ କରିଥାନ୍ତି ,କିନ୍ତୁ କେଉଁଠିବି ପହଞ୍ଚନ୍ତି ନାହିଁ l ଏହାର ଅର୍ଥ ଯେଉଁଠାରୁ ଯାତ୍ରା ଆରମ୍ଭ କରନ୍ତି ସେଠାରେ କିଛି ସମୟ ପରେ ପୁଣି ଓଲ୍ହାଇ ଥାନ୍ତି l
ବିମାନ ଯାତ୍ରା ସମୟରେ ଯାତ୍ରୀ ମାନଙ୍କୁ କିଛି ସମୟ ବିମାନରେ ବସା ଯାଏ ,ତାପରେ ଆକାଶରେ ଅଳ୍ପ ସମୟ ପାଇଁ ଯାତ୍ରା କରାଯାଇ ଆଉଥରେ ଆଣି ବିମାନ ବନ୍ଦରରେ ଛାଡି ଦିଆଯାଏ l ଏହି ପ୍ରକାର ଉଡାନା ପାଇଁ ଲୋକମାନେ ହଜାର ହଜାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି l ଶନିବାର ଦିନ ତାଇୱାନ ଏୟାରଲାଇନ୍ସ ଏପରି ଏକ ବିମାନରେ ୧୨୦ ଜଣ ଯାତ୍ରୀଙ୍କୁ ଯାତ୍ରାର ଅନୁଭବ କରାଇଥିଲା l ଏହି ସମୟରେ ବିମାନଟି ପାଖାପାଖି ୨୧୦୦ କିଲୋମିଟର ପର୍ଯ୍ୟନ୍ତ ଉଡି ଯାତ୍ରୀ ମାନଙ୍କୁ ଖୁସି ଦେଇଥିଲା l ତାଇୱାନ ବିମାନ ବନ୍ଦରରୁ ଉଡାଣ ଭାରି ଦକ୍ଷିଣ କୋରିଆର ହଲିଡେ ଆଇଲ୍ୟାଣ୍ଡ ଜେଜୁ ନିକଟରେ ପହଞ୍ଚିଥିଲା ଓ ପୁଣି କିଛି ସମୟପରେ ତାଇୱାନ ବିମାନ ବନ୍ଦରକୁ ଫେରି ଆସିଥିଲା l
ଏହି ବିମାନ ଗୁଡିକ ଦର୍ଶନୀୟ ସ୍ଥାନ ନିକଟରେ ଖୁବ କମ ଉଚତାରେ ଉଡୁଛି ଯାହାକୁ ଦେଖି ଯାତ୍ରୀ ଖୁସି ହୋଇ ପାରିବେ l ଏହି ବିମାନ ଭିତରକୁ ଯିବା ପୂର୍ବରୁ ଯାତ୍ରୀ ମାନଙ୍କର କରୋନା ଲକ୍ଷଣ ପରୀକ୍ଷା କରା ଯାଉଛି l ବର୍ତମାନ କରୋନା ମହାମାରୀ ଯୋଗୁ ବିମାନ ଯାତ୍ରା ୯୭.୫ ପ୍ରତିଶତ କମ ହୋଇଯାଇଛି l ଏହିପରି ବିମାନ ବ୍ୟବସ୍ତା ଦ୍ୱାରା ଏୟାରଲାଇନ୍ସ ମାଲିକ ମାନଙ୍କୁ କିଛି ରୋଜଗାର ମିଳୁଛି l ଅଷ୍ଟ୍ରେଲିଆ ଓ ଜାପାନରେ ମଧ୍ୟ ଏହିପରି ବିମାନ ସେବା ଯାତ୍ରୀ ମାନଙ୍କୁ ମିଳୁଛି l
