ରାୟଗଡା (ରବିନ୍ଦ୍ର ପାଟଖଣ୍ଡାଳ) : ରାୟଗଡା ଜିଲ୍ଲାରୁ ଆଜି ୧୧୬ ପଜିଟିଭ୍ ଚିହ୍ନଟ ପରେ ସଂଖ୍ୟା ୨ ହଜାର ୬୬ ରେ ପହଞ୍ଚିଲା ଏନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ୧୧୬ ଜଣଙ୍କ ମଧ୍ୟରୁ ୮୨ ଜଣ ପୁରୁଷ ଥିବା ବେଳେ ୩୪ ଜଣ ମହିଳା ଅଛନ୍ତି । ୧୧୬ ଜଣ ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।
ଏମାନଙ୍କ ମଧ୍ୟରୁ ୩୪ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଛନ୍ତି । ରାୟଗଡା ସହରରୁ ୧୯, ରାୟଗଡା ଗ୍ରାମାଚଂଳରୁ ୧୯, ଗୁଣପୁର ସହରରୁ ୭, ରାମନାଗୁଡାରୁ ୩୭, କୋଲନରାରୁ ୧୪, ଚନ୍ଦ୍ରପୁରରୁ ୬, ମୁନିଗୁଡାରୁ ୬,କଲ୍ୟାଣସିଂହପୁରରୁ ୩, କାଶିପୁରରୁ ୩, ବିଷମକଟକରୁ ୨ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି ।
୧୧୬ ଜଣ ପିଜିଟିଭ୍ ଙ୍କ ମଧ୍ୟରୁ ୪ ଜଣ କରୋନା ଯୋଦ୍ଧା ମଧ୍ୟ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୨୦୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୮୩ ଜଣ ସୁସ୍ଥଲାଭ କରିଛନ୍ତି । ୧୪ ଜଣ କରୋନା ସଂକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଛନ୍ତି । ବର୍ତମାନ ଜିଲ୍ଲାରେ ୭୬୯ ଜଣ କରୋନା ପଜିଟିଭ୍ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଂଟର ଏବଂ ଜେକେପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୩୩୧ ଜଣ କୋରନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୨୦୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୧୨୪ ଜଣ ଚିକିତ୍ସାଧିନ ଅଛନ୍ତି ।
