Odisha news

ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ମିଶ୍ରଙ୍କ ବିୟୋଗ

0
ରାୟଗଡା  (ରବିନ୍ଦ୍ର ପାଟଖଣ୍ଡାଳ) : ରାୟଗଡା ଜିଲ୍ଲା ଗୁଡାରି ବ୍ଳକର ଦୈନିକ ଖବରକାଗଜ ଓଡିଶା ଭାସ୍କର ପତ୍ରିକାର ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ମିଶ୍ରଙ୍କ ୭୪ ବର୍ଷ ବୟସରେ ମୃତ୍ୟୁ ବରଣ ଘଟିଯାଇଛି। ଗତକାଲି ରାତ୍ର ୯  ଘଣ୍ଟା ସମୟରେ ନିଜ ବାସଭବନରେ ସ୍ବର୍ଗତ ମିଶ୍ରଙ୍କ ବିୟୋଗ ହୋଇଯାଇଛି।ସେ କିଛି ଦିନହେଲା  ଶ୍ୱାସ ଜନିତ ସମସ୍ୟାରେ ପୀଡିତ ଥିଲେ।ତାଙ୍କର ମୃତ୍ୟୁରେ ଗୁଡାରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଶିକ୍ଷକତାରୁ ଅବସର ନେବା ପରେ ସାମ୍ବାଦିକ ଜୀବନ ଆରମ୍ଭ କରିଥିଲେ।ଦୀର୍ଘ ବର୍ଷ ଧରି ରାଜ୍ୟ ଓୟୁଡବ୍ଳୁଜେ (ouwj) ସାମ୍ବାଦିକ ସଂଘର ରାୟଗଡା ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ ନିଜର ଦାୟିତ୍ୱ ତୁଲାଇ ଆସୁଥିଲେ ଏଥି ସହ ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସଂଘର ଉପଦେଷ୍ଟା ଭାବେ ରହିଥିଲେ। ଏକ ଦକ୍ଷ ସଂଗଠକ ହିସାବରେ ସେ ବହୁତ ଖ୍ୟାତି ଅର୍ଜନ କରିପାରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଜିଲ୍ଲା ତଥା ରାଜ୍ୟ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ସମୟରେ ତାଙ୍କ ପାଖରେ ତିନି ଝିଅ ଜ୍ବାଇଁ ଉପସ୍ଥିତ ରହିଥିଲେ। ରାତ୍ର ତିନି ଘଣ୍ଟା ସମୟରେ ବଂଶଧାରା ନଦୀ ତଟରେ ତାଙ୍କ ଶେଷ କୃତ୍ୟ ସମ୍ପାଦନା ହୋଇଥିଲା।
Nalco
Leave A Reply