Odisha news

ପୋଲସରା ସ୍ଥିତି ସଂଗିନ : ଦୁଇ ଦିନରେ ୩୩ ପୋଜିଟିଭ୍ ଚିହ୍ନଟ।

0
ପୋଲସରା (Pragati Bandhu Das ) ୦୪/୦୭/୨୦୨୦ : ମହାମାରୀ କରୋନା ଦିନକୁ ଦିନ ପୋଲସରା ଅଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛି। ଦୁଇ ଦିନ ମଧ୍ୟରେ ପୋଲସରା ପଞ୍ଚାୟତ ସମିତି ଓ ସହରରେ ୩୩ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସମଗ୍ର ପୋଲସରା ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ପୋଲସରା ଏନ୍ ଏ ସି ର ଦୁଇ ଜଣଙ୍କ ସମେତ ମଥୁରା , ହାତିଓଟ , ରୁମାଗଡ , ଯୋକବନ୍ଧ , ଚିରିକିପଡା ଶାସନ , ଡିମ୍ବିରିଆ , ମନଶିଳା ଏବଂ ଜିଲୁଣ୍ଡଖ ଗ୍ରାମରୁ ଜଣେ ଲେଖାଏଁ ଙ୍କ ସମେତ ଗୋଛାବାଡି ଗ୍ରାମ ରୁ ଦୁଇ ଜଣ  କରୋନା ପୋଜିଟିଭ୍ ଚିହ୍ନଟ ହୋଇଥିଲେ। ଆଜି ହାତିଓଟରଙ ଆଉ ଜଣେ ଏଉ ବେଲଗାଁ ରୁ ଆଉ ଜଣେ ଲେଖାଏଁ କରୋନା ପୋଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେବଳ ପୋଲସରା ସହର ରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି।
ପୋଲସରା ସହରରୁ ଚିହି ହୋଇଥିବା କରୋନା ଆକ୍ରାନ୍ତ ଙ୍କ ମଧ୍ୟ ରେ ଅଧିକାଂଶ ବ୍ୟବସାୟୀ ଥିବା ଜଣାପଡିଛି। ଖବର ନେବାରେ ଜଣା ଯାଇଛି ଯେ ବର୍ତ୍ତମାନ ସୁଧା ପୋଲସରା ଅଞ୍ଚଳର ୧୨୨ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୮ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସପିଟାଲ ଚିକିତ୍ସିତ ହେଉଛନ୍ତି। ପୋଲସରା ଅଞ୍ଚଳ ରେ ବର୍ତ୍ତମାନ ସୁଧା ୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଦୁଇ ଦିନ ମଧ୍ୟରେ କେବଳ ପୋଲସରା ସହରରେ ୨୧ ଜଣ କରୋନା ରୋଗୀ ଚିହ୍ନଟ ହେବା ଘଟଣା ରେ ସାଧାରଣ ଲୋକମାନେ ଭୟଭୀତ ଓ ଆତଙ୍କିତ ହୋଇ ପଡିଛନ୍ତି।
ବିଶେଷ କରି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ବ୍ୟବସାୟୀ ମାନଙ୍କ ଠାରୁ ସୌଦା କରିଥିବା ଲୋକମାନେ ଅତ୍ୟନ୍ତ ଆତଙ୍କିତ ହୋଇ ପଡିଛନ୍ତି। ଏହି କାରଣ ରୁ ସମଗ୍ର ପୋଲସରା ସହର କୁ ସେନିଟାଇଜେସନ କରିବା ସହିତ କୋଭିଡ୍ ନିୟମ କୁ କଡାକଡି କରିବା ପାଇଁ ମତ ପ୍ରକାଶ ପାଉଛି। ଜୁନ୍ ମାସ ଶେଷ ସପ୍ତାହ ଠାରୁ ପୋଲସରା ଅଞ୍ଚଳ  ରେ ଲୁକା ଚୋରାରେ ବହୁ ସଂଖ୍ୟକ ବିବାହ ଭୋଜି ଆୟୋଜିତ ହୋଇ ଆସୁଥିବା ଯୋଗୁଁ ସଂକ୍ରମିତ ଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି। ଏଥି ଯୋଗୁଁ ପ୍ରଶାସନ ସତର୍କତା ଅବଲମ୍ବନ ନ କଲେ ଅବସ୍ଥା ନିୟନ୍ତ୍ରଣ ବାହାଳ କୁ ଚାଲିଯିବ ବୋଲି ମଧ୍ୟ ମତ ପ୍ରକାଶ ପାଉଛି।
Leave A Reply

Your email address will not be published.