ହାଟଡ଼ିହି : ହାଟଡିହି ବ୍ଲକରେ ଆଜି ସୁଧା ୨୨ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ୧୯ଜଣ ସୁସ୍ଥ ହୋଇଥିବାବେଳେ ୩ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ପ୍ରଥମଥର ପାଇଁ ଶାଳଣିଆଁ କ୍ୱାରେଣ୍ଟାଇନ ସେଣ୍ଟରରୁ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଆଜି ଆକ୍ରାନ୍ତ ଜଣକ ଶାଳଣିଆଁର ଜଣେ ୩୦ବର୍ଷୀୟ ଯୁବକ ବୋଲି ଜଣାପଡିଛି ।
ସରକାରୀ ଭାବେ ଯଦିଓ ଘୋଷଣା ହୋଇନାହିଁ । କିନ୍ତୁ ଏହି ଯୁବକଙ୍କ ସ୍ୱାବ ରିପୋର୍ଟ ପଜେଟିଭ ଆସିବାପରେ ଶାଳଣିଆଁ ସରପଞ୍ଚଙ୍କ ଉପସ୍ଥିତିରେ ତାଙ୍କୁ କୋଭିଡ ହସପିଟାଲକୁ ନିଆଯାଇଛି । ଏହି ଯୁବକ ଜଣକ ଗତ ୧୫ତାରିଖରେ ଦିଲ୍ଲୀର ଗୁରୁଗାଓଁରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ଗତ ତିନିଦିନ ତଳେ ତାଙ୍କର କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ପଜେଟିଭ ବାହାରିବା ପରେ ତାଙ୍କୁ କୋଭିଡ ହସପିଟାଲକୁ ନିଆଯାଇଛି ।