Odisha news

ଅଜବ ନୀତି : ‘ଚା’କୁ କରୋନା ‘ଲସି’କୁ ଛାଡ

0

ତାଳଚେର – ତାଳଚେର ସହର ଗ୍ରୀନ ଜୋନ ଭାବରେ ପରିଗଣିତ ହେଉଥିବା ବେଳେ ପ୍ରଶାସନ କଳର ଅଜବ ନିତିିକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ? ଘଟଣାରୁ ପ୍ରକାଶ ଅନୁଗୋଳ ଜିଲ୍ଲାର ସମଗ୍ର ତାଳଚେର ଅଂଚଳରେ କରୋନାର କୌଣସି ପ୍ରାଦୁର୍ଭାବ ବର୍ତମାନ ସୁଦ୍ଧା ଦେଖାଯାଇନାହିଁ । ପାନ ଦୋକାନଖୋଲ ମାତ୍ର ଏଣେତେଣେ ଛେପ ପକାଅ ନାହିଁ, ପକାଇଲେ ଗଣିବ ତଣ୍ଡ । ସାଧାରଣଭାବେ ଗରୀବ ଖଟିଖିଆ ଲୋକଙ୍କ ପାଇଁ ‘ଚା’ର ଚାହିଦା ହୋଇଥାଏ ।

ସନ୍ଧ୍ୟା ଅବା ପ୍ରାତଃ ସମୟରେ ସହରାଚଂଳ ହେଉ କିମ୍ବା ଗ୍ରାମାଚଂଳ ହେଉ ଲୋକମାନେ ‘ଚା’ ଦେକାନକୁ ଆସି ‘ଚା’ଟିକେ ପିଇ ଖବର କାଗଜ ପଢ଼ିବା ସହିତ ନିଜର ଦୁଃଖସୁଖ ସାଙ୍ଗ ସାଥିଙ୍କ ମଧ୍ୟରେ ପ୍ରକାଶକରି ମନକୁ ହାଲକା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ‘ଚା’କୁ ପ୍ରଶାସନ ରେଡ଼ଜୋନ ଆକ୍ଷା ଦେଇଥିବା ବେଳେ ସେହିଭଳି ଲସି ଓ ସରବତ ଦୋକାନ ଗୁଡ଼ିକୁ ଗ୍ରୀନଜୋନ ମଧ୍ୟରେ ରଖି ଖୋଲିବା ପାଇଁ କିପରି ଅନୁମତି ପ୍ରଦାନ କରାଗଲା ତାକୁନେଇ ଉଠିଛି ପ୍ରଶ୍ନ?

ତେବେ ‘ଚା’ଦୋକାନ ସମ୍ମୁଖରେ ‘ଚା’ପିଇବା ପାଇଁ ଯେଉଁଭଳିଭାବେ ସମାଜିକ ଦୂରତାକୁ ନମାନି ଏକତି୍ରତ ହୋଇ ଚା’ ପିଇଥାନ୍ତି ଠିକ୍ ସେହିଭଳି ଲସି ଓ ସରବତ ଦୋକାନ ଗୁଡ଼ିକରେ ବ୍ୟକ୍ତି ବିଶେଷ ରୁଣ୍ଢ ହୋଇଥିବା ଲକ୍ଷ କରାଯାଇଥାଏ । ଏପରିସ୍ଥଳେ ଏହା କ’ଣ ପ୍ରଶାସନର ଅଜବନୀତି ନୁହଁକି?

Nalco
Leave A Reply