ଚଳିତ ଖରିଫ୍ ଋତୁରେ ସମବାୟ ଫସଲ ଋଣ ପରିମାଣ ୯୦୦୦ କୋଟି ଟଙ୍କାକୁ ବୃଦ୍ଧି କୋଭିଡ୍-୧୯ ପରିସ୍ଥିତିକୁ ମୁକାବିଲା କରିବା ପାଇଁ କୃଷି କ୍ଷେତ୍ରକୁ ଅଧିକ ଋଣ ଯୋଗାଣର ଆବଶ୍ୟକତା ରହିଛି : ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ
କ୍ଷୁଦ୍ର ଓ ନାମମାତ୍ର ଚାଷୀ, ପ୍ରବାସୀ, ଯୁଗ୍ମଦେୟ ଗୋଷ୍ଠୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ
ମତ୍ସ୍ୟ, ଗୋପାଳନ, ପ୍ରାଣୀପାଳନ, କୁକୁଡ଼ା ଚାଷକୁ ଅଧିକ ସ୍ୱଳ୍ପକାଳୀନ ଋଣ ଯୋଗାଇ ଦିଆଯିବ
ନୂତନ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ ଉପରେ ଗୁରୁତ୍ୱ
ଭୁବନେଶ୍ୱର : କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟରେ କୃଷି କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଚଳିତ ଖରିଫ୍-୨୦୨୦ ଋତୁରେ ସମବାୟ କ୍ଷେତ୍ର ମାଧ୍ୟମରେ ଚାଷୀମାନଙ୍କୁ ଫସଲ ଋଣ ପରିମାଣ ୯୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛିା ପୂର୍ବରୁ ଚଳିତ ଖରିଫ୍ରେ ମୋଟ ୭୫୦୦ କୋଟି ଟଙ୍କା ଫସଲ ଋଣ ଆକାରରେ ଯୋଗାଇ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲାା ବର୍ଦ୍ଧିତ ଫସଲ ଋଣ ପ୍ରଦାନ ସଂପର୍କରେ ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କୁହାଯାଇଛିା ଲକ୍ ଡାଉନ୍ ପରିସ୍ଥିତିରେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ଚାଷକାର୍ଯ୍ୟ ନିମନ୍ତେ ଯୁଗ୍ମଦେୟ ଗୋଷ୍ଠୀରେ ସାମିଲ କରି ଫସଲ ଋଣ ଯୋଗାଇଦେବା, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଦିକୁ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦେବା ପାଇଁ କୁହାଯାଇଛିା ଏଥି ସହିତ ମତ୍ସ୍ୟ, ଗୋପାଳନ, ପ୍ରାଣୀପାଳନ, କୁକୁଡ଼ା ଚାଷ ଆଦି କ୍ଷେତ୍ରରେ ଅଧିକ ପରିମାଣର କାର୍ଯ୍ୟକାରୀ ମୂଳଧନ ଋଣ ଆକାରରେ ଯୋଗାଇଦେବା ପାଇଁ ଗୁରୁତ୍ୱ ଦିଆଯାଇଛିା ଏଥି ନିମନ୍ତେ ଜିଲ୍ଲାଓ୍ୱାରୀ ଋଣ ପ୍ରଦାନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା ଲକ୍ ଡାଉନ୍ ପରିସ୍ଥିିତିରେ ରାଜ୍ୟର ଜନସାଧାରଣଙ୍କ ଖାଦ୍ୟ ନିରପତ୍ତାକୁ ଦୃଷ୍ଟିରେ ରଖି ଅଧିକ ଖାଦ୍ୟ ଉତ୍ପାଦନ ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଅଧିକ ଋଣର ଆବଶ୍ୟକତା ରହିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା
ଏଥି ସହିତ ଆନୁଷଙ୍ଗିକ କୃଷି କ୍ଷେତ୍ରଗୁଡ଼ିକରେ ସମବାୟ ବିଭାଗ ପକ୍ଷରୁ ଅଧିକ ପରିମାଣର ଋଣ ଯୋଗାଇଦେଇ ଚାଷୀମାନଙ୍କର ଆୟ ବୃଦ୍ଧି କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱ ପ୍ରଦାନ କରିଛନ୍ତିା ତାଲାବନ୍ଦ ପରିସ୍ଥିତିରେ ଓଡ଼ିଶାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଆସୁଥିବା ପରିପ୍ରେକ୍ଷୀରେ ସେମାନଙ୍କର ଖାଦ୍ୟ ନିରାପତ୍ତା ଏବଂ ଜୀବିକା ନିର୍ବାହ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା
ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ, ପ୍ରକୃତ ଚାଷୀ, ଭାଗଚାଷୀ, ଭୂମିହୀନ କୃଷକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ଯୋଗାଇ ଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା ସମବାୟ କ୍ଷେତ୍ରରେ ଫସଲ ଋଣ ପରିମାଣକୁ ବୃଦ୍ଧି କରାଯାଇଥିବା ପରିପ୍ରେକ୍ଷୀରେ ଜୁନ ୨୦୨୦ ତ୍ରୈମାସିକ ଶେଷ ସୁଦ୍ଧା ୫୦୦୦ କୋଟି ଟଙ୍କା ଋଣ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା ସେହିପରି ସେପେଫମ୍ବର-୨୦୨୦ ତ୍ରୈମାସିକ ଶେଷ ସୁଦ୍ଧା ବାକି ୪୦୦୦ କୋଟି ଟଙ୍କା ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଇଛିା
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଅନ୍ତର୍ଗତ କାର୍ଡଧାରୀ, ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ, ପ୍ରକୃତ ଚାଷୀ, ଭାଗଚାଷୀ, ଭୂମିହୀନ ଚାଷୀ ଓ ଯେଉଁମାନଙ୍କ ନିକଟରେ ଜମି ମାଲିକାନା ସତ୍ତ୍ୱ ନାହିଁ ସେମାନଙ୍କୁ ନେଇ ଅଧିକ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ କରି କିଷାନ କ୍ରେଡିଟ୍ କାର୍ଡ ଅନ୍ତର୍ଗତ ଫସଲ ଋଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କୃଷି କାର୍ଯ୍ୟ କରିବା ପାଇଁ ସ୍ୱଳ୍ପକାଳୀନ ଋଣ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଛିା ପ୍ରାଥମିକ କୃଷି ସମବାୟ ସମିତି, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଆଦି ଏ ଦିଗରେ ତ୍ୱରିତ ପଦକ୍ଷେପ ନେଇ ଫାର୍ମର୍ସ କ୍ଳବମାନଙ୍କୁ ସଂଶ୍ଳିଷ୍ଟ କରି ଅଧିକରୁ ଅଧିକ ଯୁଗ୍ମଦେୟ ଗୋଷ୍ଠୀ ଗଠନ ଓ ଋଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା ପ୍ୟାକ୍ସଗଡ଼ିକ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ମୋଟ ଋଣ ପ୍ରଦାନର ଅନ୍ତତଃ ୧୦ ପ୍ରତିଶତ ଋଣ ପ୍ରଦାନ କରିବା ପାଇଁ କୁହାଯାଇଛିା
ଏଥି ସହିତ ଅଧିକରୁ ଅଧିକ ଚାଷୀମାନଙ୍କୁ ପ୍ରାଥମିକ କୃଷି ସମବାୟ ସମିତିରେ ସାମିଲ କରି ନୂତନ କିଷାନ କ୍ରେଡିଟ୍ କାର୍ଡ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଛିା ପି.ଏମ୍. କିଷାନ ଯୋଜନା ଏବଂ କାଳିଆ ଯୋଜନାର ଯେଉଁ ହିତାଧିକାରୀଙ୍କ କିଷାନ କ୍ରେଡିଟ୍ କାର୍ଡ ନାହିଁ ସେମାନଙ୍କ କାଗଜପତ୍ର ଯାଞ୍ଚ କରି କିଷାନ କ୍ରେଡିଟ୍ କାର୍ଡ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା ଏତଦ୍ବ୍ୟତୀତ ନାବାର୍ଡର ମାର୍ଗଦର୍ଶିକା ଅନୁଯାୟୀ ମତ୍ସ୍ୟଚାଷ, କୁକୁଡ଼ା ଚାଷ, ଗୋପାଳନ, ପ୍ରାଣୀପାଳନ, ଛେଳି ଚାଷ ଆଦି ନିମନ୍ତେ ଚାଷୀମାନଙ୍କୁ ଅଧିକ ଋଣ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା ଏହି ସବୁ କ୍ଷେତ୍ରରେ ଋଣ ପ୍ରଦାନ ନିମନ୍ତେ ମିଶନ ଶକ୍ତି ଅଭିଯାନ ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁଗ୍ମଦେୟ ଗୋଷ୍ଠୀକୁ ଅଗ୍ରାଧିକାର ଭିତ୍ତିରେ ସ୍ୱଳ୍ପକାଳୀନ ଋଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା ନୂତନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମବାୟ ଋଣ ପରିସରଭୂକ୍ତ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଛିା ଏଥି ସହିତ ଜୀବିକାର୍ଜନ ନିମନ୍ତେ ମାଛଚାଷ, କୁକୁଡ଼ା ଚାଷୀ, ଗୋପାଳନ ଆଦି କ୍ଷେତ୍ରରେ ଚାଷୀ ତଥା ଗୋଷ୍ଠୀଗୁଡ଼ିକୁ ସ୍ୱଳ୍ପକାଳୀନ କାର୍ଯ୍ୟକାରୀ ମୂଳଧନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛିା ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ଯୋଗାଉଥିବା ଯେଉଁ ଚାଷୀମାନଙ୍କର କିଷାନ କ୍ରେଡିଟ୍ କାର୍ଡ ନାହିଁ ସେମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ ଯୋଗାଇ ସମବାୟରେ ସାମିଲ କରିବା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛିା ସୂଚନାଯୋଗ୍ୟ ଯେ ସମବାୟ ସଂସ୍ଥା ଦ୍ୱାରା ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନେଇ ଧାର୍ଯ୍ୟ ସମୟ ମଧ୍ୟରେ ଋଣ ପରିଶୋଧ କରୁଥିବା ଚାଷୀମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯାଉଛିା ୫୦,୦୦୦ ଟଙ୍କାରୁ ଅଧିକ ଏବଂ ୩ ଲକ୍ଷ ଟଙ୍କା ମଧ୍ୟରେ ଋଣ ନେଇ ସମୟସୀମା ମଧ୍ୟରେ ଋଣ ପଇଠ କଲେ ୨ ପ୍ରତିଶତ ସୁଧ ଦେବାକୁ ପଡ଼ୁଛିା