ବାସୁଦେବପୁର,୬/୫(Ramakanta Dangua) ଦିନକୁ ଦିନ ଅଦୃଶ୍ୟ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭଦ୍ରକ ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କୋଲକତା ଲିଙ୍କ ଯୋଗୁଁ କରୋନା ପଜେଟିଭ୍ ସଂଖ୍ୟା ବଢିବଢି ଚାଲିଛି । ପଜେଟିଭ୍ ଚିହ୍ନଟ ହେବା ପରେ ଏହିସବୁ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଥିବା ଅମାନିଆ ଯୁବକମାନେ ପୋଲିସ ଆଖିରେ ଧୂଳି ଦେଇ ଗଳାବାଟ ଦେଇ ଚମ୍ପଟ ମାରୁଛନ୍ତି । ଫଳରେ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବ ବୋଲି ଆଶଙ୍କା ଦେଖା ଦେଉଛି । ବାସୁଦେବପୁର ବ୍ଲକର ୨୦ ତାରିଖରେ ମାଟିପକା,ମେଳକସାହି ଓ ବିନାୟକପୁର ତିନି ପଜେଟିଭ୍ ଚିହ୍ନଟ କରାଗଲା । ଦ୍ୱିତୀୟ ପର୍ଯ୍ୟୟରେ ଅପ୍ରେଲ ୨୨ ତାରିଖ ନନ୍ଦପୁର,ଲୁଙ୍ଗା ଓ କ୍ଷେମପୁର ତିନି ଜଣଙ୍କୁ ଚିହ୍ନଟ କଲା ସ୍ୱାସ୍ଥ୍ୟ ବିଭାଗ । ତୃତୀୟ ପର୍ଯ୍ୟାୟରେ ବ୍ରାହ୍ମଣୀଗାଁର ଜଣଙ୍କୁ ପଜେଟିଭ୍ ଚିହ୍ନଟ କରାଗଲା ।
ଚତୃର୍ଥ ପର୍ଯ୍ୟାୟ ୨୮ ତାରିଖରେ କିସ୍ମତକୃଷ୍ଣପୁର ଓ ଚୂଡାମଣୀ ତଳସାହିରୁ ଦୁଇ ଜଣଙ୍କୁ ପଜେଟିଭ୍ ଚିðହ୍ନଟ କରାଯାଇଛି । ପଞ୍ଚମ ପର୍ଯ୍ୟାୟରେ ପୁନଶ୍ଚ କୋଲକତା ଲିଙ୍କ୍ରେ ଲକ୍ଷ୍ମୀଦାସପୁର ପଞ୍ଚାୟତର ୩ୟ ନମ୍ବର ଭାବେ ଖେଡୁଆଳପୁର ଗ୍ରାମର ଚିହ୍ନଟ ହୋଇ ପଜେଟିଭ୍ ବର୍ତ୍ତମାନ ସଂଖ୍ୟା ୧୦ରେ ପହଞ୍ଚିଛି । ବାସୁଦେବପୁର ବ୍ଲକର କୋଲକତା ଫେରନ୍ତାଙ୍କ ପାଇଁ ସମଗ୍ର ରାଜ୍ୟରେ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଏହିସବୁ ପଞ୍ଚାୟତରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଜୋନରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଜୋନ ମଧ୍ୟରେ ମିଳିବ । ଯଦି ନମିଳିବ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ।
ଏହା ଫଳରେ ଲୋକମାନଙ୍କର ଗମନାଗମନ ପଞ୍ଚାୟତ ମଧ୍ୟରେ ନୁହେଁ ଘର ମଧ୍ୟରେ ସୀମିତ ରହିଲେ ଭୂତାଣୁ ସଂକ୍ରମଣକୁ ରୋକାଯାଇ ପାରିବ । ହେଲେ ଅମାନିଆମାନେ ବନ୍ଧୁ ବାନ୍ଧବ ସାଙ୍ଗ ସାଥିରେ ମଜା ମସ୍ତି କରି ଗାଁ ଭିତରେ ତାସ୍ ଲୁଡୁ ପକାଇବା ସହିତ କିଛି ଯୁବକମାନେ ଗଳାବାଟ ଦେଇ ପ୍ରତିଦିନ ବାସୁଦେବପୁରରେ ଆସି ବୁଲୁଥିବାର ଦେଖିବାକୁ ମିଳୁଛି । ଗତ ଦୁଇ ଦିନ ତଳେ ଭଦ୍ରକ ଆରକ୍ଷୀ ଅଧିକ୍ଷକ କଣ୍ଟେନମେଣ୍ଟ ଜୋନ ପରିଦର୍ଶନ ସମୟରେ ଲୋକମାନଙ୍କର ଗମନାଗମନ ତାଙ୍କ ଦୃଷ୍ଟିକୁ ଆସିଥିଲା ।
ଫଳରେ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହିତ ତାଙ୍କୁ ସେହି ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ଗତଦୁଇ ଦିନ ହେଲା କଣ୍ଟେନମେଣ୍ଟ ଜୋନର ଯାତାୟତକୁ କଡାକଢି ଭାବେ ବନ୍ଦ କରିଦିଆଯାଇଛି । ଯେଉଁମାନେ ଲୁଚି ଛପି ବାସୁଦେବପୁର ସହର ମାର୍କେଟ କି ବୁଲିବାକୁ ଆସୁଛନ୍ତି । ଅମାନିଆଙ୍କୁ ଯଦି ବାସୁଦେବପୁର କ୍ୱାରେଣ୍ଟାଇନ୍ ସେଣ୍ଟରରେ ଭିର୍ତ୍ତି ଦେଇ ପରୀକ୍ଷା କରାଯାନ୍ତା, ତାହେଲେ ଯାତାୟତ ସଂଖ୍ୟା ହ୍ରାସ ପାଆନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି ।