Odisha news

୫ଟି ସଚିବ ଭି.କେ ପାଣ୍ଡିଆନ ଙ୍କ ଚାନ୍ଦପୁର କୋଭିଡ୍-୧୯ ସେଣ୍ଟର ଗସ୍ତ

0

ରଣପୁର/ନୟାଗଡ :  ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସକୁ ରାଜ୍ୟ ସରକାର ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହେଲଥ ସେଣ୍ଟର ରେ ପରିଣତ କରିବା ପରେ ଆଜି ବୁଧବାର ସକାଳ ୯ଟା ୩୦ ମିନିଟ୍ ସମୟରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ରାଜ୍ୟ ଉନ୍ନୟନ କମିଶନର୍ ସୁରେଶ ମହାପାତ୍ର କଡା ସୁରକ୍ଷା ବଳୟ ଭିତରେ ଆସି ଏହି କୋଭିଡ୍-୧୯ ହେଲଥ ସେଣ୍ଟର ର ସମସ୍ତ ୱାର୍ଡ ପରିଦର୍ଶନ କରିବା ସହ ୧୦ଟି ଆଇ.ସି.ୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥାକୁ ତଦାରଖ କରିଥିଲେ ଏବଂ କରୋନା ଆକ୍ରାନ୍ତଙ୍କ ରହିବା ଲାଗି କେଉଁ ପ୍ରକାର ବ୍ୟବସ୍ଥା ହୋଇଛି ତାହା ସମୀକ୍ଷା କରିବା ସହିତ ନୟାଗଡ ଜିଲ୍ଲାପାଳ ପୋମା ଟୁଡୁଙ୍କ ସହ ଜିଲ୍ଲାର କରୋନା ସ୍ଥିତି ଓ ସମସ୍ତ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ୫ଟି ସଚିବଙ୍କ ଏହି ଗସ୍ତ ବେଳେ ନୟାଗଡ ଜିଲ୍ଲାପାଳ ପୋମା ଟୁଡୁ, ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରତୁ୍ୟଷ ଦିୱାକର, ନୟାଗଡ ଜିଲ୍ଲା ଚିକତ୍ସା  ଅଧିକାରୀ ଶ୍ୱେତ ମହାପାତ୍ର ଓ ଚାନ୍ଦପୁର କୋଭିଡ୍-୧୯ ହେଲଥ ସେଣ୍ଟର ର ସମସ୍ତ ଡାକ୍ତର, ଷ୍ଟାଫ୍ ନର୍ସଙ୍କ ସମେତ ସମସ୍ତ ଷ୍ଟାଫ୍ ଉପସ୍ଥିତ ଥିଲେ ।

Leave A Reply