କଣ୍ଟେନମେଣ୍ଟ ଜୋନ ଘୋଷଣା ଅଟକିଛି ଡାକବାଜି ଯନ୍ତ୍ରରେ : ଦୁଇ ଚିହ୍ନଟ , ନା ଅଛି ସୁରକ୍ଷାକର୍ମୀ ନା ହୋଇଛି ବେରିକଟ୍ : ଚିନ୍ତା ବଡାଇଛି ସୁରତ ଫେରନ୍ତା
ବାସୁଦେବପୁର,୮/୫(Ramakanta Dangua) ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସମଗ୍ର ଓଡିଶାରେ ପ୍ରଥମେ କୋଲକତା ଲିଙ୍କ୍ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଥିବା ବେଳେ ଏବେ ଗୁଜରାଟର ସୁରତ ଫେରନ୍ତା ପ୍ରବାସୀ ଓଡିଆ ସଂକ୍ରମଣର ମାଧ୍ୟମ ସାଜିଛନ୍ତି । ଗୋଟିଏ ଦିନରେ ପୃଥକ ପୃଥକ ଭାବେ ଦୁଇଟି ଚିହ୍ନଟ ହୋଇଛି । ବାସୁଦେବପୁର ପୌରପକାଳିକାର ଗୁଆଗାଁ ଗ୍ରାମର ସୁରତ୍ ଫେରନ୍ତା ଚିହ୍ନଟ ହୋଇଥିବା ବେଳେ ଅନ୍ୟଟି ଅପରାହ୍ନରେ ବିନୋବାଭାବେନଗର ଗ୍ରାମର ସୁରତ ଫେରନ୍ତା ଚିହ୍ନଟ ହୋଇଛି ।
ଉଭୟଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଅଟଳ ବିହାରୀ ହାଇସ୍କୁଲ ପରିସର ମଧ୍ୟରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ କେବଳ ଡାକବାଜି ଯନ୍ତ୍ରର ଘୋଷଣା ମଧ୍ୟରେ ସୀମିତ ରହିଛି । ନା ହୋଇଛି ବେରିକଟ୍ । ନା ରହିଛନ୍ତି ସୁରକ୍ଷାକର୍ମୀ । ଅବାଧରେ କ୍ୱାରେଣ୍ଟାଇନ୍ କେନ୍ଦ୍ର ଭିତରକୁ ଯାଉଛି ବାହାର ଖାଦ୍ୟ ଓ ମଦ ଗଞ୍ଜେଇ । ଅଟଳ ବିହାରୀ ହାଇସ୍କୁଲ ଫାଟକ ରାସ୍ତା ଆର ପାଖରେ ଗୁମୁଟି ପାଖରେ ବସିଥିବା ହୋମଗାର୍ଡ ନିରବ ଦ୍ରଷ୍ଟା ସାଜୁଛନ୍ତି ।
ପୌରପକାଳିକାର ଗୁଆଗାଁ ଗ୍ରାମର ସୁରତ୍ ଫେରନ୍ତା ଯୁବକ ଜଣକ ୩ ତାରିଖରେ ଆସି ଅଟଳ ବିହାରୀ ହାଇସ୍କୁଲ ପରିସର ମଧ୍ୟରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରେ ଥିଲେ । ଗତ(ଗୁରୁବାର)କାଲି ବିଳମ୍ବିତ ରାତ୍ରିରେ ପ୍ରଶାସନ ସୂଚନା ପାଇବା ପରେ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଅଟଳ ବିହାରୀ ହାଇସ୍କୁଲ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସୁରତ ଫେରନ୍ତା ଗୁଆଗାଁ ଚିହ୍ନଟ ପଜେଟିଭ୍ ଯୁବକ ଅବସ୍ଥାନ କରୁଥିବାରୁ ଏହି ଅଞ୍ଚଳକୁ ପ୍ରଶାସନ କେବଳ କଣ୍ଟେନମେଣ୍ଟ ଜୋନ ଭାବେ ଡାକବାଜି ଯନ୍ତ୍ରରେ ଘୋଷଣା କରି ଅଟକି ଗଲେ । ନା ହେଲା ବେରିକଟ୍ ନା ରହିଲେ ସୁରକ୍ଷା କର୍ମୀ । ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ କଣ୍ଟେନମେଣ୍ଟ ଜୋନ ଆଗରେ ଫାଟକ ଅଛି କହି ଅଧିକାରୀ ଚତୁରତାର ସହ କଥାକୁ ଏଡାଇ ଦେଇଥିଲେ ।
ଫାଟକ ପାଖରେ କେହି ନଥିବାରୁ ଯିଏ ପାଇଲା ସିଏ ଖୋଲି ଭିତରକୁ ପସିଲା । ଭିତରେ ଥିବା ସୁରତ ଫେରନ୍ତାଙ୍କ ସମ୍ପର୍କିୟମାନେ ସୁଖିଲା ଖାଦ୍ୟ ଠାରୁ ରନ୍ଧା ଖାଦ୍ୟ ପର୍ଯ୍ୟନ୍ତ ପ୍ରଦାନ କରୁଥିବା ବେଳେ ବିଭିନ୍ନ ସାମଗ୍ରୀ ଦେଇ ଫାଟକ ପାଖରେ ରହି ବହୁ ସମୟ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳୁଛି । ଫାଟକ ଆଗ ରାସ୍ତା ଆରପାଖ ଗୁମୁଟି ପାଖରେ ବସୁଥିବା ହୋମଗାର୍ଡକୁ ଫାଙ୍କି ସବୁ କାମ ଚାଳିଛି ।ମାନକୁ ମାତ୍ର ୧୪୪ ଧାରା ଜାରି ହୋଇଛି । ଏପରି ହେଲେ ଭୂତାଣୁ ସଂକ୍ରମଣକୁ ଏଡାଇ ଦିଆଯାଇ ନପାରେ । ସ୍କୁଲ ପଛ ଶିଶୁ ମନ୍ଦିର ରାସ୍ତାର ପଛ ଫାଟକ ଦେଇ ସନ୍ଧ୍ୟାରେ ମଦ ଓ ଗଞ୍ଜେଇ ଅବାଧରେ ଯାଉଥିବାର ଅଭିଯୋଗ ହେଉଛି ।
ବାସୁଦେବପୁର ବ୍ଲକର ୩୬ ଗୋଟି ପଞ୍ଚାୟତରେ ୪୬୪ ଜଣ ପ୍ରବାସୀ ଓଡିଆ କ୍ୱରେଣ୍ଟାଇନ୍ରେ ରହିଥିବା ବେଳେ ପୌରପାଳିକାର ୮୦ ଜଣ ରହିଛନ୍ତି । ଆଜିର ଦୁଇ ପଜେଟିଭ୍ ଚିହ୍ନଟ ହେବା ପରେ ବାସୁଦେବପୁର କରୋନା ପଜେଟିଭ୍ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ପ୍ରଶାସନ କଣ୍ଟେନମେଣ୍ଟ ଜୋନକୁ ଘୋଷଣାରେ ସୀମିତ ନରଖି ସୁରକ୍ଷା ଦୃଷ୍ଟିରୁ ବେରିକଟ୍ ଓ ପୋଲିସ ମୃତୟନ କରାନଗଲେ ସଂକ୍ରମଣ ଆଶଙ୍କା ବୃଦ୍ଧିକୁ ଏଡାଇ ଦିଆଯାଇନପାରେ ।