Odisha news

ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ ତାରିଖରେ କଂଗ୍ରେସର ସାଇକେଲ ରାଲି

ଭୁବନେଶ୍ବର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ ତାରିଖରେ ବାମଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ। ଏହି ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଗୁରୁବାର ଦିନ କଂଗ୍ରେସ ପକ୍ଷରୁ ତୈଲଦର ବୃଦ୍ଧିକୁ ବିରୋଧ କରି ଏକ ବିଶାଳ ସାଇକେଲ ରାଲି କରାଯିବ। ଏହାଛଡ଼ା ଜୁଲାଇ ୧୫ ତାରିଖରେ ଡିଜେଲ, ପେଟ୍ରୋଲ ନ କିଣିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପିସିସି ସଭାପତି। ଆସନ୍ତା ୧୭ ତାରିଖରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଦସ୍ତଖତ ସଂଗ୍ରହ କରି କେନ୍ଦ୍ର ସରକାରଙ୍କୁ ପାଖରେ ଦାଖଲ କରାଯିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସେପଟେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପି ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ନବନିର୍ମାଣ ଯୁବ ଛାତ୍ର ସଂଗଠନ। ସକାଳ ୬ଟାରୁ ସଂଧ୍ୟାର ୬ଟା ପର୍ଯ୍ୟନ୍ତ ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ଏଭଳି ଆନ୍ଦୋଳନ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ କରାଯାଉଛି। ତେଲ ଦର ସମେତ ଅନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରରେ ମଧ୍ୟ ଅହେତୁକ ବୃଦ୍ଧି ପାଇଛି, ଯାହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ନବନିର୍ମାଣ ଯୁବ ଛାତ୍ର। ଦରବୃଦ୍ଧି ସାଧାରଣ ଲୋକଙ୍କୁ ଯନ୍ତ୍ରଣା ଦେଉଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ତେଣୁ ଏହାର ପ୍ରତିବାଦ ଜଣାଇ ଏହି ଆନ୍ଦୋଳନ କରାଯାଇଛି ।

Comments are closed.