Odisha news

କଂଗ୍ରେସରେ ଯୋଗଦେଲ ପୂର୍ବତନ ବିଧାୟକ ବିପନ ଦାଶ

0

ଭୁବନେଶ୍ୱର, ୦୩ ଜୁନ – ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ବିପିନ୍ ଦାଶ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପୂର୍ବତନ ବିଧାୟକ ଶ୍ରୀ ଦାଶଙ୍କର ଯୋଗଦେବାକୁ ଆନୁଷ୍ଠାନିକ ଭାବରେ ଘୋଷଣା କଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଶ୍ରୀ ଦାଶଙ୍କ ଘରବାହୁଡ଼ା ହୋଇଛି । ଶ୍ରୀ ଦାଶଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ କଂଗ୍ରେସ ଦଳରେ ଗ୍ରହଣ କରାଯାଇଥିଲା । ତାଙ୍କର ଯୋଗଦାନ ଆମକୁ ଉତ୍ସାହିତ କରିବା ସହ ଦଳକୁ ମଜବୁତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.