Odisha news

ଛାତ୍ରଛାତ୍ରୀମାନଙ୍କର ସ୍କୁଲ ଫି ଓ ବୈଷୟିକ ଶିକ୍ଷାନୁଷ୍ଠାନର ସେମିଷ୍ଟାର ଫି ଛାଡ କରିବା ସଙ୍ଗେ ସଙ୍ଗେ ଡିଗ୍ରୀ ଫାଇନାଲ୍ ଇୟର ଛାତ୍ରଛାତ୍ରମାନଙ୍କୁ ଉତୀର୍ଣ୍ଣ କରାଯାଉ : ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ

0

ଭୁବନେଶ୍ୱର : ଏ ବର୍ଷ କୋଭିଡ୍ – ୧୯, କରୋନା ପ୍ରକୋପରେ ସାରା ବିଶ୍ୱ ଜର୍ଜରିତ । ଭାରତବର୍ଷରେ ତଥା ଆମ ରାଜ୍ୟ ଓଡିଶାରେ ଏହା ମଧ୍ୟ ଦିନକୁ ଦିନ କାୟା ମେଲାଇ ଚାଲିଅଛି । ବିଗତ ୨ ମାସରୁ ଉଦ୍ଧ୍ୱର୍ ହେଲାଣି ସରକାର ଲକ୍ଡାଉନ୍ ଘୋଷଣା କରିବା ଦ୍ୱାରା ସମସ୍ତ ଶ୍ରମଜୀବୀମାନେ ସେମାନଙ୍କର ଜୀବିକା ହରାଇଛନ୍ତି । ପେଟ ଚାଖଣ୍ଡକ କେମିତି ବଂଚିବ ଓ କେଉଁଠୁ ଅଧାର ଆଣି ପିଲାମାନଙ୍କର ପେଟ ପୁରାଇବେ ଏ ନେଇ ବାପ’ମା’ ମାନେ ଚିନ୍ତିତ । ଓଡିଶାରେ ଅନେକ ମେଧାବୀ ଛାତ୍ର ପ୍ରାୟ ମଧ୍ୟବିତ ଓ ନିମ୍ନ ମଧ୍ୟବିତ ପରିବାରର । ସ୍କୁଲ, କଲେଜ ବନ୍ଦ ହୋଇଯିବା ଫଳରେ ସରକାର ସେମାନଙ୍କର ଭବିଷ୍ୟତକୁ ଆଖି ଆଗରେ ଅନ୍ଲାଇନ୍ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଛନ୍ତି ।
ଛାତ୍ର କଂଗ୍ରେସର ଦାବି –
 ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କର ଫି ଛାଡ କରାଯାଉ ।
 ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କର ସେମିଷ୍ଟାର ଫି ଜୁଲାଇ ବା ଅଗଷ୍ଟ ମାସରେ ପୈଠ କରିବା ପାଇଁ ଧାର୍ଯ୍ୟ
କରାଯାଇଥାଏ । ସରକାର ସେହି ସେମିଷ୍ଟାର ଫି ଛାଡ କରନ୍ତୁ ।
 ଡିଗ୍ରୀ ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ପୂର୍ବ ପରୀକ୍ଷାର ଫଳ ଆଧାରରେ ୧୦ ପ୍ରତିଶତ ଅଧିକ ମାର୍କ ଦେଇ ଉତୀର୍ଣ୍ଣ
କରାଯାଉ ।
କିନ୍ତୁ ବାସ୍ତବରେ ଦେଖିବାକୁ ମିଳୁଛି ଅନେକ ପରିବାରରେ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ସେଭଳି କୌଣସି ବୈଦୁ୍ୟତିକ ଉପକରଣ ନାହିଁ । ସାଧାରଣ ଆଣ୍ଡ୍ରଏଡ୍ ମୋବାଇଲ୍ଟିଏ କିଣିବା ପାଇଁ ବାପ”ମା’ମାନଙ୍କୁ ଧାର ଉଧାର କରିବାକୁ ପଡୁଛି । ବିଗତ ଦିନରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ବେସରକାରୀ ବିଦ୍ୟାଳୟମାନଙ୍କୁ ପିଲାମାନଙ୍କର ଟିଉସନ ଫି ଛାଡ ବା ୩/୪ ମାସ ପାଇଁ ଘୁଂଚାଇ ଦେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେହି ଅନୁଷ୍ଠାନମାନେ କୌଣସି ନିଷ୍ପତି ନ ନେବା ଦୁର୍ଭାଗ୍ୟଜନକ । ଭାରତବର୍ଷରେ ଅନେକ ରାଜ୍ୟରେ ବେସରକାରୀ ଶିକ୍ଷା
ଅନୁଷ୍ଠାନଗୁଡିକ ଟିଉସନ୍ ଫି ନନେବା ପାଇଁ ସେଠାକାର ସରକାର ନିଦେ୍ର୍ଦଶ ଦେଇ ସାରିଛନ୍ତି । ଏଭଳି ପରିସ୍ଥିତିରେ ଆମେ ଓଡିଶା ଛାତ୍ର ଛାତ୍ରୀମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାରଙ୍କୁ ନିବେଦନ କରୁଛୁ ଯେ ଓଡିଶା ସରକାର ଛାତ୍ରଛାତ୍ରୀମାନଙ୍କର ସମସ୍ତ ସ୍କୁଲ ଦେୟ ଆଗାମୀ ୬ ମାସ ପାଇଁ ପୈଠ କରିବା ସହ ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଓ ପାଠ୍ୟ ଉପକରଣ ଯୋଗାଇ ଦିଅନ୍ତୁ ବୋଲି ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ୍ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ୭ ଦିନ ମଧ୍ୟରେ ଯଦି ସରକାର ଏହାକୁ କାର୍ଯ୍ୟକାରୀ ନ କରନ୍ତି ତେବେ ଛାତ୍ର କଂଗ୍ରେସ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ଭବ ପଟ୍ଟନାୟକ, ସୌମ୍ୟରଂଜନ ଜେନା, ପ୍ରତୁ୍ୟଷ ଦାସ ଉପସ୍ଥିତ ଥିଲେ ।

Leave A Reply