ନୂଆଦିଲ୍ଲୀ : କଂଗ୍ରେସ କାର୍ଯ୍ୟସମିତିରେ ବୈଠକ ମହାଭାରତରେ ପରିଣତ ହୋଇଛି l ସୋନିୟା ଗାନ୍ଧୀ ଅନ୍ତରିମ ଅଧକ୍ଷ ପଦରୁ ଇସ୍ତଫା ଦେବା ସହିତ ସେହି ଚିଠିର ଜବାବ ମଧ୍ୟ ଦେଇଥିଲେ ଯେଉଁ ଚିଠିରେ ନେତୃତ୍ୱକୁ ନେଇ ପ୍ରଶ୍ନ କରାଯାଇଥିଲା l ଏହା ପରେ କଂଗ୍ରେସ ସମିତି ଦୁଇ ଭାଗରେ ବାଣ୍ଟି ହୋଇଯାଇଥିଲା l ଗୋଟିଏ ପଟେ ଗାନ୍ଧୀ ପରିବାରରେ ସମର୍ଥନରେ ଲୋକ ଦେଖାଯିଥିଲେତ ଅନ୍ୟ ପଟେ ବାଗୀ ନେତା ମାନେ ମଧ୍ୟ ନିଜର ପ୍ରଭୁତ୍ୱ ଜାହିର କରି ଖୋଲା ଚୁନତି ଦେଇଥିଲେ l ସୋନିୟା ଗତାଣ୍ଡିଙ୍କୁ ସମର୍ଥନରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ବରିଷ୍ଠ କଂଗ୍ରେସ ସଦସ୍ୟ ଏକେ ଆଣ୍ଟନି ଚିଠି ଲେଖିଥିବାକୁ ନେଇ ଆଲୋଚନା କରିଥିଲେ ଓ ନେତୃତ୍ୱରେ ପରିବର୍ତନର ଦାବି ରଖିଥିବା ନେତାମାନଙ୍କ ଉପରେ କ୍ରୋଧ ବ୍ୟକ୍ତ କରିଥିଲେ l
ଏହା ପରେ ରାହୁଲ ଗାନ୍ଧୀ ଅତ୍ୟନ୍ତ କଠୋର ଭାବରେ ଚିଠିଟିର ସମୟକୁ ନେଇ ପ୍ରଶ୍ନ କରିଥିଲେ ଓ ଏହା ମଧ୍ୟ କହିଦେଲେ ଯେ ବିଜେପି ସହିତ ମିଲି ଭଗତରେ ଏହି ଚିଠି ଲେଖା ଯାଇଛି l ରାହୁଲଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କଂଗ୍ରେସ ନେତା ଗୁଲାମ ନବିଙ୍କୁ ନେଇ ନିଜର କ୍ରୋଧ ଜାହିର କରିଥିଲେ l ରାହୁଲ ଗନ୍ଧୀ କହିଥିଲେ ଯେ ସୋନିୟା ଗାନ୍ଧୀ ଡାକ୍ତର ଖାନାରେ ଭର୍ତ୍ତିହେବା ସମୟରେ ହିଁ କଣ ପାଇଁ ପାର୍ଟିର ନେତୃତ୍ୱକୁ ନେଇ ଚିଠି ପଠାଯାଇଥିଲା ଗାନ୍ଧୀ ପରିବାର ଦ୍ୱାରା ଲଗାଯାଇଥିବା ଆରୋପକୁ ନେଇ ଗୁଲାମ ନବି CWC ବୈଠକରେ କହିଥିଲେ ଯେ ଯଦି ମିଲି ଭଗତା ବିଷୟରେ କୌଣସି ପ୍ରମାଣ ମିଳିଯିବ ତେବେ ସେ ପାର୍ଟିରୁ ଇସ୍ତାଫା ଦେଇଦେବେ ,କିନ୍ତୁ ଗୁଲାମ ନବି ଜବାବ ଦେବା ସମୟରେ ରାହୁଲ ଗାନ୍ଧୀଙ୍କ ନାମ ନେଇନଥିଲେ l
ରାହୁଲ ଗାନ୍ଧୀଙ୍କ ଆରୋପକୁ ନେଇ କପିଲସିବଲ କହିଥିଲେ “ମୁଁ ରାଜସ୍ଥାନ ହାଇ କୋର୍ଟରେ କଂଗ୍ରେସ ପାର୍ଟି ସପକ୍ଷରେ କେସ ଲଢୁଥିଲି l ଆଜି ପର୍ଯ୍ୟନ୍ତ କୌଣସି ମୁଦାକୁ ନେଇ ବିଜେପି ସପକ୍ଷରେ ଆମେ ବୟାନ ଦେଇ ନାହୁଁ ,ତାହାଲେ ଆମେ କିପରି ବିଜେପି ସହିତ ମିସିଛୁ ?”କପିଲସିବଲଙ୍କ ଟ୍ଵିଟକୁ ନେଇ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରଜ ଵାଲା ପ୍ରତିକ୍ରିୟା ଦେଇଥିଲେ ଯେ ” ରାହୁଲ ଗାନ୍ଧୀ ବିଜେପିକୁ ନେଇ କୌଣସି କିଣାଠା କହିନାହାଁନ୍ତି l ଏହି ପ୍ରକାର ଭୁଲ ଖବରକୁ ନେଇ ଭ୍ରମିତ ହୁଅନ୍ତୁ ନାହିଁ l ଆମକୁ ନିଜନିଜ ମଧ୍ୟରେ ଝଗଡା ନକରି ନିରଙ୍କୁଶ ଭାବରେ ମୋଦି ସରକାର ବିରୁଦ୍ଧରେ ଲଢେଇ କରିବାକୁ ପଡିବ l ”
ସୋନିୟା ଗାନ୍ଧୀଙ୍କୁ ଅଗଷ୍ଟ ୭ ତାରିଖ ଦିନ ପାର୍ଟିର ବରିଷ୍ଠ ନେତା ମାନେ ଏକ ପତ୍ର ଲେଖି କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶ୍ନ ପଚାରିଥିଲେ l କଂଗ୍ରେସର ୨୩ ଜଣ ନେତାଙ୍କର ହସ୍ତାକ୍ଷର ସହିତ ଏହି ଚିଠି ଲେଖାଯାଇଥିବା କୁହାଯାଇଛି l କିନ୍ତୁ ମିଳିଥିବା ସ୍ୱଜ଼ଉଟରରୁ ଜଣାପଡିଛି ଯେ କେବଳ ୨୩ ଜଣ ନୁହେଁ ,ବରଂ ସାରା ଦେଶରୁ ୩୦୩ ଜଣ କଂଗ୍ରେସ ନେତାଙ୍କର ଡିଜିଟାଲ ମାଧ୍ୟମରେ ହସ୍ତାକ୍ଷର ନିଆଯାଇ ଏହି ଚିଠି ସହମତିର ସହିତ ଲେଖା ଯାଇଥିଲା l ସୋନିୟାଙ୍କୁ ଲେଖା ଯାଇଥିବା ପାତ୍ରରେ ଗୁଲାମ ନବି ,ଆନନ୍ଦ ଶର୍ମା ,କପିଲସିବଲ ,ସଶିଥରୁର ପ୍ରଭୃତି କଂଗ୍ରେସର ନାମିଦାମୀ ନତାଙ୍କ ହସ୍ତାକ୍ଷର ରହିଥିଲା l କଂଗ୍ରେସ ପରିବାର ସହିତ ବର୍ତମାନର ୩ଜଣ ମୁଖ୍ୟମନ୍ତ୍ରୀ ସେମାନେ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ ,ପଂଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂହ ଓ ଛତିଶ ଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସାର୍ବଜନିକ ଭାବରେ ଗାନ୍ଧୀ ପରିବାର ସହିତ ରହିଥିଲେ l CWC ବୈଠକରେ ଏହି ତିନିଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ଗାନ୍ଧୀ ପରିବାର ସହିତ ରହିଥିବାର ଦେଖାଯାଇଥିଲା l