ବର୍ତମାନ ଓଡିଶା କଂଗ୍ରେସ ରେ ରାଜନୀତି ଖୁବ ତତ୍ପର ହୋଇ ଉଠିଛି, ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବ ବିଧାୟକ ମହମଦ ମୋକିମ ଦଳରୁ ନିଷ୍କାସିତ ହୋଇଛନ୍ତି, ଅଲ ଇଣ୍ଡିଆ କଂଗ୍ରେସ କମିଟି , ଓଡିଶା କଂଗ୍ରେସ କମିଟି କୁ ଏହି ପ୍ରସ୍ତାବ ର ମଞ୍ଜୁରୀ ଦେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l
ମିଳିଥିବା ସୂଚନା ଅନୁସାରେ ପାର୍ଟି ର ନେତୃ ବୃନ୍ଦ କହିଛନ୍ତି ଯେ ମୋକିମ ଙ୍କୁ ଅନୁଶାସନହୀନତା ଓ ପାର୍ଟି ବିରୋଧୀ ଗତିବିଧି କାରଣରୁ ଦଳରୁ ନିଷ୍କାସିତ କରାଯାଇଛି, ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ଅଧକ୍ଷ ଭକ୍ତ ଚରଣ ଦାସ ଷୋମବାର ଦିନ ଗୋଟିଏ ବୟାନ ଜାରି କରି କହିଥିଲେ ଯେ ମୋକିମ ଙ୍କ ଦ୍ୱାରା କରାଯାଇଥିବା ଟିପ୍ପଣୀ ଦଳର ଅନୁଶାସନ ବିରୋଧୀ ଅଟେ l
ଭକ୍ତ ଦାସ କହିଛନ୍ତି ଯେ ମୋକିମ ରାଜ୍ୟ କଂଗ୍ରେସ ଉପରେ ଆଙ୍ଗୁଳି ଦେଖାଇ ଦଳର ଅନ୍ତରୀଣ ମାମଲା କୁ ସାର୍ବଜନୀନ କରିବା ଉଚିତ ନୁହେଁ l ଯାହାକି ଦଳର ମର୍ଯ୍ୟାଦା କୁ ଉଲଂଘନ କରିଛନ୍ତି l
ମହମଦ ମୋକିମ କଟକ ବାରବାଟୀ ବିଧାନସଭା ସିଟ ରୁ ବିଧାୟକ ହୋଇ ସାରିଛନ୍ତି, ନିକଟରେ ସେ ସୋନିଆ ଗାନ୍ଧୀ ଙ୍କୁ ଗୋଟିଏ ୫ ଫର୍ଦ ର ଚିଠି ଲେଖି ଓଡିଶା କଂଗ୍ରେସ ନେତୃତ୍ୱ କୁ ନେଇ ପ୍ରଶ୍ନ ଉଠାଇଛନ୍ତି l ଏବଂ ଏହି ପତ୍ର କୁ ସାର୍ବଜନିକ ମଧ୍ୟ କରି ଦେଇଛନ୍ତି l ଏବଂ ଗୋଟିଏ ଟିଭି ଚ୍ୟାନେଲ ରେ ବୟାନ ଦେଇ ଦଳ ମଧ୍ୟରେ ଚାଲିଥିବା ଫାଟ କୁ ସାମ୍ନାକୁ ଆଣିଛନ୍ତି l
ବର୍ତମାନ ନିଷ୍କାସିତ ହେବା ପରେ ପ୍ରଶ୍ନ ଉଠୁଛି ଯେ ସୋଫିଆ ରହିବେ ତ କଂଗ୍ରେସ ଦଳରେ , ନା ହାତ ଛାଡ଼ିବେ କଂଗ୍ରେସ ର ?
