Odisha news

ବିଗୁଡୁଛି କଂଗ୍ରେସ ରାଜସ୍ତାନ ରାଜନୀତି : ନିର୍ବାଚନ ରଣନୀତି ପ୍ରସ୍ତୁତ ବୈଠକରେ ଯୋଗଦେବାକୁ ଆସିଲେନି ସଚିନ ପାଇଲଟ

0

ଜୟପୁର: ଆଗକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଥିବାବେଳେ ତା’ ପୂର୍ବରୁ କଂଗ୍ରେସର ସମସ୍ୟା ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି ସିଏମ ଅଶୋକ ଗେହଲଟ ଏବଂ ପୂର୍ବତନ ଡେପୁଟି ସିଏମ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ । ସୋମବାର ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତାମାନେ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ସମସ୍ତ ବରିଷ୍ଠ  ନେତାଙ୍କ ୱାନ୍ ଅନ ୱାନ୍ (ଜଣ ଜଣ କରି) ବୈଠକ ଡାକିଥିଲେ। କିନ୍ତୁ ସଚିନ ପାଇଲଟ୍ ମଧ୍ୟ ଏହି ବୈଠକରେ ଯୋଗ ଦେଇନଥିଲେ। ବୈଠକ ଡକାଯିବା ସମୟରେ ସଚିନ ପାଇଲଟ ନିଜ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ମଧ୍ୟରେ ଥିଲେ।

ଜୟପୁରରେ ଡକାଯାଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ରାଜସ୍ଥାନ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ସିଂ ରନ୍ଧାୱା ଏବଂ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ଗୋବିନ୍ଦ ସିଂ ଡୋଟାସରା ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିଥିଲେ। ସଚିନ ପାଇଲଟ ରାଜସ୍ଥାନର ଟୋଙ୍କ ଆସନର ବିଧାୟକ ହୋଇଥିବାରୁ ତାଙ୍କୁ ବି ଏହି ବୈଠକ ପାଇଁ ଆଲୋଚନା କରାଯାଇଥିଲା । କିନ୍ତୁ ସେ ଜୟପୁର ଆସିନଥିଲେ । କିନ୍ତୁ ଏ ନେଇ କେତେକ କଂଗ୍ରେସ ନେତା କହିଛନ୍ତି ଯେ, ଏହି ବୈଠକରେ ସଚିନଙ୍କ ଅନୁପସ୍ଥିତିକୁ ଅନ୍ୟ କୌଣସି ଭାବରେ ଦେଖିବା ଉଚିତ ନୁହେଁ । କାରଣ ଜୟପୁରରେ ଡକାଯାଇଥିବା ବୈଠକ ପୂର୍ବରୁ ତାଙ୍କର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇସାରିଥିଲା ।

IEC 2 years
Leave A Reply