Odisha news

‘ଜି-୨୦’ ୨୦୨୩ କବାଡ଼ି ପ୍ରତିଯୋଗିତା

0

ନୂଆପଡ଼ା, ୧୭/୦୪, ସକାଳ ଖବର (ସୁରେନ୍ଦ୍ର ତିୱାରୀ) // ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ (ଜେ.ଏସ୍.ଏସ୍.), ନୂଆପଡ଼ା ଦ୍ୱାରା ଆଜି କୋମନା ବ୍ଲକ୍ର କୁରୁମପୁରୀ ପଂଚାୟତର ସିନାପାଲି ଗ୍ରାମ ସ୍ଥିତ ହୋଲି ହୋମ୍ ଏଜୁକେସନାଲ କମ୍ପ୍ଲେକ୍ସ (ଏଚ୍.ଏଚ୍.ଇ.ସି.) କ୍ରୀଡ଼ା ପ୍ରାଙ୍ଗଣରେ ଏକ ବନ୍ଧୁତ୍ୱପୂର୍ଣ୍ଣ କବାଡ଼ି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତା ଏଚ୍.ଏଚ୍.ଇ.ସି. ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ସହ ଜେ.ଏସ୍.ଏସ୍. ନୂଆପଡ଼ାର କୋମନା ବ୍ଲକ୍ର ହିତାଧିକାରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂସ୍ଥାନର ନିଦେ୍ର୍ଦଶକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ ଓ କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ନମିତା ସାହୁ ଉକ୍ତ ପ୍ରତିଯୋଗିତାକୁ ମିଳିତ ଭାବେ ଉଦ୍ଘାଟନ କରିଥିଲେ ।

କବାଡ଼ି ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ନିଜ ଅଭିଭାଷଣରେ ସଂସ୍ଥାନର ନିଦେ୍ର୍ଦଶକ ଶ୍ରୀଯୁକ୍ତ ସାହୁ ସମସ୍ତ ପ୍ରତିଯୋଗୀ ଓ ଦର୍ଶକମାନଙ୍କୁ ଉକ୍ତ ବନ୍ଧୁତ୍ୱ ପୂର୍ଣ୍ଣ ପ୍ରତିଯୋଗିତାକୁ ସ୍ୱାଗତ କରିବା ସହିତ ଗ୍ରାମାଂଚଳରେ କିଶୋରୀ ଓ ମହିଳାମାନଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଏବଂ ଆଗାମୀ ୨୭ ଅପ୍ରେଲରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏଜୁକେସନ ୱାର୍କିଙ୍ଗ୍ ଗ୍ରୁପ ଜି-୨୦ ସମ୍ମେଳନ ସମ୍ବନ୍ଧରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ଜନ ଭାଗିଦାରୀ କାର୍ଯ୍ୟକ୍ରମର ଏହା ଏକ ଅଂଶବିଶେଷ ବୋଲି କହିଥିଲେ ।

ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତରେ ଜନ ଶିକ୍ଷଣ ସଂସ୍ଥାନର ଅଧିକାରୀ ଶ୍ରୀଯୁକ୍ତ ସୁଦାମ ସାହୁ ରେଫରୀ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ସଂସ୍ଥାନର ସମସ୍ତ କର୍ମଚାରୀଙ୍କ ସହଯୋଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜେ.ଏସ୍.ଏସ୍., ନୂଆପଡ଼ାର ହିତାଧିକାରୀ, ଏଚ୍.ଏଚ୍.ଇ.ସି. ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ତଥା ସ୍ଥାନୀୟ ଅଧିବାସୀଙ୍କ ସମେତ ପ୍ରାୟ ଶତାଧିକ ଦର୍ଶକ ଉକ୍ତ କବାଡ଼ି ପ୍ରତିଯୋଗିତା ଉପଭୋଗ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଏଚ୍.ଏଚ୍.ଇ.ସି. ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ବିଜେତା ହୋଇଥିବା ବେଳେ ଜେ.ଏସ୍.ଏସ୍. ନୂଆପଡ଼ାର ହିତାଧିକାରୀଙ୍କ ଦଳ ରନର୍ସ ଅପ ହୋଇଥିଲେ ଏବଂ ଉଭୟ ଦଳଙ୍କୁ ସଂସ୍ଥାନ ତରଫରୁ ଟ୍ରଫି ସହ ସମ୍ମାନିତ କରାଯାଇଥିଲା । ଶାନ୍ତିଶୃଙ୍ଖଳାର ସହିତ ଉକ୍ତ ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ସଂସ୍ଥାନର କାର୍ଯକ୍ରମ ଅଧିକାରିଣୀ ଶ୍ରୀମତୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply