Odisha news

ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି : ବାରିପଦା ସବୁଠୁ ଉତପ୍ତ ସହର

0

ଭୁବନେଶ୍ବର: ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୮ଟା ହେବା ମାତ୍ରେ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଜି ପୁଣି ଥରେ ରାଜ୍ୟର ୨୩ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ଥିବା ରେକର୍ଡ କରାଯାଇଛି। ମୟୂରଭଂଜ ଜିଲ୍ଲା ସଦର ମହକୁମା ବାରିପଦାରେ ସୋମବାର ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୨ ଡିଗ୍ରି ରେକର୍ଡ ହୋଇଛି। କଟକରେ ଏହା ୪୧.୬ ଥିବା ବେଳେ ଭୁବନେଶ୍ୱରରେ ୩୯.୯ ଡ଼ିଗ୍ରି ପାରା ଛୁଇଁଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବୌଦ୍ଧ ଓ ନୂଆପଡ଼ା ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ୪୩. ୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୪୩.୪ ଥିବା ସେହିପରି ତାଳଚେର ଓ ସମ୍ବଲପୁର ରେ ୪୩.୨ ଡିଗ୍ରି ପାରା ପହଞ୍ଚିଛି। ବୌଦ୍ଧ ଓ ଟିଟିଲାଗଡ଼ (୪୨.୫ ଡିଗ୍ରି), ସମ୍ବଲପୁର ଓ ବଲାଙ୍ଗୀର (୪୨.୨ ଡିଗ୍ରି), ଅନୁଗୁଳ ଓ ଟିଟଲାଗଡ଼ (୪୩.୧ଡିଗ୍ରି) ତାପମାତ୍ରା ରେକର୍ଡ ହୋଇଛି। ଏଣେ ଆଜି ବଲାଙ୍ଗୀରରେ ୪୩, ସୁନ୍ଦରଗଡ଼ରେ ୪୨.୮, ଭବାନୀପାଟଣାରେ ୪୨.୬, ରାଉରକେଲାରେ ୪୨.୨, ସୋନପୁରରେ ୪୧.୭, ହୀରାକୁଦରେ ୪୧.୬,ଢେଙ୍କାନାଳରେ ୪୧.୪, ପାରଳାଖେମୁଣ୍ଡିରେ ୪୧.୧, ବରଗଡ଼ରେ ୪୦.୮, ନୟାଗଡ଼ରେ ୪୦.୫, କେଉଁଝରରେ ୪୦.୪ ଓ ଚାନ୍ଦବାଲିରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି

Govt
Leave A Reply