Odisha news

କଂଗ୍ରେସ ନେତ୍ରୀ ଶୋଭାରାଣୀ ପାତ୍ରଙ୍କ ବିୟୋଗ

0

ବ୍ରାହ୍ମପୁର –ଗଞ୍ଜାମ ଜିଲ୍ଲା କଂଗ୍ରେସର ବରିଷ୍ଟା ନେତ୍ରୀ ଶ୍ରୀମତୀ ଶୋଭାରାଣୀ ପାତ୍ରଙ୍କ ଆଜି 62ବୟସରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ବିୟୋଗ ହୋଇଯାଇଛି l ଶ୍ରୀମତୀ ପାତ୍ର ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ଦୁଇଦୁଇ ଥର ଜିଲ୍ଲା ପରିଷଦ ସଭ୍ୟା, ଥରେ ସରପଞ୍ଚ, ଥରେ ସମିତିସଭ୍ୟା ଓ ଦୀର୍ଘଦିନ ଧରି ଜିଲ୍ଲା କଂଗ୍ରେସର ଉପ ସଭାପତି ଥିଲେ l ଶ୍ରୀମତୀ ପାତ୍ରଙ୍କ ପାର୍ଥିବ ଶରୀରକୁ ଆଜି ବ୍ରହ୍ମପୁର ରେ ଦାହ କରାଯାଇଥିଲା  l ନିଜ ଗାଁ ବଡ କୁଶସ୍ଥଳୀ  ସମେତ ଗୋପାଳପୁର ଅଂଚଳର ବହୁ କଂଗ୍ରେସ ନେତା ଶୋକ ସନ୍ତପ୍ତ ପରିବାରଙ୍କୁ ମିଶି ସ୍ଵନ୍ତନା ଦେଇଥିଲେ l ଶ୍ରୀମତୀ ପାତ୍ରଙ୍କ ବିୟୋଗରେ ଗୋପାଳପୁରର ପୂର୍ବତନ ବିଧାୟକ ତ୍ରିନାଥ ବେହେରା ଓ ପିସିସି ସଭ୍ୟ ପୀତବାସ ପଣ୍ଡା ଶୋକ ପ୍ରକାଶ କରିଛନ୍ତି l

Govt
Leave A Reply