Odisha news

ମା ମଙ୍ଗଳା ଙ୍କ କଳା କଲ୍ଲୀ ବେଶ

0
କାକଟପୁର 27/9 ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହ ଅନୁଷ୍ଠିତ ହେଉଛି। ମା ମଙ୍ଗଳା ରାଜ୍ୟ ର ଅଷ୍ଟଚଣ୍ଡି ଙ୍କ ମଧ୍ୟରେ ଗଣା ଯାଉ ଥିବାରୁ ପ୍ରତିଦିନ ମନ୍ଦିର ରେ ମାତୃ ଭକ୍ତ ଙ୍କ ସମାଗମ ହେଉଛି। ଆଶ୍ୱିନ କୃଷ୍ଣ ସପ୍ତମୀ ତିଥି ରେ ମା ଙ୍କ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଅଷ୍ଟମୀ ତିଥିରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା।  ଆଜି  ମନ୍ଦିର ରେ ମା ଙ୍କଷୋଡଶଉପଚାର ପୂଜାର ଦଶମ ଦିନ ଓ ନବ ପତ୍ରିକା ର ଦ୍ଵିତୀୟ ଦିବସ ରେ ମା ମଙ୍ଗଳା ଙ୍କ କଳା କଲି ଵେଶ l ଆଜି ମା ଙ୍କ ବେଶରେ କଳାପାଟ ଓ ପଛ ପଟେ କଳା ପ୍ରଭା ଲାଗୁଥିବାରୁ ଏହାକୁ କଳା କଲି ଵେଶ କୁହାଯାଏ l ନୀତି ଅନୁଯାୟୀ ପ୍ରତିଦିନ ସଂଧ୍ୟା ରେ ମା ଙ୍କୁ ଭିନ୍ନ ଭିନ୍ନ ବେଶ ରେ ସଜ୍ଜିତ କରାଯିବ ବୋଲି କୁହନ୍ତି ମନ୍ଦିର ପୂଜକ ଶରତ କୁମାର ଦୀକ୍ଷିତ l ଏହି ଦୁର୍ଲଭ ଦର୍ଶନ କରିବାକୁ ମଙ୍ଗଳା ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳୁଛି l
Nalco
Leave A Reply